୨୩ ଶହ କୋଟି ଟଙ୍କାର ମାଲିକ ହେଉଛନ୍ତି ସଲମାନ ଖାନ । ତାଙ୍କ ଅନ୍ତେ କିଏ ହେବ ଏହି ସମ୍ପତ୍ତିର ମାଲିକ ?

0

Get real time updates directly on you device, subscribe now.

ବଲିଉଡ୍‌ ତାରକାମାନେ ଗୋଟେ ଗୋଟେ ଫିଲ୍ମ ପାଇଁ ବିପୁଳ ପରିମାଣର ଚାର୍ଜ କରନ୍ତି । ଅଧିକାଂଶ ତାରକା ସେମାନଙ୍କ ଫିଲ୍ମରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଫିଲ୍ମରୁ ସେମାନେ ଯେତିକି ରୋଜଗାର କରନ୍ତି ସେଥିରେ କେଇ ପୁରୁଷ ବି ଚଳିଯିବେ । ଏପରି ଅନେକ ବଲିଉଡ୍‌ ସେଲିବ୍ରେଟି ଅଛନ୍ତି ଯେଉଁମାନେ ଅଭିନୟ ସହିତ ବ୍ୟବସାୟରେ ମଧ୍ୟ ହାତ ଦେଇଛନ୍ତି ଏବଂ ଏଥିରୁ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତେବେ ସମସ୍ତଙ୍କ ମଧ୍ୟରୁ ସଲମାନ ଖାନ୍ ସର୍ବାଗ୍ରେ ଆସିବେ ।

ବଲିଉଡର ସଲୁ ଭାଇ ବା ସଲମାନ ଖାନ ଫିଲ୍ମ ବ୍ୟତୀତ ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଖାଲି ଏତିକି ନୁହେଁ ସେ ମଧ୍ୟ ଫିଲ୍ମ ନିର୍ମାଣ କରନ୍ତି । ତାଙ୍କର ନିଜର ବ୍ୟବସାୟ ମଧ୍ୟ ଅଛି । ତାଙ୍କର ନିଜସ୍ୱ ବ୍ରାଣ୍ଡ୍‌ ‘ବିଙ୍ଗ୍ ହ୍ୟୁମାନ୍’ ମଧ୍ୟ ବହୁତ ଲୋକପ୍ରିୟ, ଅନେକ ଥର ସେ ସୋସିଆଲ୍ ମିଡିଆ ମାଧ୍ୟମରେ ଏହାକୁ ପ୍ରୋତ୍ସାହିତ କରୁଥିବା ମଧ୍ୟ ଦେଖାଯାଏ । ଖବର ଅନୁଯାୟୀ ସଲମାନ ଖାନ ମଧ୍ୟ ‘ୟାତ୍ରା ଡଟ୍ କମ୍‌ରେ’ ବି ପାଞ୍ଚ ପ୍ରତିଶତ ଅଂଶୀଦାର ଅଟନ୍ତି । ତେବେ ଲକ୍ଷ ଲକ୍ଷ ଟଙ୍କାର ମାଲିକ ହେଉଛନ୍ତି ସଲ୍କୁ ଭାଇ । ଏକ ରିପୋର୍ଟ ମୁତାବକ ସଲମାନ ଖାନ ୨୩୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

ତେବେ ପରଦାରେ ରୋମାଣ୍ଟିକ୍ ହିରୋ ହୋଇଥିବା ସଲମାନ ଦେଖୁ ଦେଖୁ ଭାଇଜାନ ଓ ଟାଇଗର ହୋଇଗଲେ । ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ସଲମାନ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । କିନ୍ତୁ ତାଙ୍କର ଗର୍ଲଫ୍ରେଣ୍ଡଙ୍କ ଅଭାବ ନାହିଁ । ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହିତ ଜଡିତ । ସେ ମଧ୍ୟ ତାଙ୍କ ପ୍ରେମକୁ ନେଇ ଅନେକ ଥର ବିବାଦ ଭିତରକୁ ଆସିଛନ୍ତି ।

ତେବେ ଏହି ୫୬ ବର୍ଷୀୟ ସଲମାନ ଖାନ୍ ଙ୍କ ପ୍ରଶଂସକ ଏବେ ମଧ୍ୟ ଆଶା ରଖିଛନ୍ତି ଯେ ନିକଟରେ ସଲମାନ୍ ବିବାହ ନିଶ୍ଚିତ କରିବେ । ତେବେ ସେ ଯାହା ହେଉ ନା କାହିଁକି ବଲିଓଡ଼ରେ ସଲମାନ୍ ସବୁଠାରୁ ବେଶୀ ପାରିଶ୍ରମିକ ନେଉଥିବା ଅଭିନେତା ମାନଙ୍କ ଠାରୁ ଜଣେ । କିଛି ବର୍ଷ ହେବ ତାଙ୍କର ଫିଲ୍ମ୍ ସୁପର ହିଟ୍ ହେଉ ନଥିଲେ ମଧ୍ୟ ତାଙ୍କର ଅପୂଳ ସମ୍ପତି । ତେବେ ସେ ବହୁତ ଦାନ ଧର୍ମ କରନ୍ତି । ଗରିବ ଲୋକଙ୍କୁ ସାହାଯ୍ୟ କରିବାର ନଜର ଆସିଥାନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯଦି ସେ ମୃତ୍ୟୁ ପର୍ଯ୍ୟନ୍ତ ବିବାହ କରିବେନି ତେବେ ତାଙ୍କ ବାଦେ ତାଙ୍କର ସବୁ ସମ୍ପତି ସେ ଟ୍ରଷ୍ଟକୁ ଦାନ କରିଦେବେ । ଆଉ ଯଦି ବା ବିବାହ କଲେ ତେବେ ତାଙ୍କର ଅଧା ସମ୍ପତି ଦେଇଦେବେ ।

Leave A Reply

Your email address will not be published.