ଜିନ୍ସ ପ୍ୟାଣ୍ଟ ତୋ ସମସ୍ତେ ପିନ୍ଧିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କି ଜିନ୍ସ ପ୍ୟାଣ୍ଟ ର ରଙ୍ଗ ବ୍ଲୁ କ

0

Get real time updates directly on you device, subscribe now.

ଆଜିକାଲି ପ୍ରାୟ ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଜିନ୍ସ ଅଧିକ ଲୋକପ୍ରିୟ ହୋଇଥିବା ବେଳେ କୁହାଯାଏ ଯେ ଆମେରିକା ଯୋଗୁଁ ଜିନ୍ସ ଦୁନିଆର ସବୁ କୋଣରେ ପହଞ୍ଚିଥିଲା । ତେବେ ଜିନ୍ସ ଆଜିକାଲି ଏକ ଫ୍ୟାଶନ୍ ପାଲଟିଥିବାବେଳେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଜିନ୍ସ ପ୍ୟାଣ୍ଟର ରଙ୍ଗକୁନେଇ ଏକ ଅଲଗା କାହାଣୀ ମଧ୍ୟ ଅଛି । ଜିନ୍ସର ଇତିହାସ ୨୦୦ ବର୍ଷରୁ ଅଧିକ ହେବ ଓ ଏହାର ଷ୍ଟାଇଲରେ ସାମାନ୍ୟ ପାର୍ଥକ୍ୟ ଯଦି ଛାଡ଼ି ଦିଆଯାଏ, ତେବେ ବାକି ଜିନ୍ସ ସେହିପରି ଯେପରି ଲେଭିସ୍ କମ୍ପାନୀ ଆରମ୍ଭରେ ତିଆରି କରିଥିଲା । ଅଧିକାଂଶ ସମୟରେ ଏକା ଥିଲେ କିମ୍ୱା କାମ ନଥିଲେ ଆମେ ଅନେକ କଥା ଚିନ୍ତା କରୁଥାଉ । କିନ୍ତୁ କିଛି ଚିନ୍ତାଧାରା କେବଳ କିଛି ମୂହୁର୍ତ୍ତ ପାଇଁ ଥାଏ । ତେବେ ଏମିତି ଅନେକ ଜିନିଷ ଅଛି ଯାହାକୁ ଲୋକମାନେ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଟିକିଏ ଧ୍ୟାନ ଦେଲେ ଅନେକ ଗୁରୁତ୍ୱପୂର୍ଣ ଓ ରୋଚକ ତଥ୍ୟ ହାସଲ ହୋଇଥାଏ ।

ବର୍ଷ ବର୍ଷ ଧରି ଜିନ୍ସରେ ଅନେକ ମୌଳିକ ପାର୍ଥକ୍ୟ ଦେଖାଯାଇଛି, କିନ୍ତୁ ଏହାର ରଙ୍ଗ ଏବେବି ନୀଳ ହୋଇଥାଏ ।ତେବେ ଜିନ୍ସକୁ ରଙ୍ଗ କରିବା ପାଇଁ ରଙ୍ଗକୁ ଗରମ ପାଣିକୁ ଅଧିକ ତାପମାତ୍ରା ବ୍ୟବହାର କରି କପଡ଼ା ଉପରେ ରଙ୍ଗ ପକାଯାଏ ।ଅଧିକାଂଶ ରଙ୍ଗ କେବଳ ଉଚ୍ଚ ତାପମାତ୍ରାରେ କାମ କରେ, କିନ୍ତୁ ନୀଳ ରଙ୍ଗ ଅର୍ଥାତ୍ ଇଣ୍ଡିଗୋ ରଙ୍ଗରେ ଏପରି ନଥିଲା ।ପ୍ରତ୍ୟେକ ଥର ଜିନ୍ସ ଧୋଇଲେ ଟିକିଏ ରଙ୍ଗ ବାହାରିଯାଏ ଓ ଜିନ୍ସ୍ର କପଡ଼ା ସ୍ୱୟଂଚାଳିତ ଭାବରେ ନରମ ହୋଇଯାଏ । କାରଣ ରାସାୟନିକ ରଙ୍ଗ ଅପେକ୍ଷା ଇଣ୍ଡିଗୋ ରଙ୍ଗ ଶସ୍ତା ଥିଲା ତେବେ ଆମେରିକା ଜିନ୍ସକୁ ଦୁନିଆରେ ପରିଚିତ କରାଇଛି । ଏହା ପରେ ଆମେରିକାରୁ ଜିନ୍ସ ଦୁନିଆର ସବୁ କୋଣରେ ପହଞ୍ଚିଥିଲା ଓ ଲୋକ ମାନେ ଜାଣିଲେ।

ଜିନ୍ସ ଯାହା ଆଜି ଏକ ଫ୍ୟାଶନ୍ ଭାବରେ ବ୍ୟବହାର କରାଯାଉଥିଲା, ମାତ୍ର ତାହା ପ୍ରଥମେ ଶ୍ରମିକମାନଙ୍କ ପାଇଁ ତିଆରି କରାଯାଇଥିଲା । ଜିନ୍ସ ତିଆରି କରିବାର କାରଣ ଏହା ଥିଲା ଯେପରି ଶ୍ରମିକମାନଙ୍କ ପୋଷାକ ଅତ୍ୟଧିକ ମଇଳା ନ ହେବ ।ପ୍ୟାଣ୍ଟକୁ ବାରମ୍ବାର ନ ଧୋଇବା ପାଇଁ ଜିନ୍ସକୁ ତିଆରି କରାଯାଇଥିଲା,ମାତ୍ର ଆଜିକାଲି ଏହାକୁ ସମସ୍ତେ ବ୍ଯବହାର କରୁଛନ୍ତି ଓ ଏହା ମାର୍କେଟ ରେ ଟ୍ରେଣ୍ଡ ମଧ୍ୟ ।

Leave A Reply

Your email address will not be published.