ଗାଡିରେ ଅଚାନକ ପସିଗଲା ଭୋକିଲା ସିଂହ,ଆଉ ତା ପରେ …ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଜଙ୍ଗଲର ରାଜା ସିଂହକୁ ସାମ୍ନାରେ ଦେଖି ସମସ୍ତଙ୍କ ଅବସ୍ଥା ଖରାପ ହୋଇଯାଏ|ସିଂହ ଯାଉଥିବା ଜାଣିଲେ ରାସ୍ତାରୁ ସଵୁ ଜୀବଜନ୍ତୁ ହଟି ଯାଇଥାନ୍ତି ବା ଲୁଚି ଯାଇଥାନ୍ତି|ଭାବନ୍ତୁ ଆପଣ ଜଙ୍ଗଲ ସଫାରୀରେ ଯାଇଛନ୍ତି ଓ ଆପଣଙ୍କ ଗାଡିରେ ଗୋଟେ ଭୋକିଲା ସିଂହ ପଶିଯାଏ|ଏଭଳି ଦେଖି ଆପଣଙ୍କ ଅବସ୍ଥା ଖରାପ ହୋଇଯିବ|ଏଵେ ସୋସିଆଲ ମିଡିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି|

ଭାଇରାଲ ଭିଡିଓରେ ଦେଖାଯାଏ ଯେ କିଛି ଲୋକ ଟୁରିଷ୍ଟ ଗାଡ଼ିରେ ଜଙ୍ଗଲ ସଫାରୀରେ ବାହାରିଥିଲେ|ଏହା ମଧ୍ୟରେ ଅଚାନକ ତାଙ୍କ ସାମ୍ନାରେ ସିଂହ ଆସିଯାଏ|ସିଂହକୁ ଦେଖି ଡରରେ ଲୋକଙ୍କ ଅବସ୍ଥା ଖରାପ ହୋଇଯାଏ|ଓପନ ଟୁରିଷ୍ଟ ବାହନକୁ ଦେଖି ସିଂହ ଅଚାନକ ଗାଡ଼ିରେ ପଶିଯାଏ|ଏହାପରେ ଯାହା ହୁଏ ଆଶ୍ଚର୍ଯ୍ୟଜନକ|

ଭିଡିଓରେ ଆପଣ ଜଙ୍ଗଲର ରାଜାକୁ ଦେଖିପାରିବେ|ସେ ଗାଡିରେ ପଶି କାହାକୁ ଶିକାର କରିନଥାଏ|ସେ ଲୋକଙ୍କ ସହ ପ୍ରେମ ପୂର୍ଣ୍ଣ ବ୍ୟବହାର କରୁଥିବା ଦେଖାଯାଏ|ଗାଡିରେ ବସିଥିବା ଲୋକ ପ୍ରଥମେ ସିଂହକୁ ଦେଖି ଡରିଥାନ୍ତି|ଯଦିଓ ପରେ ସେମାନେ ସିଂହ ସହ ସେଲ୍ଫି ନେଉଥିବା ନଜରକୁ ଆସିଛି|ଭିଡିଓରେ ଦେଖାଯାଏ ସିଂହର ଆକାର ବହୁ ବଡ|ସିଂହର ରୂପ ଦେଖି ସମସ୍ତେ ଡରି ଯାଇ ପାରନ୍ତି|

ଆଶ୍ଚର୍ଯ୍ୟର କଥା ଏତେଵଡ ସିଂହକୁ ଦେଖି ଟୁରିଷ୍ଟ ଡରନ୍ତି ନାହିଁ|ସିହକୁ ଏତେ ପାଖରେ ପାଇ ଲୋକମାନେ ଖୁସି ହୋଇଥାନ୍ତି|କିଛି ଲୋକ ସିଂହର ପଛକୁ ଆଉଁସୁ ଥିବା ଦେଖାଯାଏ|ସିଂହ ପଛ ସିଟରେ ବସି ଏକ ଲୋକ ସହ ମିଶୁଥିବା ଦେଖାଯାଏ|ଏଭଳି ଲାଗୁଛି ଯେପରିକି ତା ପ୍ରେମ ମିଳି ଯାଇଛି|ଭିଡିଓକୁ ଫିଗନ ନାମକ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି|ଭିଡିଓ ସହ କ୍ୟାପ୍ସନରେ ଲେଖାଅଛି,”ଅଦ୍ଭୂତ ଦୃଶ୍ୟ”

Leave A Reply

Your email address will not be published.