1 ଲକ୍ଷ ଟଙ୍କାରେ ବିକ୍ରି ହେଉଛି ରୋଟି ତିଆରି କରିବାର ମେସିନ, ଲୋକମାନେ କହିଲେ – ” ହେ ଛାଡ଼, ଆମେ ଘରେ ହିଁ ଶିଖିଦେବୁ

0

Get real time updates directly on you device, subscribe now.

Roti Making Machine Worth 1 Lakh : ରୋଟି ଶବ୍ଦକୁ ଶୁଣିବା ପାଇଁ ତ ବହୁତ୍ ସାଧାରଣ ଏବଂ ସହଜ ଖାଦ୍ୟ ଲାଗେ, କିନ୍ତୁ ଏହାକୁ ତିଆରି କରିବାପାଇଁ ବହୁତ୍ କାମ କରିବାକୁ ପଡ଼ିଥାଏ । ପ୍ରଥମେ ଅଟା ଦଳିବା, ତାପରେ ଏହାକୁ ଗୋଲ ଗୋଲ ବେଲିବା ଏବଂ ତାପରେ ତାୱାରେ ସେକି ପ୍ରସ୍ତୁତ କରିବା । ଯଦି ଏତେ ସବୁ କରିବା ଆସୁନାହିଁ, ତେବେ ଗୋଟିଏ ରୋବୋଟିକ ମେସିନ ତିଆରି କରି ପ୍ରସ୍ତୁତ କରାଯାଇଛି, ଯାହାର ମୂଲ୍ୟ 1.11 ଲକ୍ଷ ଟଙ୍କା ରଖାଯାଇଛି । ଆଜ୍ଞା ହଁ, ଘରେ ମାଗଣାରେ ମିଳୁଥିବା ରୋଟିର ମୂଲ୍ୟ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ?

ରୋଟି ତିଆରି କରିବାର ସଂଘର୍ଷ ଲୋକମାନଙ୍କୁ ସେତେବେଳେ ଜଣାପଡେ, ଯେତେବେଳେ ସେମାନଙ୍କୁ ଏହା ନିଜେ ତିଆରି କରିବାକୁ ପଡ଼ିଥାଏ ଏବଂ ଏହାସହିତ ଗୋଲ ରୋଟି ପାଇଁ ତ ସାରା ଜୀବନ ଅପମାନିତ ହେବାକୁ ପଡ଼େ । ତଥାପି ଏସବୁର ମୂଲ୍ୟ ମିଶାଇ 1 ଲକ୍ଷ 11 ହଜାର ଟଙ୍କା ହୋଇପାରିବ ନାହିଁ । ତାହା ପୁଣି ଆମ ଦେଶରେ, ଯେଉଁଠାରେ ରୋଟି ପ୍ରତିଦିନର ଭୋଜନର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କୁହାଯାଏ । ଇଣ୍ଟରନେଟରେ ଯେବେଠୁ ଲୋକମାନେ ଏତେ ମହଙ୍ଗା ରୋଟି ତିଆରି କରିବାର ମେସିନ ଦେଖିଛନ୍ତି, ସେମାନଙ୍କୁ ବିଶ୍ୱାସ ହିଁ ହେଉନାହିଁ ।

ଅଟା ଦଳି ରୋଟି ତିଆରି କରିଦେବ ଏହି ମେସିନ :-

ରୋଟି ତିଆରି କରୁଥିବା ମେସିନର ନାମ ହେଉଛି ରୋଟିମେଟିକ । ରୋବୋଟିକ ମେସିନ ୱେବସାଇଟରେ ଏହାର ଗୁଣ ବର୍ଣ୍ଣନା କରି କୁହାଯାଇଛି ଯେ – “ରୋଟିମେଟିକ ଦୁନିଆର ପ୍ରଥମ ସଙ୍ଗଠିତ ସମାଧାନ ଅଟେ । ଏହା ଅଟାକୁ ମିଶାଇ ଥାଏ, ଦଳିଥାଏ, ବେଲିଥାଏ, ସିଝାଇଥାଏ ଏବଂ ଫୁଲାଇ ଥାଏ । ଏହା ଅଲ ଇନ ୱାନ ଅଟେ ।”

କେବଳ ଏତିକି ନୁହେଁ, ଏହି ମେସିନ ୱାଈ ଫାଈ ସହିତ କନେକ୍ଟ ହୋଇଯିବ ଏବଂ ରୋଟିକୁ ମଧ୍ୟ ସ୍ମାର୍ଟ କରିଦେବ । ମେସିନ ଦ୍ଵାରା ସାଧାରଣ ରୋଟି ବ୍ୟତୀତ, ମସଲା ରୋଟି, ପୁରୀ, ଟର୍ଟିଲା, ପିଜ୍ଜା, ସବୁ ପ୍ରକାରର ରୋଟି ତିଆରି ହୋଇପାରେ । ମେସିନରେ ସବୁ ଜିନିଷ ଢାଳିବା ପରେ ମାତ୍ର ଥରେ ଟଚ କରିଦେଲେ ରୋଟି ତିଆରି ହୋଇ ପ୍ରସ୍ତୁତ ହୋଇଯିବ ।

ଲୋକମାନେ କହିଲେ – ନାହିଁ, ନାହିଁ, ଆମେ ନିଜେ ତିଆରି କରିଦେବୁ :-

ଏତେ ସାରା ଗୁଣ ଥିବା ମେଶିନର ମୂଲ୍ୟ 1 ଲକ୍ଷ 11 ହଜାର ଟଙ୍କା ରଖାଯାଇଛି । ଏହାକୁ ଦେଖିବାପରେ ତ ଆମ ଇଣ୍ଟରନେଟ ୟୁଜର ମାନେ ଗୋଟିଏ ପରେ ଗୋଟିଏ କମେଣ୍ଟ କରିବା ଆରମ୍ଭ କରିଦେଲେ । ଜଣେ ୟୁଜର ଲେଖିଛନ୍ତି – ମୁଁ ଆଜି ଜାଣିପାରିଲି ଯେ ଗୋଟିଏ ମେସିନ 999 ଆମେରିକାନ ଡ଼ଲାରରେ ରୋଟି ତିଆରି କରେ ।

ସେହିପରି କିଛି ୟୁଜର ଇଲେକ୍ଟ୍ରିକ ରୋଟି ମେକରର ଫଟୋ ଦେଇ ପଚାରିଛନ୍ତି ଯେ ତେବେ କଣ୍ ଏହା ଅଳିଆ ଥିଲା ? କିଛି ୟୁଜର ତ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସେମାନେ ରୋଟିର ମୂଲ୍ୟକୁ ବୁଝି ପାରିଛନ୍ତି ଏବଂ ଘରେ ହିଁ ଏହାକୁ ତିଆରି କରିବା ଶିଖିବାକୁ ଭାବୁଛନ୍ତି ।

Leave A Reply

Your email address will not be published.