ବାପା କୋଲ୍ଡଡ୍ରିଙ୍କ ବୋତଲରେ ପୁରାଇଥିଲେ ଡିଜେଲ, ଏକମାତ୍ର ପୁଅ ପିଇଦେଲା ଏବଂ ପରିଣାମ ହେଲା ବହୁତ୍ ଭୟଙ୍କର

0

Get real time updates directly on you device, subscribe now.

ଏହି ଆଶ୍ଚର୍ଯ୍ୟଜନକ ମାମଲା କାନପୁର ଜିଲ୍ଳାର ବିଧନୁ ଥାନାର ସେନ ପଶ୍ଚିମ ପାରା ଅଞ୍ଚଳର ଅଟେ । ଏଠାରେ ମହେଶ ନାମକ ଜଣେ ପରିବା ବାଲା ରୁହନ୍ତି । ସେ ପ୍ରତିଦିନ ନିଜ ଠେଲାରେ ପରିବା ବିକ୍ରି କରନ୍ତି । ତାଙ୍କ ପରିବାରରେ ସ୍ତ୍ରୀ, 2ଜଣ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ସ୍ତ୍ରୀର ନାମ ସଙ୍ଗୀତା ଏବଂ ଝିଅମାନଙ୍କ ନାମ କାଜଲ ଏବଂ ପାୟଲ ଅଟେ । ସେହିପରି ପୁଅର ନାମ କୃଷ୍ଣା ଅଟେ, ଯାହା ସହିତ ଏହି ଦୁଃଖଦ ଦୁର୍ଘଟଣା ହୋଇଗଲା ।

ବୁଧବାର (ଏପ୍ରିଲ୍ 27 ତାରିଖ) ସକାଳର କଥା ଅଟେ | ମହେଶଙ୍କ 3 ବର୍ଷର ପୁଅ କୃଷ୍ଣା ଖେଳୁଥିଲା । ଏହି ସମୟରେ ତାର ଆଖି ଗୋଟିଏ କୋଲ୍ଡଡ୍ରିଙ୍କ ଉପରେ ପଡିଯାଇଥିଲା । ଏଭଳି ପରିସ୍ଥିତିରେ ପିଲା ଏଥିରୁ କିଛି ପିଇଦେଲା | କିନ୍ତୁ ସେ ଏହା କରିବା ମାତ୍ରେ ତା ଅବସ୍ଥା ଖରାପ ହେବାକୁ ଲାଗିଲା । ବାସ୍ତବରେ ତାର ବାପା ମହେଶ ଏକ ଖାଲି କୋଲ୍ଡଡ୍ରିଙ୍କ ବୋତଲରେ ଡିଜେଲ ଭର୍ତ୍ତି କରି ରଖିଥିଲେ | ଏହାକୁ ତାଙ୍କ ଏକମାତ୍ର ପୁଅ ପିଇଦେଲା ।

ଚିକିତ୍ସା ସମୟରେ ହେଲା ମୃତ୍ୟୁ :-

ଅବସ୍ଥା ବିଗିଡ଼ିଯିବାରୁ ତା ବାପାମାଆ ପିଲାଟିକୁ ଡାକ୍ତରଙ୍କ ନିକଟକୁ ନେଇଗଲେ । କିନ୍ତୁ ସେଠାରେ ଜଣେ ନକଲି ଡାକ୍ତର ଥିଲା । ସେ ମନଇଚ୍ଛା କିଛି ଚିକିତ୍ସା ଦେଇଥିଲା | କିନ୍ତୁ ପିଲା ଭିତରେ କିଛି ବି ସୁଫଳ ମିଳିନଥିଲା । ଶିଶୁର ଅବସ୍ଥା ଖରାପ ହେବା ଦେଖି ନକଲି ଡାକ୍ତର ମଧ୍ୟ ହାତ ଟେକିଦେଲା । ତା’ପରେ ସେ ପିଲାଟିକୁ ଘରୋଇ ହସ୍ପିଟାଲକୁ ନେବାକୁ ପଠାଇଦେଲା ।

ଏକ ଘରୋଇ ଡାକ୍ତରଖାନାରେ ଶିଶୁର ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା, ଶିଶୁର ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା | ଏଭଳି ପରିସ୍ଥିତିରେ ଶୁକ୍ରବାର (ଏପ୍ରିଲ 29 ତାରିଖ) ରେ ନିରୀହ ପିଲାଟିର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ଏକମାତ୍ର ପୁଅର ମୃତ୍ୟୁ କାରଣରୁ ପରିବାରର ଶୋକର ବାତାବରଣ ଖେଳିଗଲା । ବାପାମାଆଙ୍କ ଅବସ୍ଥା କାନ୍ଦି କାନ୍ଦି ଖରାପ ହୋଇଗଲାଣି । ବାପା ବାରମ୍ବାର ଏହା ଚିନ୍ତା କରୁଛନ୍ତି ଯେ ମୁଁ ହୁଏତ ସେହି କୋଲ୍ଡଡ୍ରିଙ୍କ ବୋତଲରେ ଡିଜେଲ ଭର୍ତ୍ତି କରିନଥାନ୍ତି ।

ବର୍ତ୍ତମାନ ପୋଲିସ ଶିଶୁର ଶବର ପୋଷ୍ଟମର୍ଟମ କରାଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ଶିଶୁର ଅନ୍ତିମ ସଂସ୍କାରରେ ସମସ୍ତଙ୍କର କାନ୍ଦି କାନ୍ଦି ଅବସ୍ଥା ବହୁତ୍ ଖରାପ ଥିଲା । ଆପଣ ମଧ୍ୟ ଏହି ଘଟଣାରୁ କିଛି ଶିଖିବା ଉଚିତ୍ ଏବଂ ଘରେ ଏପରି କୌଣସି ଭୁଲ କରନ୍ତୁ ନାହିଁ, ଯାହା ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ପିଲାମାନଙ୍କ ଉପରେ 24 ଘଣ୍ଟା ନଜର ରଖନ୍ତୁ | ସେମାନଙ୍କୁ ଏକୁଟିଆ ଛାଡନ୍ତୁ ନାହିଁ | ନଚେତ୍ ଆପଣଙ୍କର ଗୋଟିଏ ଭୁଲ ଆପଣଙ୍କୁ ଭାରି ପଡିପାରେ ।

Leave A Reply

Your email address will not be published.