କ୍ରୋଧିତ ଛାତ୍ରମାନେ ପ୍ରିନ୍ସିପଲଙ୍କୁ ଲେଖିଲେ ଚିଠି, କହିଲେ – ଝିଅମାନେ ଡାକନ୍ତି ଲଲ୍ଲା, ରସଗୁଲା……..

0

Get real time updates directly on you device, subscribe now.

Student Wrote Letter To Principal: ପ୍ରାୟତଃ କ୍ଲାସରେ ପୁଅ ଏବଂ ଝିଅ ମଧ୍ୟରେ ଯୁକ୍ତିତର୍କ ହୋଇଯାଏ, ତାପରେ ଏହି କଥା ଟିଚରଙ୍କ ଠାରୁ ପ୍ରିନ୍ସିପଲଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଏ । ସ୍କୁଲ ଶ୍ରେଣୀରେ ଏହା ବହୁତ୍ ସାଧାରଣ କଥା ଅଟେ, କିନ୍ତୁ ସୋସିଆଲ ମିଡିଆରେ ଏପରି ଗୋଟିଏ ଲେଟର ଭାଇରାଲ ହେଉଛି । ଯେଉଁଥିରେ କିଛି ଛାତ୍ରମାନେ ପ୍ରିନ୍ସିପଲଙ୍କୁ ଲେଟର ଲେଖିଲେ ଏବଂ ଦାବି କଲେ ଯେ ଛାତ୍ରୀମାନେ ସେମାନଙ୍କୁ କ୍ଷମା ମାଗନ୍ତୁ । କାରଣ ଝିଅମାନେ ତାଙ୍କୁ ଭୁଲ ନାଁରେ ଡାକନ୍ତି । କୁହାଯାଉଛି ଯେ ଭାଇରାଲ୍ ହେଉଥିବା ଫଟୋ ଉତ୍ତରପ୍ରଦେଶର ଔରେୟା ଜିଲ୍ଲାର ଅଟେ । ଏହା ଔରେୟା ଜିଲ୍ଲାର ତୈୟାପୁର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ମାମଲା ଅଟେ ।

ଛାତ୍ରମାନେ ଝିଅମାନଙ୍କ ବିରୋଧରେ ଲେଖିଲେ ଲେଟର :-

ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଲେଟରରେ ଦେଖିପାରିବା ଯେ ପ୍ରିନ୍ସିପଲଙ୍କୁ ଲେଖାଯାଇଥିବା ଲେଟର ବିଷୟରେ ଛାତ୍ରମାନେ ଲେଖିଛନ୍ତି, ‘ ସପ୍ତମ ଶ୍ରେଣୀର ଝିଅମାନେ ପୁଅମାନଙ୍କୁ କ୍ଷମା ମାଗିବାକୁ ନେଇ ।’ ଏହାପରେ ଛାତ୍ରମାନେ ଡିଟେଲରେ ଲେଖିଲେ, ‘ ମହୋଦୟ, ଆମେ ନିବେଦନ କରୁଛୁ ଯେ ଆମେ ସପ୍ତମ ଶ୍ରେଣୀର ଛାତ୍ର ଅଟୁ । ଆମମାନଙ୍କୁ ଝିଅମାନେ ଭୁଲ ଶବ୍ଦ କୁହନ୍ତି, ଯେପରି – ଲଲ୍ଲା, ପାଗଳ, ଔକାତରେ ରୁହ ଏବଂ ପୁଅମାନଙ୍କ ନାମ ବିଗାଡୁଛନ୍ତି । ରମେଶକୁ ଡ଼ାମର କୁହନ୍ତି ଏବଂ ଦିନେଶକୁ ରସଗୁଲା, ଲଲ୍ଲା ପରି ରୁହ । ଝିଅମାନେ ଶ୍ରେଣୀରେ ପାଟିତୁଣ୍ଡ କରନ୍ତି, ଗୀତ ଗାଆନ୍ତି ଏବଂ ଡ଼ାଇଲଗ ମାରନ୍ତି ।’

ପ୍ରିନ୍ସିପଲଙ୍କ ଠାରେ ଅଭିଯୋଗ କରି ଲେଖିଲେ ଏହି କଥା :-

ନିଜ ଲେଟରରେ ଛାତ୍ରମାନେ ଶ୍ରେଣୀର ଝିଅମାନଙ୍କ ନାମ ମଧ୍ୟ ଲେଖିଲେ । ଶେଷରେ ଛାତ୍ରମାନେ ଲେଖିଲେ, ‘ ସପ୍ତମ ଶ୍ରେଣୀରେ ପାଟିତୁଣ୍ଡ କରୁଥିବା ଝିଅମାନଙ୍କ ନାମ – ‘ ଏହି ଲେଟର ବର୍ତ୍ତମାନ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି । ଏହି ଲେଟରର ଫଟୋକୁ ପଢ଼ିବା ପରେ ଲୋକମାନେ ବିଭିନ୍ନ ପ୍ରକାରର ରିଆକ୍ସନ୍ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି – ‘ଏହି ଲେଖା ସପ୍ତମ ଶ୍ରେଣୀର ପୁଅମାନଙ୍କ ପରି ଲାଗୁନାହିଁ ।’ କିଛି ଲୋକଙ୍କୁ ଏହି ଲେଟର ଉପରେ ବିଶ୍ୱାସ ହେଉନାହିଁ । ବର୍ତ୍ତମାନ ଏହି ଲେଟର ସତ କି ମିଛ ନିଶ୍ଚିତ ହୋଇନାହିଁ ।

Leave A Reply

Your email address will not be published.