ଏମିତି କଣ ହେଲା ଯେ ବାହାଘର ପରେ ଗାଡ଼ି ପଛରେ ଦୌଡ଼ିବାକୁ ଲାଗିଲେ ବର-କନ୍ୟା, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

Wedding Video: ବର୍ତ୍ତମାନ ବାହାଘର ସମୟ ଚାଲିଛି । ଅଲଗା ଅଲଗା ସ୍ଥାନରୁ ବିବାହ ସମାରୋହରୁ ଆସୁଥିବା କୌତୁହଳପୂର୍ଣ୍ଣ ଭିଡିଓ ଇଣ୍ଟରନେଟରେ ନିଜର ଗୋଟିଏ ସ୍ଵତନ୍ତ୍ର ଜାଗା ସୃଷ୍ଟି କରିଛି । ବାହାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ହିଁ ତାକୁ ଦେଖି ନେଟିଜନ୍ସ ଖୁବ୍ ଏଣ୍ଟରଟେନ ହୁଅନ୍ତି । ବାହାଘରର ଆଉ ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଟ୍ରେଣ୍ଡ କରୁଛି । ଏଥର ବର-କନ୍ୟାଙ୍କ ଅଜବ ଭିଡିଓ ସାମ୍ନାକୁ ଆସିଛି, କାରଣ ବାହାଘରରେ ପ୍ରାୟତଃ ଏପରି ଦେଖାଯାଇ ନଥାଏ ।

ବାହାଘର ପରେ କାହିଁକି ଦୌଡିବାକୁ ଲାଗିଲେ ବର-କନ୍ୟା :-

ବର ଏବଂ କନ୍ୟା ନିଜ ବାହାଘର ବେଶରେ ପରସ୍ପର ସହିତ ଦୌଡ଼ୁଥିବବାର ଦେଖା ଯାଉଛନ୍ତି । ଆରକେ ଖାନ ନାମକ ଜଣେ ୟୁଜରଙ୍କ ଦ୍ଵାରା ଏହି ଭିଡିଓ ସେୟାର କରାଯିବା ମାତ୍ରେ ହିଁ ଭିଡ଼ିଓଟି ଭାଇରାଲ ହେବାକୁ ଲାଗିଲା । ଭିଡିଓ କ୍ଲିପରେ ନବ ବିବାହିତ ବାର ଏବଂ କନ୍ୟାଙ୍କୁ ତାଙ୍କ ବାହାଘର ବେଶରେ ଗାଁ ରାସ୍ତାରେ ଦୌଡ଼ୁଥିବାର ଦେଖା ଯାଇପାରେ । କିଛି ଅନ୍ୟ ଲୋକଙ୍କୁ ମଧ୍ୟ ସେମାନଙ୍କ ପଛରେ ଦୌଡ଼ୁଥିବାର ଦେଖା ଯାଇପାରେ । ଭିଡିଓକୁ ଦେଖି ଅନୁମାନ କରାଯାଇପାରେ ଯେ ବର-କନ୍ୟା କୌଣସି ଗୋଟିଏ ଗାଡ଼ି ପଛରେ ଦୌଡ଼ୁଥିଲେ, ଯାହା ସେମାନଙ୍କୁ ପଛରେ ଛାଡି ଚାଲିଗଲା ।

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ :-

ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କୁ ଖୁବ୍ ପସନ୍ଦ ହେଉଛି । ଇନ୍ଷ୍ଟାଗ୍ରାମରେ rkkhan6549 ନାମକ ଆକାଉଣ୍ଟ ଦ୍ଵାରା ଏହି ଭିଡିଓ ଅପଲୋଡ଼ କରାଯିବା ମାତ୍ରେ ଲୋକମାନେ ଏହାକୁ ଖୁବ୍ ଲାଇକ କଲେ । ଭାଇରାଲ ଭିଡିଓକୁ 12.4 ମିଲିୟନ ଭ୍ୟୁ ଏବଂ ହଜାର ହଜାର ଲାଇକ ଏବଂ କମେଣ୍ଟ ମିଳିଛି । ଏହି ଭିଡିଓରେ କେତେକ ଅନ୍ୟ ୟୁଜର୍ସ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ” ଆରେ ସେମାନଙ୍କୁ ବସାଇ ଦିଅ, କଣ୍ ପାଇଁ ରେସ କରାଉଛ ।” ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ” ୟାକୁ ହିଁ କୁହାଯାଏ ପଳାଇ ଯାଇ ବାହାଘର ହେବା ।”

Leave A Reply

Your email address will not be published.