ବାଇକ ଦାମଠାରୁ ମଧ୍ୟ କମ ଟଙ୍କା ଦେଇ ଘରକୁ ଆଣନ୍ତୁ JCB, ଜାଣନ୍ତୁ ମାସକୁ କେତେ ଟଙ୍କା EMI ଦେବାକୁ ପଡିବ ?

0

Get real time updates directly on you device, subscribe now.

ୟୁପି ନିର୍ବାଚନରୁ ଆରମ୍ଭ ହୋଇଥିବା ବୁଲଡୋଜର ଟ୍ରେଣ୍ଡ ଶେଷ ହେବାର ନାଁ ନେଉନାହିଁ। ୟୁପି ସରକାର ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ମଡେଲ ବର୍ତ୍ତମାନ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଆଡ଼କୁ ମୁହାଁଇଛି। ଏମିତିରେ ଏହି ସମୟରେ ବୁଲଡୋଜର ବନାଉଥିବା ସବୁଠାରୁ ନାମୀ କମ୍ପାନୀ JCB ଏକ ଭଲ ଅଫର ନେଇଆସିଛି। JCB ର ଏହି ଅଫରରେ ମାତ୍ର 51 ହଜାର ଟଙ୍କାର EMI ରେ ବୁଲଡୋଜର କିଣି ଘରକୁ ଆଣିପାରିବେ।

ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ରହିଛି ଅଫର:-

ଜେସିବି ର ଅଧିକାରୀ ଫେସବୁକ ପେଜରେ ଏହା ସୂଚନା ଦିଆଯାଇ କୁହାଯାଇଥିଲା କି, ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ କାର୍ଣ୍ଣିଭାଲ ଅଫର ଯୋଗୁଁ ଜେସିବିକୁ ଏତିକି ଦାମରେ ଘରକୁ ନେଇ ଯାଇପାରିବେ। ପୋଷ୍ଟରେ ଲେଖାଯାଇଛି ଏହି ବୈଶାଖରେ ନିଜର ପ୍ରିୟ ଜେସିବିକୁ EMI ରେ କିଣନ୍ତୁ। ଏହି ଅଫର ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ କେବଳ ଭ୍ୟାଲିଡ଼ିଟି ରହିବ। ଅଧିକ ଜାଣିବା ପାଇଁ ଏହି ପେଜ https://bit.ly/April-offer କୁ ଭିଜିଟ କରନ୍ତୁ। ଏହାସହ କୁହାଯାଉଛି କି, ଏହି ଅଫର ପାଇଁ 4 ରୁ 5 ବର୍ଷ ପାଇଁ ଲୋନ ସୁବିଧା ରହିଛି।

ଏତିକି ଲକ୍ଷ ଟଙ୍କାର ଫାଇନାନ୍ସ ରହିଛି:-

ପୋଷ୍ଟରେ କୁହାଯାଇଛି ଏହି ଅଫର କେବଳ ଏହିମାସ ପର୍ଯ୍ୟନ୍ତ ଭ୍ୟାଲିଡ଼ ଅଟେ। ଏପ୍ରିଲ 30 ପରେ ଏହି ଅଫର ସମାପ୍ତ ହୋଇଯିବ। ଏବେ ଏହି ଅଫର ପାଇଁ ସୁନ୍ଦରମ ଫାଇନାନ୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ ଓ ହିନ୍ଦୁଜା ଲେଲାଣ୍ଡ ଫାଇନାନ୍ସ ସହିତ ମିଶି ଲୋନ ସୁବିଧା ଦିଆଯାଉଛି। ଏପ୍ରିଲ କାର୍ଣ୍ଣିଭାଲ ଅଫରରେ ଜେସିବିର ବ୍ୟାକହ ଲୋଡ଼ର ପାଇଁ 28 ଲକ୍ଷ ଟଙ୍କାର ଫାଇନାନ୍ସ ସୁବିଧା ଉପଲବ୍ଧ ରହିଛି। କମ୍ପାନୀ 7.49 ପ୍ରତିଶତ ସୁଧ ଦର ଅଫର କରୁଛି। ଏହାର EMI 51 ହଜାର ଟଙ୍କା ମାସିକ ରହିଛି। ଏହି ଅଫର JCB 3DX ECO ପାଇଁ ରହିଛି। ଯାହାକୁ 76hp ପାୱାର ବାଲା ଅଟେ। ଯଦି ଆପଣ କୌଣସି ବାଇକ ଆଣିବାକୁ ଯିବେ ତାହେଲେ ଆପଣଙ୍କୁ ଏହାଠାରୁ ଅଧିକ ଟଙ୍କାର ଆବଶ୍ୟକତା ପଡ଼ିବ। ଆଭରେଜ ବାଇକ ର ଦାମ 60 ରୁ 65 ହଜାର ଭିତରେ ରହିଥାଏ।

ଏତିକି ଅଟେ ବ୍ୟାକହୋ ଲୋଡ଼ର ଦର:-

ବ୍ୟାକହୋ ଲୋଡ଼ର JCB 3DX ECO ଦର 30 ଲକ୍ଷ ଟଙ୍କାରୁ ଅଧିକ ରହିଛି। ଏହାକୁ ଅଫରରେ କିଣିବାପାଇଁ ଗ୍ରାହକଙ୍କୁ ମୋଟ 2 ଲକ୍ଷ ଟଙ୍କାର ଡାଉନ ପେମେଣ୍ଟ କରିବାକୁ ହେବ। JCB କମ୍ପାନୀର ସବୁଠାରୁ ଛୋଟ ବୁଲଡୋଜର JCB 1CX ନାମରେ ମଧ୍ୟ ଜଣାଯାଏ। ଏହାର ଓଜନ ପାଖାପାଖି 1530 କିଲୋଗ୍ରାମ ଅଟେ। ଏବେ ଡିମାଣ୍ଡ ବହୁତ ବଢିବା ଯୋଗୁଁ କମ୍ପାନୀ ହାଇଟେକ ଫିଚର୍ସ ସହିତ ଲାସ ବୁଲଡୋଜର ବନାଉଛନ୍ତି। ଏବେ ସର୍ବାଧିକ JCB 3DX ECO xpert ଭଳି ବୁଲଡୋଜର ବିକ୍ରି ହେଉଛି।

ଏହି ମଡେଲ ଉପରେ ମିଳୁଛି ଅଫର:-

ଏପ୍ରିଲ କାର୍ଣ୍ଣିଭାଲ ଅଫରରେ ଜେସିବିର ହ୍ବିଲଡ଼ ଲୋଡ଼ର, ଏକ୍ସକେଭେଟର, JCB 225 LC Eco+ ରେ ଛାଡ଼ ମିଳୁଛି। ହ୍ବିଲଡ଼ ଲୋଡ଼ର ପାଇଁ ମଧ୍ୟ କମ୍ପାନୀ 90 ପ୍ରତିଶତ ପର୍ଯ୍ୟନ୍ତ ଫାଇନାନ୍ସ ସୁବିଧା ଦେଉଛି ଓ 60 ଦିନର ମୋରେଟୋରିୟମ ର ଫ୍ୟାସିଲିଟି ମଧ୍ୟ ମିଳୁଛି। ଏହିଭଳି ଅଫର ଏକ୍ସକେଭେଟର ଓ 225 Eco+ ପାଇଁ ଉପଲବ୍ଧ ରହିଛି। ଏହି ଦୁଇଟିରେ ମଧ୍ୟ 90 ପ୍ରତିଶତ ପର୍ଯ୍ୟନ୍ତ ଫାଇନାନ୍ସ ମିଳୁଛି। ସବୁ ମଡେଲ ଉପରେ ଅଫର ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ଭ୍ୟାଲିଡ଼ ରହିଛି।

Leave A Reply

Your email address will not be published.