ପ୍ରେମିକାର ଭାଇ ମୋର ୧୩ ବର୍ଷର ଝିଅକୁ ଲୁଚେଇକି ନେଇଗଲା’…ଲେଖି ପିତା ଆତ୍ମହତ୍ୟା କଲେ

0

Get real time updates directly on you device, subscribe now.

ଇନ୍ଦୋର୍ ରେ ଜଣେ ଯୁବକ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ଠିକ ସମୟରେ ପୋଲିସକୁ ଗୋଟିଏ ସୁଇସାଇଡ଼ ନୋଟ ମଧ୍ୟ ମିଳିଛି । ଯେଉଁଥିରୁ ଏହା ଜଣାପଡିଛି କି ମୃତକଙ୍କ ର ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିଲା ଏବଂ ସେହି ମହିଳାଙ୍କ ଭାଇ ତାଙ୍କ ନାବାଳିକା ଝିଅକୁ ନେଇ ଫେରାର ହୋଇଯାଇ ଥିଲେ ।

ମଧ୍ୟ ପ୍ରଦେଶର ଇନ୍ଦୋରର ଆଜାଦ ନଗର ଥାନା ଅଞ୍ଚଳରୁ ଅବୈଧ ସମ୍ପର୍କର ବହୁତ ହି କଷ୍ଟଦାୟକ କାହାଣୀ ସାମ୍ନାକୁ ଆସିଛି । ପୋଲିସ କହିଛନ୍ତି ରାମ ସିଂହ ( ଛଦ୍ମ ନାଁ ) ଙ୍କର ସୋନି ( ଛଦ୍ମ ନାଁ ) ଙ୍କ ମଧ୍ୟରେ ତିନି ବର୍ଷରୁ ଅବୈଧ ସମ୍ପର୍କ ଥିଲା । ଏହି ସମୟରେ ସୋନିଙ୍କ ଭାଇ ରାମ ସିଂହଙ୍କ ୧୩ ବର୍ଷର ଝିଅକୁ ନେଇକି ପଳେଇଥିଲା ଏବଂ ଗତ ଗୋଟିଏ ବର୍ଷରୁ ସେ ତାକୁ ତାଙ୍କ ଗାଁ ରେ ରଖିଛି । ଯାହା ପରେ ରାମ ସିଂହ ସୁଇସାଇଡ଼ ନୋଟ ଛାଡିକରି ନିଜ ଘରେ ଫାଶୀ ଲଗେଇ ଜୀବନ ଦେଇଛନ୍ତି ।

ଏହି ଘଟଣା ଆଜାଦ ନଗର ଥାନା ଅଞ୍ଚଳର ଅଟେ । ଏଠାରେ ରହୁଥିବା ରାମ ସିଂହ ନିଜ ଘରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ଼ ନୋଟ ଆଧାରରେ ଯେତେବେଳେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କଲା ତ ଅନେକ ଆଶ୍ଚର୍ଯ୍ୟ ଜନଙ୍କ ଘଟଣା ସାମ୍ନାକୁ ଆସିଲା । ରାମ ସିଂହଙ୍କର ଗତ ୩ବର୍ଷରୁ ସୋନି ନାମକ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଚାଲିଥିଲା । ପ୍ରାୟ ଏକ ବର୍ଷ ପୂର୍ବେ ରାମଙ୍କ ପ୍ରେମିକାଙ୍କ ଭାଇ ତାଙ୍କ ୧୩ ବର୍ଷର ନାବାଳିକା ଝିଅକୁ ଲୁଚେଇକି ନେଇଗଲା ।

ରାମ ଏହି ମାମଲାର ଅଭିଯୋଗ ପୋଲିସଙ୍କୁ କରିବାକୁ ଚାହୁଁଥିଲା । କିନ୍ତୁ ପ୍ରେମିକା ତାଙ୍କୁ ପ୍ରେମର ଯାଦୁ ଦେଖେଇ ଏମିତି କରିବାରୁ ରୋକିଲା ଏବଂ କହିଲା କି ତାଙ୍କ ଭାଇ ତାଙ୍କ ଝିଅ ସହ ବିବାହ କରିବାକୁ ଚାହୁଁଛି । ରାମ ପ୍ରେମିକା କୁ ବହୁତ ଥର କହିଲେ କି ତାଙ୍କ ଝିଅକୁ ଫେରେଇ ଦେବାକୁ,ଏହା ପରେ ପ୍ରେମିକା ମାନିନଥିଲା ତ ରାମ ଫାଶୀ ଲଗେଇ ଆତ୍ମହତ୍ୟା କରିଦେଲା । ମରିବା ପୂର୍ବରୁ ରାମ ସୁଇସାଇଡ଼ ନୋଟ ମଧ୍ୟ ଲେଖିଲା । ଯେଉଁଥିରେ ସେ ତାଙ୍କ ପ୍ରେମିକା କଥା ଲେଖି ତା ଉପରେ ପ୍ରତାଡନାର ଅଭିଯୋଗ ଲଗେଇଛନ୍ତି ଏବଂ ତାଙ୍କ ଝିଅର ଅପହରଣ ବିଷୟରେ ମଧ୍ୟ କହିଛନ୍ତି ।

ଯାଞ୍ଜ ଅଧିକାରୀ ବିଡି ଭାରତୀ କହିଛନ୍ତି କି ଯୁବକ ଜଣଙ୍କ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି ଯେ “ମୁ ରାମ ସିଂ ଆତ୍ମହତ୍ୟା କରୁଛି | ମୋ ମହିଳା ସାଙ୍ଗ ସୋନି ଯିଏକି ବିଜୋଳି ମର୍ଦନା ରେ ରୁହେ | ସେ ମତେ ତିନି ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିଲା | ତାଙ୍କ ଭାଇ ମୋ 13 ବର୍ଷର ପିଲାକୁ ନିଜ ସାଥିରେ ଗାଁକୁ ନେଇଗଲା ଏବଂ ସୋନି ମତେ କଥାରେ ଲଗେଇକି କୌଣସି ପ୍ରକାରର ବି ଆଇନିଗତ କାର୍ଯ୍ୟ କରିବାକୁ ଦେଲା ନାହିଁ | ବର୍ତ୍ତମାନ ତାକୁ ନିଜ ଇଜ୍ଜତ କଥା ମନା ପଡିଗଲା | ମୋ ମୃତ୍ୟୁ ମାମଲାରେ ସୋନି, ତାଙ୍କ ସ୍ୱାମୀ, ଭାଇ ଏବଂ ତାଙ୍କ ମା, ବାପା, ଦାୟୀ ଅଟନ୍ତି | ତାଙ୍କୁ ଶାସ୍ତି ମଳିବା ଦରକାର |

ପୋଲିସ ମାମଲାକୁ ଗମ୍ଭୀରତା ରେ ଯାଞ୍ଚ କରୁଛି | ଶବ କୁ କବ୍ଜାରେ ନେଇ ପୋଷ୍ଟମାର୍ଟମ ପାଇଁ ପଠିଆ ଯାଇଛି | ପୋଲିସର କହିବ କଥା ହେଉଛି ଏହା ଯେ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟକାରୀ କରାଯିବ |

Leave A Reply

Your email address will not be published.