ଘରେ ସ୍ତ୍ରୀ ଥାଉଥାଉ ବାହାରେ ୫ ଜଣଙ୍କ ସହିତ ସମ୍ବନ୍ଧ ରଖୁଥିଲେ ଯୁବକ,ଆଉ ହଠାତ ପତ୍ନୀ ଥାନାରେ ପହଞ୍ଚି ଦେଲେ ପାନେ,ଜାଣନ୍ତୁ ପୁରା ମାମଲା

0

Get real time updates directly on you device, subscribe now.

ଘରେ ସ୍ତ୍ରୀ ଥାଇ ମଧ୍ୟ ବାହାରେ ପର ନାରୀମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ଜଣେ ସ୍ୱାମୀଙ୍କ ବିରୋଧରେ ଥାନାରେ ତାଙ୍କରପତ୍ନୀ ଅଭିଯୋଗ କରିଛନ୍ତି। ମହିଳାଙ୍କ କହିବା ଅନୁସାରେ, ତାଙ୍କର ସ୍ୱାମୀଙ୍କର ବାହାରେ ୫ ଜଣ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରହିଛି। ଏ ବିଷୟରେ ସେ ବିରୋଧ କରିବାରୁ ସ୍ୱାମୀ ଓ ତାଙ୍କର ତୃତୀୟ ପତ୍ନୀ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି। କିନ୍ତୁ ଭାଗ୍ୟବଶତଃ ତାଙ୍କର ଜୀବନ ବଞ୍ଚିଯାଇଛି। ଏଭଳି ଏକ ମାମଲା ପଞ୍ଜାବର ଖିଲ୍ଲୋର ଠାରେ ସାମ୍ନାକୁ ଆସିଛି।

ସ୍ଥାନୀୟ ପୋଲିସ ଥାନାରେ ଅଭିଯୋଗ କରିବା ପରେ ମହିଳା ଜଣକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ମହିଳାଙ୍କ ଅଭିଯୋଗ ଅନୁସାରେ, ୨୦୧୨ ମସିହାରେ ଚନ୍ଦନ ନାମକ ବ୍ୟକ୍ତିଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ତାଙ୍କର ବର୍ତ୍ତମାନ ଏକ ୯ ବର୍ଷର ପୁଅ ଓ ଦେଢ଼ ବର୍ଷର ଝିଅ ଅଛି। ବିବାହର ୨ ବର୍ଷ ପରେ ସେ ଜାଣିବାକୁ ପାଇଥିଲେଯେ ସେ ତାଙ୍କ ସ୍ୱାମୀଙ୍କର ଦ୍ୱିତୀୟ ପତ୍ନୀ। ଚନ୍ଦନ ପୂର୍ବରୁ ବିବାହିତ। କିନ୍ତୁ ଘର ଲୋକ ଓ ପଞ୍ଚାୟତର ସାହାଯ୍ୟରେ ସେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଛାଡ଼ପତ୍ର ନେଇ ତାଙ୍କୁ ମିଛ କହି ଦ୍ୱିତୀୟ ବିବାହ କରିଛନ୍ତି। ସେ ସ୍ୱାମୀଙ୍କର ଏହି ମିଛକୁ ସହି ସଂସାରକୁ ଆଗକୁ ବଢ଼ାଇଥିଲେ। ବିବାହର ୨ ମାସ ପରେ ଚନ୍ଦନ କାମ ପାଇଁ ଦୁବାଇ ଚାଲିଯାଇଥିଲେ। ସେ ପ୍ରାୟତଃ ସେଠାରୁ ଛୁଟି ନେଇ ଭାରତକୁ ଆସୁଥିଲେ।

ଚନ୍ଦନ ଫେରିବା ପରେ ତାଙ୍କର ଚରିତ୍ରକୁ ନେଇ ପତ୍ନୀଙ୍କୁ ସନ୍ଦେହ ହୋଇଥିଲା। ଦିନେ ତାଙ୍କ ହାତରେ ଚନ୍ଦନଙ୍କର ଆଉ ଏକ ମୋବାଇଲ ପଡ଼ିଥିଲା, ଯାହାକୁ ସେ ଲୁଚାଇ ରଖିଥିଲେ। ଏହି ମୋବାଇଲରେ ଚନ୍ଦନଙ୍କ ସହିତ ଆଉ ୫ ଜଣ ଝିଅଙ୍କୁ ଅସଞ୍ଜତ ଅବସ୍ଥାରେ ତାଙ୍କ ପତ୍ନୀ ଦେଖିଥିଲେ। ସେମାନଙ୍କର ଫଟୋ ଓ ଭିଡିଓକୁ ମଧ୍ୟ ସେ ନିଜ ଆଖିରେ ଦେଖିଥିବା କଥା କହିଛନ୍ତି। ଏହା ପରେ ତାଙ୍କର ଝଗଡ଼ା ଲାଗିଥିଲା। ଶାଶୁ- ଶ୍ୱଶୁର ମଧ୍ୟ ତାଙ୍କ ପକ୍ଷ ନେଇଥିଲେ। ପରେ ଏ ନେଇ ଚନ୍ଦନ କ୍ଷମା ମାଗିବା ସହିତ ଆଉ ଏମିତି ଭୁଲ ହେବନି ବୋଲି କଥା ଦେଇଥିଲେ। ଛୁଆମାନଙ୍କର ମୁହଁକୁ ଚାହିଁ ସେ ସେତେବେଳେ ଚନ୍ଦନଙ୍କୁ କ୍ଷମା କରିଦେଇଥିଲେ।

କିନ୍ତୁ ୪-୫ ମାସ ତଳେ ତାଙ୍କୁ ଜଣାପଡ଼ିଥିଲାକି ଦୁବାଇରେ ଚନ୍ଦନଙ୍କର ମାହି ନାମକ ଏକ ଝିଅ ସହ ସମ୍ପର୍କ ରହିଛି। ସେ ଚନ୍ଦନଙ୍କ ଫୋନ୍‌ରୁ ମାହିଙ୍କ ନମ୍ବର ନେଇ ତାକୁ ସମସ୍ତ ସତ କଥା କହିଥିଲେ। ମାହି ମଧ୍ୟ ତାଙ୍କୁ କଥା ଦେଇଥିଲେକି ସେ ଆଉ ଚନ୍ଦନ ସହ ମିଶିବେନି। କିନ୍ତୁ ଗତ ଫେବ୍ରୁଆରୀ ମାସରେ ମାହି ପଞ୍ଜାବ ଆସି ଚନ୍ଦନକୁ ବିବାହ କରିଥିଲା। ଏ ନେଇ ସେ ଜାଣିବା ପରେ ପୁଣି ଥରେ ଘରେ ପାଟି ତୁଣ୍ଡ ହୋଇଥିଲା। ମାହି ସହିତ ମିଶି ଚନ୍ଦନ ତାକୁ ହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲା। କିନ୍ତୁ କଳେବଳେ କୌଶଳେ ସେ ଖସି ଆସି ପୋଲିସକୁ ଏ ବିଷୟରେ ଖବର ଦେଇଥିଲେ। ପୋଲିସ ତାଙ୍କର ସ୍ୱାମୀକୁ ଥାନାକୁ ଟେକି ଆଣିଥିଲା। ଥାନାରେ ଚନ୍ଦନ ଲିଖିତ ଭାବେ କହିଥିଲାକି ସେ ଆଉ କୌଣସି ମହିଳାଙ୍କ ସହ ସମ୍ପର୍କ ରଖିବ ନାହିଁ। କିନ୍ତୁ ବର୍ତ୍ତମାନ ମଧ୍ୟ ଚନ୍ଦନଙ୍କର ବ୍ୟବହାରରେ କୌଣସି ପ୍ରକାର ପରିବର୍ତ୍ତନ ଆସିନାହିଁ ବୋଲି ମହିଳା ଅଭିଯୋଗ କରିଛନ୍ତି। ତାଙ୍କ ସ୍ୱାମୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଦାବି କରିଛନ୍ତି।

Leave A Reply

Your email address will not be published.