LIC IPO: ଆସିଗଲା ବମ୍ପର ରୋଜଗାର କରିବାର ସୁଯୋଗ, ମେ ୪ ତାରିଖରେ ଆସିବ ଦେଶର ସବୁଠାରୁ ବଡ ଆଇପିଓ

0

Get real time updates directly on you device, subscribe now.

LIC IPO Latest Update : ଦେଶର ସବୁଠାରୁ ବଡ ଆଇପିଓ ଉପରେ ଗୋଟିଏ ଗୋଟିଏ କରି ସବୁ ସୂଚନା ସାମ୍ନାକୁ ଆସିଯାଇଛି । ଏହା ଶୀଘ୍ର ବଜାରର ନିବେଶକମାନଙ୍କ ପାଇଁ ଖୋଲିବାକୁ ଯାଉଛି । 902 ଟଙ୍କାରୁ 949 ଟଙ୍କାର ପ୍ରାଇସ ବ୍ୟାଣ୍ଡ ବାଲା ଏହି ସେୟାରକୁ ଲୋକମାନେ ବହୁତ୍ ସମୟରୁ ଅପେକ୍ଷା କରିଥିଲେ । ଏଲଆଇସି ତରଫରୁ ବୁଧବାର ଦିନ ପ୍ରେସ କନ୍ଫରେନ୍ସରେ କୁହାଯାଇଛି ଯେ ଏଲଆଇସିର ଆଇପିଓ ଆସନ୍ତା ସପ୍ତାହ ମେ 4 ତାରିଖରେ ଓପନ ହେବ ।

ଆଙ୍କର ନିବେଶକଙ୍କ ପାଇଁ ମେ 2 ରୁ ଖୋଲିବ :-

ଏହା ପୂର୍ବରୁ ଦେଶର ଏହି ସବୁଠାରୁ ବଡ଼ ଆଇପିଓକୁ ମେ 2 ତାରିଖରେ ଆଙ୍କର ନିବେଶକଙ୍କ ପାଇଁ ଖୋଲାଯିବ । କମ୍ପାନୀ ତରଫରୁ କୁହାଯାଇଛି ଯେ ଆମେ ବହୁତ୍ ଖୁସି, ଶେଷରେ LIC ର IPO ଆସୁଛି । ବର୍ତ୍ତମାନ SEBI ରୁ 5% ରୁ ହ୍ରାସ କରି 3.5% ଅଂଶ ବିକ୍ରି କରିବାର ଡିସକାଉଣ୍ଟ ମିଳିଛି । ଗ୍ଲୋବାଲ ସ୍ଥିତିକୁ ଦେଖି କିଛି ବଜାରର ଚିନ୍ତା ଥିଲା ।

ଫେବୃଆରୀ ଏବଂ ମାର୍ଚ୍ଚରେ ମାର୍କେଟ ସେୟାର ଗେନ୍ କଲା :-

ଅଂଶଧନ ବଢ଼ାଇବା ଉପରେ କମ୍ପାନୀ ତରଫରୁ କୁହାଯାଇଛି ଯେ 25% ଅଂଶ ହ୍ରାସ କରିବାର ସମୟସୀମା ଉପରେ ଠିକ୍ ସମୟରେ ସରକାର ନିଷ୍ପତ୍ତି ନେବେ । ଫେବୃଆରୀ ଏବଂ ମାର୍ଚ୍ଚରେ କମ୍ପାନୀ ମାର୍କେଟ ସେୟାର ଗେନ କଲା । ପଲିସିଧାରୀମାନେ କମ୍ପାନୀର ଅଭିବୃଦ୍ଧିରେ ଯୋଗଦାନ ଦେଲେ, ତେଣୁ ଡିସକାଉଣ୍ଟ ମାଧ୍ୟମରେ ପଲିସିଧାରୀଙ୍କୁ କିଛି ଫେରାଇବାର ଉଦ୍ଦେଶ୍ୟ ରହିଛି ।

2 କୋଟି ପଲିସି ହୋଲ୍ଡର PAN ଲିଙ୍କ କରାଇଲେ :-

କମ୍ପାନୀ ତରଫରୁ କୁହାଯାଇଥିଲା ଯେ IPO ପାଇଁ ଯଦି ସ୍ଥିତିର ଉନ୍ନତି ପାଇଁ ଅପେକ୍ଷା କରିଥାନ୍ତେ, ତେବେ ଆମେ କେତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତୁ ତାହା ଜଣା ନଥିଲା । LIC ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ, 2 କୋଟି ପଲିସି ହୋଲ୍ଡର PAN କୁ ପଲିସି ସହିତ ଲିଙ୍କ କରାଇଛନ୍ତି ।

Leave A Reply

Your email address will not be published.