ବାହାଘରର ଚାରି ମାସ ପରେ ସ୍ତ୍ରୀକୁ ତାର ପ୍ରେମିକର ଗାଁରେ ଛାଡ଼ି ଆସିଲା ସ୍ବାମୀ, ବାପା କହିଲା – ବର୍ତ୍ତମାନ ଯୌତୁକ ବି ଫେରାଅ

0

Get real time updates directly on you device, subscribe now.

ଏହି ମାମଲାଟି ଉତ୍ତରପ୍ରଦେଶର ରାମପୁରରେ ଥିବା ଅଜୀମନଗର ଥାନା ଅଂଚଳର ଅଟେ । କୁହାଯାଉଛି ଯେ ଜଣେ ଯୁବକଙ୍କୁ ଯେତେବେଳେ ଜଣାପଡ଼ିଲା ଯେ ବାହାଘର ପୂର୍ବରୁ ତା ସ୍ତ୍ରୀର ଆଉ କାହା ସହିତ ପ୍ରେମ ସମ୍ପର୍କ ଥିଲା, ସେତେବେଳେ ସେ ବହୁତ୍ ରାଗିଗଲା । ରବିବାର ଦିନ ସକାଳେ ଶାହବାଦ ଅଞ୍ଚଳ ବାସିନ୍ଦା ଯୁବକ ନିଜ ସ୍ତ୍ରୀକୁ ଗୋଟିଏ ବିବାହକୁ ଯିବାପାଇଁ ପ୍ରସ୍ତୁତ ହେବାକୁ କହିଲା । ଏହାମଧ୍ୟରେ ରାସ୍ତାରେ ଶାହବାଦ ବାସିନ୍ଦା ଯୁବକ ସ୍ତ୍ରୀର ପ୍ରେମିକର ଗାଁରେ ସ୍ତ୍ରୀକୁ ଛାଡି ଆସିଲା ।

ଏପରି କାହାଣୀ ପ୍ରାୟତଃ ଫିଲ୍ମରେ ଦେଖିବାକୁ ମିଳିଥାଏ । କିନ୍ତୁ ଏଠାରେ 3 ଟି ଜୀବନ ମଧ୍ୟରେ ସମୟ ଏମିତି ଖେଳ ଖେଳିଲା ଯେ ଗୋଟେ ପଟେ ସ୍ବାମୀ, ସ୍ତ୍ରୀ ଏବଂ ଆଉ ଗୋଟେ ପଟେ ଅଲଗା ହୋଇଯାଇଥିବା ପ୍ରେମିକ ଏବଂ ପ୍ରେମିକା ବର୍ତ୍ତମାନ ସାତ ଜନ୍ମ ପାଇଁ ପରସ୍ପରର ହୋଇଗଲେ । ଏସବୁ ମଧ୍ୟରେ କୌତୁହଳର ବିଷୟ ଏହା ଯେ ଶିବା ନିଜ ସ୍ତ୍ରୀକୁ ତ ତା ପ୍ରେମିକ ଘରେ ଛାଡ଼ିଦେଲା, କିନ୍ତୁ ବିବାହ ସମୟରେ ମିଳିଥିବା ଯୌତୁକ ନିଜ କବଜାରେ ରଖିଲା ।

ଝିଅର ବାପା ଚନ୍ଦ୍ରପାଲ ଏହି କଥା ପାଇଁ ସମାଜରେ ବେଜିତ ହେବାକୁ ପଡ଼ିଲା । ରକ୍ତର ଝାଳ ବୁହାଇ ରୋଜଗାର କରି ଝିଅକୁ ଯୌତୁକ ଦେଇଥିଲେ । ତାଙ୍କ ଝିଅକୁ ତାଙ୍କ ଜ୍ବାଇଁ ଝିଅର ପ୍ରେମିକ ପାଖରେ ଛାଡି ଆସିଲା, କିନ୍ତୁ ସେହି ଯୌତୁକକୁ ବର୍ତ୍ତମାନ ଶିବା ଯେକୌଣସି ପରିସ୍ଥିତିରେ ଫେରାଇବା ପାଇଁ ପ୍ରସ୍ତୁତ ନୁହେଁ । ଚନ୍ଦ୍ରପାଲ କହିଛନ୍ତି ଯେ ତାଙ୍କୁ ବିବାହରେ ଦେଇଥିବା ଯୌତୁକ ଫେରାଇ ଦିଆଯିବା ଉଚିତ୍, ଯାହା ଦ୍ଵାରା ସେ ନିଜର ଅନ୍ୟ ଝିଅର ବିବାହ କରିପାରିବେ ।

ଝିଅର ବାପା କହିଛନ୍ତି ଯେ ଯେତେବେଳେ କି ଜ୍ବାଇଁ ତାଙ୍କ ଝିଅକୁ ଛାଡି ଦେଇଛନ୍ତି, ତେବେ ବିବାହରେ ଦିଆଯାଇଥିବା ଯୌତୁକକୁ ମଧ୍ୟ ସେ ଫେରାଇବା ଉଚିତ୍ । ଝିଅର ବାପା ଅଭିଯୋଗ କରିଛନ୍ତି ଯେ ବିବାହ ପରେ ମଧ୍ୟ ତାଙ୍କ ଝିଅକୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ଯେତେବେଳେ ଯୌତୁକ ମାଗିବା ପାଇଁ ଗଲୁ, ଆମକୁ ଘଉଡାଇ ଦିଆଗଲା ।

Leave A Reply

Your email address will not be published.