ଆମେରିକାରୁ ଝିଅକୁ ଦେଖାକରି ଫେରୁଥିଲେ ସ୍ୱାମୀ ଓ ସ୍ତ୍ରୀ।ଡ୍ରାଇଭର ପିଟିପିଟି କଲେ ହତ୍ୟା, ଏହାପରେ ଶବକୁ ଫାର୍ମ ହାଉସରେ ପୋତିଦେଲେ

0

Get real time updates directly on you device, subscribe now.

ତାମିଲନାଡୁର ଚେନ୍ନାଇରେ ପୋଲିସ ବୃଦ୍ଧ ଦମ୍ପତିଙ୍କ ହତ୍ୟା ମାମଲାକୁ ସମାଧାନ କରିସାରିଛି। ପୋଲିସର କହିବାକଥା ହେଲା 60 ବର୍ଷୀୟ ଶ୍ରୀକାନ୍ତ ଓ ପତ୍ନୀ ଅନୁରାଧା ଆମେରିକାରୁ ନିଜ ଝିଅକୁ ଦେଖାକରି ଭାରତ ଫେରୁଥିଲେ ଓ ସେବେଠାରୁ ସେମାନଙ୍କର ପତା ମିଳିନଥିଲା। ପରିଜନଙ୍କ ଅଭିଯୋଗରେ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି।

ଯାଞ୍ଚ ପରେ ପୋଲିସକୁ ଜଣାପଡ଼ିଲା କି, ଦମ୍ପତିଙ୍କର କୃଷ୍ନା ନାମକ ଜଣେ ଡ୍ରାଇଭର ଥିଲେ ଓ ତାଙ୍କର ଘର ନେପାଳରେ। ସେହି ଡ୍ରାଇଭର ହିଁ ଶନିବାର ଦିନ ଦମ୍ପତିଙ୍କୁ ଏୟାରପୋର୍ଟ ରିସିଭ କରିବାକୁ ଯାଇଥିଲେ। ଦମ୍ପତିଙ୍କ କଲ ହିଷ୍ଟ୍ରିରେ ଶେଷଥର ପାଇଁ ଡ୍ରାଇଭରର କଣ୍ଟାକ୍ଟ ଥିଲା।

ଏହାପରେ ପୋଲିସ, ଡ୍ରାଇଭର କୃଷ୍ନା ଓ ତାଙ୍କ ସାଙ୍ଗକୁ ଗିରଫ କରିଥିଲେ। ପଚରାଉଚରାରୁ ଜଣାପଡ଼ିଥିଲା କି, ଉଭୟ ମିଳିତ ଭାବରେ ଦମ୍ପତିଙ୍କ ହତ୍ୟା କରିଥିଲେ। ସେମାନଙ୍କ ହତ୍ୟା ଆରୋପୀ ଦୁହେଁ ମୈଲାପୁର ଦ୍ୱାରକା କଲୋନୀ ସ୍ଥିତ ତାଙ୍କ ଘରେ କରିଥିଲେ। ଏହାସହ ସେମାନେ କହିଥିଲେ କି, ଶବକୁ ସେମାନେ ନେମେଲି ସ୍ଥିତ ଦମ୍ପତିଙ୍କ ଫାର୍ମହାଉସ ରେ ପୋତି ଦେଇଥିଲେ।

ପୋଲିସ ଫାର୍ମହାଉସରେ ପହଞ୍ଚି ଶବକୁ ବାହାର କରି ପୋଷ୍ଟମର୍ଟମ ପାଇଁ ସରକାରୀ ହସ୍ପିଟାଲ ପଠାଇଥିଲେ। ରିପୋର୍ଟରେ ଜଣାପଡ଼ିଥିଲା କି, ବୃଦ୍ଧ ଦମ୍ପତିଙ୍କୁ ନିଷ୍ଠୁରତାର ସହିତ ପିଟି ତାଙ୍କୁ ହତ୍ୟା କରାଯାଇଥିଲା। ବର୍ତ୍ତମାନ ପୋଲିସ ଆରୋପୀଙ୍କୁ ପଚରାଉଚରା କରୁଛି ଓ ଆଗକୁ ଯାଞ୍ଚ ଜାରି ରହିବ। ଶେଷରେ ଏହା ଜାଣିବାକୁ ଚେଷ୍ଟା କରାଯାଉଛି କି, କଣପାଇଁ ସେମାନେ ଦମ୍ପତିଙ୍କ ହତ୍ୟା କଲେ ?

Leave A Reply

Your email address will not be published.