ରେଳବାଇରେ ନିଯୁକ୍ତି ସୁଯୋଗ, ବାହାରିଲା ଅନେକ ଗୁଡ଼ିଏ ଭ୍ୟାକେନ୍ସି

0

Get real time updates directly on you device, subscribe now.

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ। ତେବେ ଆଜି ର ଦୁନିଆରେ ପିଲା ମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି ଯୁଗ ବି ବହୁତ କମ୍ପିଟେଟିଭ୍ ହେଲାଣି ପିଲା ମାନଙ୍କୁ ବି ଗୋଟିଏ ଚାକିରି ପାଇବା ପାଇଁ ବହୁତ ସାରା କଷ୍ଟ କରିବାକୁ ପଡୁଛି, ବହୁତ ସାରା ଏନ୍ଟ୍ରାନ୍ସ, ଏଗ୍ଜାମ୍ସ ବି ଦବାକୁ ପଡୁଛି। ସେହି ସବୁ ରେ ସେମାନେ ଠିକ୍ ଭାବେ ପାସ୍ ହୋଇ ପାରିଲେ ସେହି କାମ ଟି ପାଇଁ ସେମାନେ ମନୋନୀତ ହୋଇ ପାରୁଛନ୍ତି।ତେବେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ୨୦୨୨-୨୩ ବର୍ଷ ପାଇଁ ରାୟପୁର ଏବଂ ୱାଗନ୍ ମରାମତି କାରଖାନାରେ ଆପ୍ରେଣ୍ଟିସ୍ ଆକ୍ଟ-୧୯୬୧ ଏବଂ ଆପ୍ରେଣ୍ଟିସିପ୍ ନିୟମ-୬୨ ଅଧୀନରେ ଆପ୍ରେଣ୍ଟିସିପ୍ ପଦ ପାଇଁ ଯୋଗ୍ଯ ତଥା ଆଗ୍ରହୀ ପ୍ରାର୍ଥୀଙ୍କଠାରୁ ଆବେଦନ ପତ୍ର ଗ୍ରହଣ କରୁଛି।

ଖାଲି ପଦବୀ :-

ମୋଟ ପଦବୀ ସଂଖ୍ଯା- ୧୦୩୩ (ITI)

DRM କାର୍ଯ୍ୟାଳୟ, ରାୟପୁର ବିଭାଗ- ୬୯୬

ୱାଗନ୍ ମରାମତି କାରଖାନା, ରାୟପୁର- ୩୩୭

DRM କାର୍ଯ୍ୟାଳୟ, ରାୟପୁରରେ ଖାଲିଥିବା ପଦବୀ ବିବରଣୀ – ୬୯୬

ୱେଲଡର୍ ଗ୍ୟାସ୍ ଏବଂ ଇଲେକ୍ଟ୍ରିକ୍- ୧୧୯

ଟର୍ନର- ୭୬

ଫିଟର୍- ୧୯୮

ଇଲେକ୍ଟ୍ରିସିଆନ୍- ୧୫୪

ଷ୍ଟେନୋଗ୍ରାଫର୍ (ଇଂରାଜୀ)- ୧୦

ଷ୍ଟେନୋଗ୍ରାଫର୍ (ହିନ୍ଦୀ)- ୧୦

କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ- ୧୦

ସ୍ୱାସ୍ଥ୍ୟ ଏବଂ ସାନିଟାରୀ ଇନ୍ସପେକ୍ଟର- ୧୭

ମେକାନିକ୍ ଡିଜେଲ୍- ୩୦

ମେକାନିକ୍ ମରାମତି ଏବଂ ଏୟାର କଣ୍ଡିସନର- ୧୨

ମେକାନିକ୍ ଏବଂ ଅଟୋ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ- ୩୦

ୱାଗନ୍ ମରାମତି କାରଖାନା, ରାୟପୁର- ୩୩୭

ୱେଲଡର୍- ୧୪୦

ଟର୍ନର- ୧୫

ଫିଟର୍- ୧୧୦

ଇଲେକ୍ଟ୍ରିସିଆନ- ୧୫

ଷ୍ଟେନୋଗ୍ରାଫର୍ (ହିନ୍ଦୀ) – ୦୨

କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ- ୦୫

ଅନଲାଇନ୍ ଆବେଦନର ଶେଷ ତାରିଖ – ମଇ ୨୪, ୨୦୨୨ (ରାତି ୧୨.୦୦ଟା ପର୍ଯ୍ୟନ୍ତ )

ଆବେଦନ ପ୍ରଣାଳୀ:-

apprenticeshipindia.gov.inରେ ଅନଲାଇନ୍ ମୋଡ୍ ମାଧ୍ୟମରେ ଆପ୍ରେଣ୍ଟିସିପ୍ ପାଇଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:-

୧୦, +୨ ଶିକ୍ଷା ପ୍ରଣାଳୀ ଅଧୀନରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ। ପ୍ରାର୍ଥୀ ଏକ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରୁ ସମ୍ପକ୍ତ ବିଭାଗରେ iti ପାସ୍ କରିଥିବା ଆବଶ୍ୟକ

ବୟସ ସୀମା:-

ଜୁଲାଇ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୫ରୁ ଅଧିକ ଓ ୨୪ ବର୍ଷରୁ କମ୍ ହେବା ଉଚିତ।
SC/ ST ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ, OBC ପାଇଁ ୦୩ ବର୍ଷ, ପୂର୍ବତନ ସେବାୟତ ଏବଂ PWD ପାଇଁ ୧୦ ବର୍ଷ ବୟସ ସୀମା କୋହଳ କରାଯିବ।

ଆପ୍ରେଣ୍ଟିସ୍ ଟ୍ରେନିଂ ଏବଂ ଷ୍ଟାଇପେଣ୍ଡ୍:-

ପ୍ରାର୍ଥୀମାନେ ଟ୍ରେନିଂ ଭାବରେ ନିୟୋଜିତ ହେବେ ଏବଂ ସେମାନେ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ଏକ ବର୍ଷ ଆପ୍ରେଣ୍ଟିସିପ୍ ଟ୍ରେନିଂ ନେବେ।ଛତିଶଗଡ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ତାଲିମ ସମୟରେ ସେମାନଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।ସେମାନଙ୍କର ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କର ତାଲିମ ସମାପ୍ତ ହେବ।

ରେଳ ନିଯୁକ୍ତି 2022: ଚୟନ

ମାଟ୍ରିକ୍ (ସର୍ବନିମ୍ନ ୫୦% ଏଗ୍ରିଗେଟ୍)
ITI ପରୀକ୍ଷାରେ ଥିବା ମାର୍କ ଆଧାରରେ ପ୍ରାର୍ଥୀ ଚୟନ ହେବ।

Leave A Reply

Your email address will not be published.