୨୦୨୪ ରେ ପୁଣି ନବୀନ ! ଦେଖନ୍ତୁ ବିଜେଡିର ସଂପୂର୍ଣ୍ଣ ଷ୍ଟ୍ରାଟେଜି ….

0

Get real time updates directly on you device, subscribe now.

ପୌର ଏବଂ ପଞ୍ଚାୟତ ପରେ ବର୍ତ୍ତମାନ ୨୦୨୪ ପାଇଁ ଷ୍ଟ୍ରାଟେଜି। ତେବେ ଚଳିତବର୍ଷ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିର ସଫଳ ପ୍ରଦର୍ଶନ ପରେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୋଡ ମ୍ୟାପ ପ୍ରସ୍ତୁତ କରିଲେଣି। ଦଳକୁ ସଙ୍ଗଠିତ କରିବା ସହିତ ସରକାରୀ ଯୋଜନାକୁ ଲୋକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ନବୀନ ସବୁ ନେତାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ସମୟରେ ମୁଖ୍ୟମନ୍ତ୍ରୀ ନବୀନ କହି ଆସିଛନ୍ତିକି ଓଡିଶାବାସୀ ଆମର ପରିବାର ତେଣୁ ସବୁ ସମୟରେ ତାଙ୍କ ପାଇଁ ବିକାଶ କରିବା ଆମର ଗୁରୁ ଦାୟିତ୍ବ ଅଟେ।

ରାଜ୍ୟ ରାଜନୀତିରେ ଯେଉଁ ମନ୍ତ୍ରୀମଣ୍ଡଳ ଅଦଳ ବଦଳର ଚର୍ଚ୍ଚା ହେଉଛି, ତାହା ସ୍ପଷ୍ଟ ହୋଇନାହିଁ। ତଥାପି ନିଆଁନଥିଲେ ଧୁଆଁ କେଉଁଠୁ ଉଠିବା ଭଳି ଏହାର ସତ୍ୟତା କିଛି ରହିଛି। ୨୦୨୪ ମସିହାକୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିଛି ବଡ ବଡ ନେତାମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ଆଉଟ କରି ସେମାନଙ୍କୁ ସଙ୍ଗଠନର ଦାୟିତ୍ୱ ଦେଇପାରନ୍ତି। ଏହା ସହିତ ଯେଉଁ ଜିଲ୍ଲାରେ ଦଳ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି ଏବଂ ସେଠାରୁ କେହି ମନ୍ତ୍ରୀ ନାହାନ୍ତି ସେମାନଙ୍କୁ ସନ୍ତୁଷ୍ଟ ମଧ୍ୟ କରାଯାଇପାରେ ବୋଲି ରାଜନୈତିକ କରିଡରରେ ଆଲୋଚନା ହେଉଅଛି। ଏସବୁ ଭିତରେ ସରକାରୀ ସ୍ତରର ସମସ୍ତ ଯୋଜନାକୁ ଲୋକମାନଙ୍କ ପାଖକୁ ପହଞ୍ଚାଇବା ଏବଂ ଲୋକମାନଙ୍କ ସେବାରେ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନିଜର ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ରାଜ୍ୟର ମୁଖ୍ୟ ବିରୋଧି ଭାବରେ ପରିଗଣତି ବିଜେପି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଲୋକମାନଙ୍କର ଧ୍ୟାନକୁ ଆକର୍ଷଣ କରିବା ଆରମ୍ଭ କରିଛନ୍ତି। ଦଳିତ-ଆଦିବାସୀଙ୍କୁ ଅବହେଳା, ଆବାସ ଯୋଜନାରେ ଦୁର୍ନୀତି, କେନ୍ଦ୍ର ସରକାରଙ୍କ ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ ନ କରିପାରୁଥିବା, ମମିତା ମେହେର ହତ୍ୟାକାଣ୍ଡ, ଚାଉଳ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ଉଠାଇବ। ଏପରିକି ଆକାଂକ୍ଷୀ ଯୋଜନାରେ କେନ୍ଦ୍ରମନ୍ତ୍ରୀମାନେ ଜିଲ୍ଲା ବୁଲିବା ସହିତ ଶ୍ରୀମନ୍ଦିର ଖୋଳା ବିବାଦକୁ ନେଇ ମଧ୍ୟ ଲୋକମାନଙ୍କ ମନ ଜିଣିବାକୁ ଦଳ ଅଭିଯାନ ଆରମ୍ଭ କରିଛି। ଏହସହ ତଳସ୍ତରରେ ବିଜେପିକୁ ମଜବୁତ କରିବା ସହ କେନ୍ଦ୍ର ସରକାରଙ୍କର ଯୋଜନାକୁ ଲାଗୁ କରାବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଆସିଛି। ତେବେ ବିଜେପିର ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଖୁବଶୀଘ୍ର ଓଡିଶା ଆସି ସାଙ୍ଗଠନିକ ସ୍ଥରରେ ଆଲୋଚନା କରିବେ। ସେହିପରି ଆକାଂକ୍ଷୀ ଯୋଜନାରେ କେନ୍ଦ୍ରମନ୍ତ୍ରୀମାନଙ୍କ ଜିଲ୍ଲା ସ୍ତରୀୟ ଗସ୍ତ ରାଜ୍ୟର ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବ ବୋଲି ଦଳ ଆଶା ରଖିଛି।

କଂଗ୍ରେସ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନ ଏକାକି ଲଢିବାକୁ ସହମତି ହୋଇଥିବା କୁହାଯାଉଛି। ଏଥିପାଇଁ କଂଗ୍ରେସ ଖୁବଶୀଘ୍ର ସାଙ୍ଗଠନିକ ପରିବର୍ତ୍ତନ ହେବ। ନୂଆ ପିସିସି ସଭାପତି ନିଯୁକ୍ତ ହେବେ, ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ସରିଛି। ଚଳିତ ମାସ ୨୨ ତାରିଖରେ ରାଜ୍ୟ ପ୍ରଭାରୀ ଡକ୍ଟର ଏ ଚେଲ୍ଲା କୁମାର, ଓଡିଶା ଗସ୍ତରେ ଆସିବେ। ଦଳୀୟ ନେତୃତ୍ୱ ସହ ଚିନ୍ତନ ବୈଠକ ହେବ। ସେପଟେ କଂଗ୍ରେସର କହିବା କଥା ଦଳୀୟ କର୍ମୀ ସବୁବେଳେ ଶୃଙ୍ଖଳିତ ଏବଂ ଦଳରେ ବହୁ ବରିଷ୍ଠ ନାତା ଅଛନ୍ତି, ଯାହାକୁ ଚାହିଁଲେ AICC PCC ସଭାପତି କରିପାରିବ। ଆଉ ଦଳ ମଧ୍ୟ ତାଙ୍କୁ ସ୍ବାଗତ କରିବ। ସଭିଏଁ ଏକାଠି ହୋଇ ଲଢ଼ିଲେ ଦଳ ୨୦୨୪ ମସିହାରେ ନିଶ୍ଚିତ ଭାବରେ ସରକାର ଗଠନ କରିବ ବୋଲି କହିଛି କଂଗ୍ରେସ ଆଶା ପ୍ରକଟ କରିଛି।

ଏହି ମାସ ଶେଷରେ କଂଗ୍ରେସ ନିଜର ନୂଆ ସଭାପତି ପାଇବ। ପ୍ରତି ଜିଲ୍ଲା , ପ୍ରତି ଗାଁର ଲୋକମାନଙ୍କ ପାଖକୁ କଂଗ୍ରେସ ଯିବ। କାଳିଆ ଯୋଜନାରେ ଅନିୟମିତତା, ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ବଞ୍ଚାଗଲା ଏ ସବୁ ପ୍ରସଙ୍ଗ ଆଣିବ। ଲୋକମାନଙ୍କ ବିଶ୍ୱାସ ଭାଜନ ହୋଇପାରିବ। ତେବେ ୨୦୨୪ ମସିହାରେ ଫଳାଫଳ ହିଁ କହିପାରିବ କେଉଁ ଦଳ ସରକାର ଗଠନ କରିବାରେ ସଫଳ ହୋଇଛି। କିଏ ଲୋକମାନଙ୍କ ପାଇଁ କାମ କରିଛି ଓ କରିବ ଏବଂ କାହାର ସଙ୍ଗଠନ କେତେ ମଜବୁତ ତାହା ଏହି ନିର୍ବାଚନ ପରେ ଯାଇ ସଠିକ ଭାବରେ ଜଣାପଡିବ।

Leave A Reply

Your email address will not be published.