ଲାଭଜନକ ବ୍ୟବସାୟ:କମ୍ ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ,ବ୍ରତ ହେଉ ବା ପର୍ବପର୍ବାଣୀ ଡିମାଣ୍ଡ କେବେବି କମିବ ନାହିଁ !

0

Get real time updates directly on you device, subscribe now.

ଆପଣଙ୍କୁ ଏଭଳି ବହୁ ଲୋକ ମିଳିବେ ଯାହାକୁ ଖାଦ୍ୟ ସହ ପ୍ରେମ ହୁଏ|କିଛି ଲୋକ ଅଲଗା ଅଲଗା ଖାଇବା ଟେଷ୍ଟ କରିବାକୁ ଅଲଗା ସହର ଭ୍ରମଣ କରିଥାନ୍ତି|ଅଧିକାଂଶ ଲୋକ ସନ୍ଧ୍ୟା ସମୟରେ ଚା ସହ ଚିପ୍ସ ଖାଇବାକୁ ପସନ୍ଦ କରନ୍ତି, ଏପରି ତ ମାର୍କେଟରେ ବିଭିନ୍ନ ପ୍ରକାରର ଚିପ୍ସ ମହଜୁଦ ରହିଛି|ଏଣୁ ଆପଣ ଯଦି କମ ଟଙ୍କାରେ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ତେଵେ କଦଳୀ‌ ଚିପ୍ସ ବ୍ୟବସାୟ ଆରମ୍ଭ କରି ପାରିବେ|

ଏହାର ଖାସ କଥା ଏହା ଯେ ଅନ୍ୟାନ୍ୟ ଚିପ୍ସ ତୁଳନାରେ ମାର୍କେଟରେ ଅଧିକ ରହିଛି କାରଣ ଵ୍ରତ ସମୟରେ ଏହାକୁ ଖାଇ ପାରିବେ କାରଣ ଲୁଣ ମିଶା ଯାଇ ନଥାଏ|ମାର୍କେଟରେ ଛୋଟ ଛୋଟ କମ୍ପାନୀ କଦଳୀ ଚିପ୍ସ ବନାଇ ବିକୁଛନ୍ତି|ଚାଲନ୍ତୁ ସେ ବ୍ୟବସାୟ ସମ୍ପର୍କରେ ଜାଣିବା:

ଏଥିପାଇଁ ଆପଣଙ୍କୁ ଅଧିକ ନିବେଶ କରିବାକୁ ପଡିବ ନାହିଁ|ଏହାକୁ ଛୋଟ ସ୍ତରରେ ଆରମ୍ଭ କରି ପାରିବେ|ଏହାର ଡିମାଣ୍ଡ ବଢି ଯାଇଛି କାରଣ ବ୍ରତ ଓ ପର୍ବ ପର୍ବାଣୀ ସମୟରେ ଖିଆ ହେଉଛି|ଏହାକୁ ଆରମ୍ଭ କରି ଭଲ ବ୍ୟବସାୟ କରି ପାରିବେ|

କଦଳୀ ଚିପ୍ସ ବନାଇବାକୁ କିଛି ମେସିନର ଆବଶ୍ୟକ|ଏଥିପାଇଁ ୫୦୦୦ ବର୍ଗଫୁଟର ଜାଗା ଆବଶ୍ୟକ|ଏଥିପାଇଁ କଦଳୀ ଛଡା ମେସିନ ଆବଶ୍ୟକ|କଦଳୀକୁ ଚିପ୍ସ ଆକାର ଦେବା ,ଫ୍ରାଏ ଓ ମସାଲା ମିସେଇବା ପାଇଁ ମେସିନ ନେଵାକୁ ହେବ|ପ୍ୟାକିଙ୍ଗ ପାଇଁ ବି ମେସିନ ଆବଶ୍ୟକ|

ଏହି ମେସିନକୁ ବଡ ବଡ ସହରରୁ କିଣି ପାରିବେ|ଯଦି ବଜେଟ କମ ରହିଛି ଛୋଟ ଛୋଟ ମେସିନ ସାହାଯ୍ୟରେ ଆରମ୍ଭ କରିପାରିବେ,ଲାଭ ବଢିଲେ ବଡ ମେସିନ କିଣିପାରନ୍ତି|ଏହି ମେସିନର ମୂଲ୍ୟ ପାଖାପାଖି ୭୦ ହଜାର ହେବ|ମେସିନ କିଣିବା ପରେ କଞ୍ଚା ମାଲ ମଥା ତେଲ, କଦଳୀ,ମସାଲା ଓ ପ୍ୟାକିଙ୍ଗ ପଦାର୍ଥ ଆବଶ୍ୟକ|

ଏହି ଚିପ୍ସକୁ ପ୍ରସ୍ତୁତ କରି ସାରିବା ପରେ ଆପଣ ଭଲ ପ୍ୟାକିଙ୍ଗ କରି ଥୋକ ବା ଅନଲାଇନରେ ବିକ୍ରି କରିପାରିବେ|ସୋସିଆଲ ମିଡିଆରେ ବ୍ରାଣ୍ଡ ମାର୍କେଟିଙ୍ଗ କରିପାରିବେ|ଭଲ ମାର୍କୈଟିଙ୍ଗ କରି ବ୍ରାଣ୍ଡ ବନାଇବା ସହ ଲୋକଙ୍କୁ ବତାଇ ପାରିବେ|ଫଳରେ ଅଧିକ ଗ୍ରାହକ ଯୋଡି ହେବା ସହ ଲୋକପ୍ରିୟ ହୋଇ ପାରିବେ|

Leave A Reply

Your email address will not be published.