ସଂସଦ ଭିତରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ ସାଂସଦ ! ଆଉ ଏହାକୁ ନେଇ ପାଟି ଖୋଲିଲେ ପ୍ରଧାନମନ୍ତ୍ରୀ ……..

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆରେ ଆଜିକାଲି ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଯୋଡିତ ହୋଇ ରହିଛନ୍ତି, ଆଉ ଏହି ସୋସିଆଲ୍ ମିଡିଆରେ ପ୍ରତିଦିନ ହଜାର ହଜାର ଖବର ଆଦି ଦେଖିବାକୁ ମିଳୁଛି ଦେଶ ତଥା ବିଦେଶକୁ ନେଇ। ଏବେ ବ୍ରିଟିଶର ଏକ ଖବର ସୋସିଆଲ୍ ସାଇଟ୍ ରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି, ନିକଟରେ ବ୍ରିଟିଶ ସଂସଦରେ ଘଟି ଯାଇଛି ଏକ ଲଜ୍ଜାଜନକ ଘଟଣା। ଏଠାରେ ଜଣେ ସାଂସଦଙ୍କ ଉପରେ ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ସେ ସଂସଦ ଭିତରେ ନିଜ ମୋବାଇଲ ଫୋନରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ, ଯାହାକୁ ଦେଖି ସେଠାରେ ଉପସ୍ଥିତ ଜଣେ ମହିଳା ସାଂସଦ ରାଗି ଯାଇଥିଲେ ଏବଂ ଘଟଣାର ତୁରନ୍ତ ପରେ ଏ ନେଇ ଅଭିଯୋଗ କରିଥିଲେ। ଏବେ ଏହି ଘଟଣାକୁ ଅନ୍ୟ ସାଂସଦମାନେ ମଧ୍ୟ ଘୋର ବିରୋଧ କରିଛନ୍ତି।

ମହିଳା ସାଂସଦଙ୍କ ଅଭିଯୋଗ ମୁତାବକ, ଯେତେବେଳେ ଏହି ସବୁ ଘଟଣା ଚାଲିଥିଲା, ସେହି ସମୟରେ ସେ ଅଭିଯୁକ୍ତ ସାଂସଦଙ୍କ ପାଖରେ ହିଁ ବସିଥିଲେ। ତେବେ ପର୍ଣ୍ଣ ଫିଲ୍ମ ଦେଖୁଥିବା ସାଂସଦ ଜଣକ କିଏ, ତାଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ସୂଚନା ଅନୁସାରେ ବ୍ରିଟେନ କଞ୍ଜର୍ଭେଟିଭ୍‌ ପାର୍ଟିର ଜଣେ ସାଂସଦଙ୍କ ଉପରେ ଏହି ଅଭିଯୋଗ ରହିଛି, ଯାହାକି ଜଣେ ମହିଳା ସାଂସଦଙ୍କ ଦ୍ୱାରା କରାଯାଇଥିଲା। ଏହି ମାମଲାରେ କଞ୍ଜର୍ଭେଟିଭ୍‌ ହ୍ଵିପ୍ସ କାର୍ଯ୍ୟାଳୟ ଏକ ବୟାନ ଜାରି କରି କହିଛି ଯେ ହ୍ଵିପ୍‌ ମୁଖ୍ୟ କ୍ରିସ୍‌ ହିଟନ ହ୍ୟାରିସ୍‌ ମାମଲାର ତଦନ୍ତ କରୁଛନ୍ତି। ଏହି ପ୍ରକାର ବ୍ୟବହାରକୁ ବିଲକୁଲ ବି ବରଦାସ୍ତ କରାଯାଇ ପାରିବ ନାହିଁ। ସେପଟେ ମାମଲାର ରିପୋର୍ଟ ଆସିବା କ୍ଷଣି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।ତେବେ କିଛି ରିପୋର୍ଟର ଦାବି ମୁତାବକ, ଅଭିଯୁକ୍ତ ସାଂସଦ ହେଉଛନ୍ତି ଟୋରୀ ପାର୍ଟିର। କହି ରଖୁଛୁ, କଞ୍ଜର୍ଭେଟିଭ୍‌ ପାର୍ଟି, ଟୋରୀ ପାର୍ଟିରୁ ଅଲଗା ହୋଇ ୧୮୩୪ରେ ଅସ୍ତିତ୍ୱକୁ ଆସିଥିଲା। ଏମିତିରେ ବ୍ରିଟେନରେ ଟୋରୀ ପାର୍ଟିକୁ କଞ୍ଜର୍ଭେଟିଭ୍‌ ପାର୍ଟି ନାଁରେ ବି ଜଣାଯାଇଥାଏ। ବର୍ତ୍ତମାନ ମାମଲାର ତଦନ୍ତ ଆରମ୍ଭ କରି ଦିଆଯାଇଛି।

Leave A Reply

Your email address will not be published.