ରାତାରାତି ହୋଇଗଲେ କୋଟିପତି ! ଅଚାନକ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା 25 କୋଟି ଟଙ୍କା,ଆଉ ତା ପରେ ଯାହା ହେଲା…

0

Get real time updates directly on you device, subscribe now.

ଜଣେ ବ୍ୟକ୍ତି ହଠାତ ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଗଲା ଯେତେବେଳେ ସେ ଦେଖିଲା ତା’ ଆକାଉଣ୍ଟକୁ ଅଚାନକ 25 କୋଟି ଟଙ୍କା ଆସିଛି ଓ ସେ ବହୁତ ଖୁସି ହୋଇ ଏହି ସବୁ ଟଙ୍କା ଗୁଡ଼ିକୁ ଖର୍ଚ୍ଚ କରିବାର ଯୋଜନା ବନାଇଥିଲା। ଏହାପରେ ଏହି ଖୁସି ତାଙ୍କର ବେଶୀ ସମୟ ରହିଲା ନାହିଁ ଓ ସତ୍ୟତା ଜାଣିବା ପରେ ସେ ନିରାଶ ହୋଇଗଲା।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ବ୍ରିଟେନର ମାଇକେଲ କାର୍ପେଣ୍ଟର ଯିଏକି ନିଜ ଆକାଉଣ୍ଟରେ ଟଙ୍କା ଦେଖି ବହୁତ ଖୁସି ହୋଇଯାଇଥିଲେ କିନ୍ତୁ ତାଙ୍କର ଏହି ଖୁସି ବହୁତ ସମୟ ପର୍ଯ୍ୟନ୍ତ ରହିନଥିଲା। କଥା ଏହାକି ଯେ, ମାଇକେଲ ଷ୍ଟକ ମାର୍କେଟରେ Hargreaves Lansdownରେ 1 କୋଟି ଟଙ୍କା ଲଗାଇଥିଲେ।

ମାଇକେଲ ସକାଳୁ ଉଠି ଦେଖନ୍ତି ତ ସେ କୋଟିପତି ହୋଇଯାଇଛନ୍ତି ଓ ତାଙ୍କ ଶେୟର ତାଙ୍କୁ 2,200 ପ୍ରତିଶତ ରିଟର୍ଣ୍ଣ ଦେବା ଦ୍ୱାରା ତାଙ୍କର ଟଙ୍କା 1 କୋଟିରୁ ସିଧା 25 କୋଟି ଟଙ୍କା ହୋଇଯାଇଛି।

ମାଇକେଲଙ୍କ ଅନୁସାରେ ପ୍ରଥମେ ତ ସେ ନିଜ ଆଖି ଉପରେ ଭରସା କରି ପାରିଲେନାହିଁ । କିନ୍ତୁ ବାରମ୍ବାର ଆକାଉଣ୍ଟ ଖୋଲି ଦେଖିବାପରେ ତାଙ୍କୁ ବିଶ୍ୱାସ ହୋଇଥିଲା କି, ତାଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଆସିଛି ଓ ସେ ବିଶ୍ୱାସ କରି ପାରୁନଥାନ୍ତି କି, କେମିତି ଏକ ଶେୟର ଏତେ ପ୍ରତିଶତ ରିଟର୍ଣ୍ଣ ଦେବ ?

କେମିତି ଆକାଉଣ୍ଟକୁ ଆସିଲା ଏତେ ଟଙ୍କା ?:-

ଏମିତିରେ ସୂଚନା ପାଇବାପାଇଁ ମାଇକେଲ Hargreaves Lansdownକୁ ଫୋନ କରିଥିଲେ ଯେତେବେଳ କମ୍ପାନୀ ଚେକ କରିଥିଲା ସେତେବେଳେ ଏହା ଏକ ଡିଜିଟାଲ ତ୍ରୁଟି ଯୋଗୁଁ ଦେଖାଉଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହାକୁ ପରେ ସଠିକ କରିଦିଆଗଲା।

ଏହା ଜାଣିବାପରେ ମାଇକେଲ ନିରାଶ ହୋଇଗଲେ। ତାଙ୍କୁ ଆରମ୍ଭରୁ ଲାଗିଥିଲା କି, କିଛି ତ ଗଡ଼ବଡ଼ ଅଛି, ଏହାପରେ ସେ କମ୍ପାନୀ କୁ ଫୋନ କରି ସୂଚନା ଦେଇଥିଲେ।

Leave A Reply

Your email address will not be published.