ମେ ୧ରୁ ହେବାକୁ ଯାଉଛି ସମ୍ପୂର୍ଣ ପରିବର୍ତ୍ତନ, ସିଲିଣ୍ଡର ଠାରୁ ଆରମ୍ଭ କରି ବ୍ୟାଙ୍କ ପର୍ଯ୍ୟନ୍ତ ସମସ୍ତ ନିୟମରେ ହେବ ପରିବର୍ତ୍ତନ..

0

Get real time updates directly on you device, subscribe now.

ଏମିତିରେ ସବୁ ମାସର ଆରମ୍ଭ ଦରମା ସହିତ ଖୁସି ଆଣିଥାଏ। କେବଳ ଖୁସି ହିଁ ଆସିଥାଏ ଏହା ଜରୁରୀ ନୁହେଁ। ସାଧାରଣତଃ ମାସର ଆରମ୍ଭରୁ କିଛି ଜିନିଷର ଦାମ ବଢ଼ିଥାଏ। ବର୍ତ୍ତମାନ ଦିନକ ପରେ ଏପ୍ରିଲ ମାସ ଶେଷ ହେଉଛି ଓ ମେ ମାସ ଆରମ୍ଭ ହେବାକୁ ଯାଉଛି। ଏହି ମାସର ଆରମ୍ଭ ମଧ୍ୟ କେତେକ ପରିବର୍ତ୍ତନ ସହିତ ହେବାକୁ ଯାଉଛି। ଆସନ୍ତୁ ଜାଣିବା ଏହି ମାସ ଆପଣଙ୍କ ପାଇଁ କେମିତି ଆରମ୍ଭ ଆଣି ଆସିବ।

ସିଲିଣ୍ଡର ଦରରେ ହୋଇପାରେ ବୃଦ୍ଧି:-

ଏହି ମାସର ଆରମ୍ଭରେ ସିଲିଣ୍ଡର କମ୍ପାନୀ ଗୁଡ଼ିକ ଦାମକୁ ନେଇ ଫଇସଲା ନେଇପାରନ୍ତି। ମାନାଯାଉଛି କି, ଘରୋଇ ଗ୍ୟାସ ଦାମରେ ଭଲ ବୃଦ୍ଧି ହେବାର ଆଶା କରାଯାଉଛି। ବିଗତଥର ଗ୍ୟାସ ସିଲିଣ୍ଡର ଦାମରେ 50 ଟଙ୍କା ବୃଦ୍ଧି କରାଯାଇଥିଲା।

ଲଗାତାର ଚାରିଦିନ ବନ୍ଦ ରହିବ ବ୍ୟାଙ୍କ:-

ଯଦି ଆପଣ ବ୍ୟାଙ୍କର ଚକର ଲଗାନ୍ତି ତାହେଲେ ଜଣାଇଦେଉଛୁ କି, ମେ ମାସ 1 ତାରିଖରୁ 4 ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ଅଲଗା ଅଲଗା ରାଜ୍ୟ ହିସାବରେ ହେବ। ମେ ମାସର ଆରମ୍ଭରେ ଦେଶରେ ଇଦ ପାଳନ ହେବାକୁ ଯାଉଛି। ଏହାସହ ଶନିବାର ଓ ରବିବାରକୁ ମିଶାଇ ମେ ମାସରେ ସମ୍ପୂର୍ଣ୍ଣ 11 ଦିନ ବ୍ୟାଙ୍କ ବନ୍ଦ ରହିବ।

IPO ରେ UPI ପେମେଣ୍ଟ ଲିମିଟରେ ହେବାକୁ ଯାଉଛି ବୃଦ୍ଧି:-

ମେ 1 ତାରିଖରୁ ହେବାକୁ ଥିବା ଅନ୍ୟ ବଡ଼ ପରିବର୍ତ୍ତନ ମାନଙ୍କ ମଧ୍ୟରୁ ଆଉ ଏକ ହେଉଛି ରିଟେଲ ଇଂଭେସ୍ଟର୍ସ ମାନଙ୍କର UPI ପେମେଣ୍ଟ ଲିମିଟ ବଢ଼ାଇ ଦିଆଯିବ। ସେବି ର ନୂଆ ନିୟମ ହିସାବ ଅନୁଯାୟୀ ମେ 1 ତାରିଖ ପରେ କୌଣସି କମ୍ପାନୀର IPO ରେ ଇଂଭେସ୍ଟ କରିବାପାଇଁ UPI ରେ ପେମେଣ୍ଟ କରିବା ସମୟରେ ଆପଣ 5 ଲକ୍ଷ ଟଙ୍କାର ବିଡ଼ ସବମିଟ କରିପାରିବେ। ବର୍ତ୍ତମାନ ଏହି ଲିମିଟ ୨ଲକ୍ଷ ଟଙ୍କାର ଅଟେ। ନୂଆ ଲିମିଟ ମେ 1 ପରେ ଆସୁଥିବା ସମସ୍ତ IPO ପାଇଁ ମାନ୍ୟ ହୋଇଯିବ। ଆପଣଙ୍କୁ ଜଣାଇଦେଉଛୁ କି, ସେବି ଆଇପିଓ ରେ ନିବେଶ ପାଇଁ UPI ଦ୍ୱାରା ପେମେଣ୍ଟ କରିବାକୁ ଅନୁମତି ନଭେମ୍ବର 18 ତାରିଖରେ ଦେଇଥିଲା, ଯାହାକି ଜୁଲାଇ 2019 ରେ ପ୍ରଭାବୀ ଅଟେ।

Leave A Reply

Your email address will not be published.