ଭାରତୀୟ ପୂର୍ବତନ କ୍ରିକେଟର ଅରୁଣ ଲାଲ 66 ବର୍ଷ ବୟସରେ କଲେ ଦ୍ୱିତୀୟ ବିବାହ। ଚୁମା ନେଉଥିବା ସମୟରେ ଫୋଟୋ ହେଲା ଭାଇରାଲ

0

Get real time updates directly on you device, subscribe now.

ଭାରତୀୟ କ୍ରିକେଟ ର ପୂର୍ବତନ ଓପନର ଅରୁଣ ଲାଲ 66 ବର୍ଷ ବୟସରେ ଦ୍ଵିତୀୟ ବିବାହ କରିଛନ୍ତି। ସେ ବୁଲବୁଲ ଶାହଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି। ସୂଚନା ଏହାକି ଯେ, ଦୀର୍ଘ ସମୟ ହେବ ସେମାନେ ପରସ୍ପରକୁ ଜାଣିଥିଲେ ଓ ଏକମାସ ପୂର୍ବରୁ ମଧ୍ୟ ସେମାନଙ୍କ ନିର୍ବନ୍ଧ ଶେଷ ହୋଇଥିଲା ଓ ଏବେ ସେ ସେମାନଙ୍କ ହଳଦୀର ଫୋଟ ସୋସିଆଲ ମିଡ଼ିଆରେ ଶେୟର କରିଛନ୍ତି।

ରୀନା ଅଟନ୍ତି ଅରୁଣଙ୍କ ପ୍ରଥମ ପତ୍ନୀ:-

ଅରୁଣ ଲାଲଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ରୀନା ଓ ସେ ଏହି ବିବାହକୁ ମଞ୍ଜୁରୀ ଦେଇଥିଲେ। ରୀନା ଦୀର୍ଘ ସମୟ ହେବ ଅସୁସ୍ଥ ଅଛନ୍ତି ଓ ସେ ସ୍ୱାମୀଙ୍କ ଦ୍ବିତୀୟ ବିବାହକୁ ନେଇ ଖୁସି ମଧ୍ୟ ରହିଛନ୍ତି।

ଅରୁଣ ଲାଲ ଓ ବୁଲବୁଲ ଶାହଙ୍କ ବିବାହର ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି। ଅରୁଣ କୋଲକାତାର ଏକ ହୋଟେଲରେ ନିଜର ଏହି ବିବାହକୁ ଆୟୋଜିତ କରିଥିଲେ। ବିବାହ ସମୟର ଏକ ଫୋଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଅରୁଣ ଲାଲ ବୁଲବୁଲ ଶାହଙ୍କୁ କିସ କରୁଥିବାର ନଜର ଆସୁଛନ୍ତି।

କୋଚ୍ ମଧ୍ୟ ରହିସାରିଛନ୍ତି ଅରୁଣ ଲାଲ:-

ଅରୁଣ ଲାଲଙ୍କ ଜନ୍ମ ଉତ୍ତର ପ୍ରଦେଶର ମୁରଦାବାଦରେ ହୋଇଥିଲା। ଅରୁଣ କମେଣ୍ଟାଟରରେ ଥିଲେ କିନ୍ତୁ 2016 ମସିହାରେ ତାଙ୍କୁ କ୍ୟାନ୍ସର ହୋଇଯାଇଥିଲା। ଏହାପରେ ସେ କମେଣ୍ଟାରୀ ଛାଡ଼ିଦେଲେ। ଅରୁଣ ବଙ୍ଗାଳ କ୍ରିକେଟ ଟିମର କୋଚ୍ ମଧ୍ୟ ରହିସାରିଛନ୍ତି।

ଭାରତ ପାଇଁ ଖେଳିଛନ୍ତି କିଛି ମ୍ୟାଚ:-

ଅରୁଣ ଲାଲ 1982 ରୁ 89 ମଧ୍ୟରେ ଭାରତ ପାଇଁ 16ଟି ଟେଷ୍ଟ ଓ 13ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହାମଧ୍ୟରେ ତାଙ୍କ ବ୍ୟାଟରୁ ଟେଷ୍ଟରେ 729 ଓ ଦିନିକିଆରେ 122 ରନ ବାହାରିଛି। ଟେଷ୍ଟରେ ତାଙ୍କ ବ୍ୟାଟରୁ ଛଅ ଅର୍ଧଶତକ ଓ ଦିନିକିଆରେ ଗୋଟିଏ2 ଅର୍ଧଶତକ ବାହାରିଥିଲା।

Leave A Reply

Your email address will not be published.