ଅମୁଲ ଫ୍ରାଞ୍ଚାଇଜ ନେବା ପାଇଁ ସୁବର୍ଣ୍ଣ ସୁଯୋଗ ! ପ୍ରତିମାସରେ କମାଇ ପାରନ୍ତି ୧୦ ଲକ୍ଷ ଟଙ୍କା ! ଫ୍ରାଞ୍ଚାଇଜ ନେବା ପାଇଁ କେମିତି ଯୋଗାଯୋଗ କରିବେ !

0

Get real time updates directly on you device, subscribe now.

ଯଦି ଆପଣ ଦିଲ୍ଲୀରେ ରୁହନ୍ତି ଓ ଏକ ଅମୁଲ ମିଲକ ବୁଥ ଖୋଲିବା ଚାହାଁନ୍ତି ତାହେଲେ କମ୍ପାନୀ ଆପଣଙ୍କ ପାଇଁ ଏକ ମୌକା ନେଇଆସିଛି। ଅମୁଲ ଖବର କାଗଜରେ ବିଜ୍ଞାପନ ଦେଇଛି କି, ଦିଲ୍ଲୀରେ ଅମୁଲ ମିଲକ ବୁଥ ପାଇଁ ଆପ୍ଲାଏ କରାଯାଇପାରେ। ଅମୁଲ ୱେବସାଇଟରେ ସୂଚନା ମୁତାବିକ, ଅମୁଲ ର ହୋଲସେଲ ଡିଲର୍ସ, ପାର୍ଲର/ ଫ୍ରାଞ୍ଚାଇଜକୁ ଅମୁଲ ପ୍ରଡକ୍ଟର ସପ୍ଲାଏ କରାଯାଇଥାଏ ଓ ଫ୍ରାଞ୍ଚାଇଜ ରିଟେଲ ମାର୍ଜିନ ହାସଲ କରିଥାଏ। ରିଟେଲ ମାର୍ଜିନ ଉତ୍ପାଦ ଦର ଉତ୍ପାଦ ଆଧାରରେ ଅଲଗା ଅଲଗା ହୋଇପାରେ। ଫ୍ରାଞ୍ଚାଇଜ ପାଇଁ କ୍ଷୀର ଓ କ୍ଷୀର ଉତ୍ପାଦର ରିଟେଲ ବିଜନେସର ଅନୁଭବ ହେବା ନିତାନ୍ତ ଆବଶ୍ୟକ। ଫ୍ରାଞ୍ଚାଇଜ ପାଇଁ ଆପ୍ଲାଏ କରୁଥିବା ବ୍ୟକ୍ତିଙ୍କୁ 5-7 ଲକ୍ଷ ଟଙ୍କା ନିବେଶ କରିବାକୁ ହେବ। ଏହାବ୍ୟତୀତ ଅନ୍ୟ ସର୍ତ୍ତ ଗୁଡ଼ିକ କିଛି ଏହିପରି ଅଟେ।

– ସ୍ଵଛତା ଉପରେ କୁହାଯାଇଥିବା ସର୍ତ୍ତକୁ ପୁରା କରିବାର ଯୋଗ୍ୟତା ଥିବା ଉଚିତ।

– ବର୍ଷ ସାରା ସକାଳ 5.30 ମିନିଟରୁ ରାତି 11 ଟା ପର୍ଯ୍ୟନ୍ତ ପାର୍ଲର ଚଲାଇବା ପାଇଁ ପ୍ରଶିକ୍ଷିତ କର୍ମଚାରୀଙ୍କୁ ନିଯୁକ୍ତ କରିପାରନ୍ତି।

-ବଜାରରେ ଭଲ ପ୍ରତିଷ୍ଠା ରହିବା ଉଚିତ।

ମାସକୁ 5-10 ଲକ୍ଷ ଟଙ୍କା ରୋଜଗାର:-

ଫ୍ରାଞ୍ଚାଇଜ ଅମୁଲକୁ କୌଣସି ପ୍ରକାରର ରୟାଲଟି ଭରଣା କରିବାକୁ ପଡ଼ିନଥାଏ ଓ ନା ହିଁ ଅମୁଲ ସହିତ ରେଭେନ୍ୟୁ ଶେୟର କରିବା ହୋଇଥାଏ। ମାସିକ ସେଲସ ଟର୍ନ ଓଭର ଭିନ୍ନ ଭିନ୍ନ ସ୍ଥାନ ଆଧାରରେ ଅଲଗା ଅଲଗା ହୋଇପାରେ। ଏହା 5 ରୁ 10 ଲକ୍ଷ ପ୍ରତିମାସ ପର୍ଯ୍ୟନ୍ତ ହୋଇପାରେ। ଏମ୍ପ୍ଲାଇ କଷ୍ଟ, ଇଲେକ୍ଟ୍ରିସିଟି ଚାର୍ଜ, ଶପ ରେଣ୍ଟଲସ ଏହିପରି ରେକରିଂ ଖର୍ଚ୍ଚ ଫ୍ରାଞ୍ଚାଇଜ ଓନରଙ୍କୁ କରିବାକୁ ହେବ। ଅମୁଲ ଆଉଟଲେଟରେ ଅମୁଲ ପ୍ରଡକ୍ଟ ଉପରେ MRP ଉପରେ କମିଶନ ମିଳିଥାଏ। କ୍ଷୀର ର ଏକ ପାଉଚ ଉପରେ 2.5 ପ୍ରତିଶତ, କ୍ଷୀରରେ ବନିଥିବା ପ୍ରଡକ୍ଟ ଉପରେ 10 ପ୍ରତିଶତ ଓ ଆଇସକ୍ରିମ ଉପରେ 20 ପ୍ରତିଶତ କମିସନ ମିଳିଥାଏ।

କେଉଁଠି କଣ୍ଟାକ୍ଟ କରିବେ:-

ଦିଲ୍ଲୀରେ ଅମୁଲ ମିଲକ ବୁଥ ଆପ୍ଲାଏ କରିବାପାଇଁ ଆପଣ ଚାହିଁବେ ଯଦି [email protected] ଇମେଲ କରିପାରନ୍ତି ଓ ଚାହିଁବେ ଯଦି 8851956711 ରେ କଲ କରିପାରିବେ। ଏହାସହ ସାରା ଭାରତରେ ଅମୁଲ କେଉଁଠି କେଉଁଠି ଫ୍ରାଞ୍ଚାଇଜ ଜାରି କରୁଛି ଜାଣିବାପାଇଁ
[email protected] ରେ ଇମେଲ କରିପାରନ୍ତି। ନଚେତ ଏହି 02268526666 ନମ୍ବରରେ କଲ କରିପାରିବେ। ଏହି https://amul.com/ କୁ ଭିଜିଟ କରି ଫ୍ରାଞ୍ଚାଇଜ ସହ ଜଡ଼ିତ ସମସ୍ତ ପ୍ରକାରର ନିୟମ ଓ ସର୍ତ୍ତ ବିଷୟରେ ଜାଣିପାରିବେ।

Leave A Reply

Your email address will not be published.