ଚା ପିଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଜାଣନ୍ତୁ ଏହି ବିଷୟରେ

0

Get real time updates directly on you device, subscribe now.

ଚା’କୁ କେବଳ ଆମ ଦେଶରେ ନୁହେଁ, ବରଂ ଦୁନିଆର ସବୁ କୋଣରେ ପସନ୍ଦ କରାଯାଇଥାଏ ଏବଂ ଏହାର ସେବନ କରାଯାଇଥାଏ । ତେବେ ସ୍ଥାନ ଅନୁଯାୟୀ ଏହାର ପ୍ରକାର ଅଲଗା ଅଲଗା ପ୍ରକାରର ହୋଇପାରେ । କିନ୍ତୁ କ୍ଷୀର ଚା ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ବିଶେଷକରି ଭାରତରେ ଲୋକମାନେ ଏହାକୁ ବହୁତ୍ ଅଧିକ ପସନ୍ଦ କରନ୍ତି ।

ଚା’ ଆପଣଙ୍କୁ ସତେଜ କରିବା ସହିତ ବହୁତ୍ ଔଷଧୀୟ ଗୁଣ ମଧ୍ୟ ଦେଇଥାଏ । ଏହି କାରଣରୁ ଚୀନ ଏବଂ ଜାପାନର ଲୋକମାନେ ଏହାକୁ ପିଇବାକୁ ବହୁତ୍ ଅଧିକ ଭଲ ପାଆନ୍ତି ।

ଆମ ଦେଶରେ ଲୋକମାନେ ନିୟମିତ ଭାବେ ଚା’ ପିଅନ୍ତି, କିନ୍ତୁ ଏହାର ଲାଭ ବିଷୟରେ ଅବଗତ ନଥାନ୍ତି | ଆଜି ଆମେ ଆପଣଙ୍କୁ ଚା ପିଇବାର ଉପକାରିତା ବିଷୟରେ କହୁଛୁ | ଆମେ ଏହା କହୁ ନାହୁଁ, ବରଂ ଏକ ନୂତନ ରିପୋର୍ଟରେ ଏହା ଦାବି କରାଯାଇଛି ।

ଚା’ ର ପାନୀୟ ପଦାର୍ଥରେ ପଲିଫେନୋଲସ ମିଳିଥାଏ, ଯାହା ବିଭିନ୍ନ ସ୍ୱାସ୍ଥ୍ୟ ଉପକାରିତା ପାଇଁ ଜଣାଶୁଣା ଅଟେ । ଚା’ରେ ମିଳୁଥିବା କ୍ୟାଟେଚିନ, ଥାଫ୍ଲାଭିନ୍ ଏବଂ ଥରୁବିଗିନ୍ ପରି ଯୌଗିକରେ ଅନେକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-କ୍ୟାନସର ଏବଂ କାର୍ଡିଓପ୍ରୋଟେକ୍ଟିଭ୍ ଗୁଣ ରହିଛି, ଯାହା ଆପଣଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥାଏ |

ଏହି ନୂତନ ରିସର୍ଚ୍ଚରେ ଏହି କଥାକୁ ଦାବି କରାଯାଇଛି ଯେ ଚା’ ପିଇବା ଦ୍ଵାରା କ୍ୟାନସର୍ ଏବଂ ହୃଦରୋଗ ସହିତ ମୁକାବିଲା କରିବାରେ ସାହାଯ୍ୟ ମିଳିଥାଏ । ଏହା ସହିତ ଚା’ ଡିମେନ୍ସିଆର ଆଶଙ୍କା ମଧ୍ୟ କମିଯାଏ |

ଏହି ରିପୋର୍ଟ ଅନୁଯାୟୀ, ଦୈନିକ ଚା’ ପିଉଥିବା ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିପାରିବେ । ରିସର୍ଚ୍ଚରେ ଏହା ମଧ୍ୟ ଜଣାପଡିଛି ଯେ ପ୍ରତିଦିନ 1 କପ ଚା ଷ୍ଟ୍ରୋକ କିମ୍ବା ହାର୍ଟ ପ୍ରବ୍ଲେମର ବିପଦକୁ 4 ପ୍ରତିଶତ ପର୍ଯ୍ୟନ୍ତ କମ କରିପାରେ ।

Leave A Reply

Your email address will not be published.