ସରକାରୀ କର୍ମଚାରୀମାନଙ୍କୁ ଶକ୍ତ ଝଟକା ! ୧୮ ମାସର DA ବକେୟାକୁ ନେଇ ଆସିଲା ସବୁଠୁ ବଡ଼ ଅପଡେଟ୍, ଜାଣନ୍ତୁ କେତେ ଟଙ୍କା ମିଳିବ ?

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ କେନ୍ଦ୍ର ତଥା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଜୀବନଧାରଣର ମୂଲ୍ୟରେ ଉନ୍ନତି ଆଣିବା ପାଇଁ ମହଙ୍ଗା ଭତ୍ତା ଦିଆଯାଉଛି । ମୁଦ୍ରାସ୍ଫୀତି ବୃଦ୍ଧି ସତ୍ତ୍ୱେ କର୍ମଚାରୀଙ୍କ ଜୀବନଧାରଣରେ କୌଣସି ପାର୍ଥକ୍ୟ ରହିବା ଉଚିତ ନୁହେଁ । ଏହି କାରଣରୁ ଏହି ଭତ୍ତା ଦିଆଯାଉଛି । କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜାନୁଆରୀ ମାସର ଭତ୍ତା ପରେ ଆଉ ଏକ ବଡ଼ ଖବର ଆସୁଛି ।

ଜାନୁଆରୀରେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ସରକାର ମାର୍ଚ୍ଚରେ ଘୋଷଣା କରିଥିଲେ । ଏହା ପରେ ଏପ୍ରିଲରେ ଏହାକୁ ବକେୟା ଅର୍ଥ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଜୁଲାଇରେ, ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ଏଠାରେ ଉଲ୍ଲେଖନୀୟ ବିଷୟ ହେଉଛି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛି ଦିନ ପୂର୍ବରୁ ଏକ ବିବୃତ୍ତି ଜାରି କରି ସୂଚନା ଦେଇଥିଲେ ‘କରୋନା ମହାମାରୀ ହେତୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବନ୍ଦ ହୋଇ ଯାଇଥିଲା, ଯାହାଫଳରେ ସରକାର ସେହି ଅର୍ଥରେ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିପାରିବେ ।  ମହାମାରୀ ସମୟରେ ସରକାରୀ ମନ୍ତ୍ରୀ, ସାଂସଦଙ୍କ ଦରମା ମଧ୍ୟ କଟା ଯାଇଥିଲା । 

ଏହା ସହିତ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ କୌଣସି ରିହାତି କରାଯାଇ ନାହିଁ କିମ୍ବା ଡିଏରେ କୌଣସି କଟକଣା କରାଯାଇ ନାହିଁ । ପୁରା ବର୍ଷ ଏବଂ ଡିଏ ଏବଂ ତାଙ୍କ ଦରମା ପ୍ରଦାନ କରାଯାଇଥିଲା । ତେବେ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ରହିଛି ତାହା ହେଲା କେନ୍ଦ୍ର ସରକାରୀ କର୍ମଚାରୀ ମାନଙ୍କୁ ଜାନୁୟାରୀ ୨୦୨୦ ଜୁନ ମାସରୁ ୨୦୨୧ ପର୍ଯ୍ୟନ୍ତ ଡିଏର ବକେୟା ଅର୍ଥ ପ୍ରଦାନ କରାଯିବା ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ତରଫରୁ ଘୋଷଣା ରହିଛି । ଯାହାକି ପେନସନ ଭୋଗି କର୍ମଚାରୀ ମାନଙ୍କ ପାଇଁ ଏକ ବଡ଼ ଝଟକା ରହିଛି ।

ତେବେ ସୂଚନ ଯୋଗ୍ୟ ଗତବର୍ଷ ଜୁଲାଇ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବା ଫଳରେ ତାହା ବଢ଼ି ୨୮ ପ୍ରତିଶତ ହୋଇଥିଲା । ତାପରେ ୨୦୨୧ ମସିହା ଅକ୍ଟୋବର ମାସରେ ଏହାର ପରିମାଣ ୩ ପ୍ରତିଶତ ବୃଦ୍ଧି କରି ୩୧ ପ୍ରତିଶତକୁ ଛୁଇଁଥିଲା । ପୁଣି ୨୦୨୨ ରେ ଆଉଥରେ ବଢିକି ବର୍ତମାନ ୩୪ ପ୍ରତିଶତ ହାରରେ ଭତ୍ତା ମିଳୁଛି ।

Leave A Reply

Your email address will not be published.