ବିବାହ ପାଇଁ ପସନ୍ଦ ନଥିଲା ପୁଅ, ଝିଅ ତାକୁ ସିକ୍ରେଟ ଡେଟ ପାଇଁ ଡକାଇଲା ଏବଂ ତାପରେ ବେକ କାଟିଦେଲା

0

Get real time updates directly on you device, subscribe now.

ବିବାହ ଅବସର ହଜାର ହଜାର ଇଚ୍ଛା ସହିତ ଆସିଥାଏ । ମନର ଅନେକ ଇଚ୍ଛା ପୂରଣ ହୋଇଥାଏ । ଲୋକମାନେ ଏହି ଦିନ ପାଇଁ କଣ୍ କଣ୍ ଭାବିନଥାନ୍ତି । କେବଳ ବର- କନ୍ୟା ନୁହେଁ, ବରଂ ପରିବାରର ସବୁ ଲୋକଙ୍କ ଇଚ୍ଛା ପୁରା ହେବାର ସମୟ ହୋଇଥାଏ । ତେବେ ବିବାହ କଣ୍ ଏମିତି ବି ହୋଇପାରେ ଯେ ବିବାହ ନ କରିବା କାରଣରୁ କୌଣସି ଝିଅ ନିଜର ହେବାକୁ ଯାଉଥିବା ସ୍ୱାମୀର ବେକ କାଟିଦିଏ ।

ଆଜ୍ଞା ହଁ, ବର୍ତ୍ତମାନ ସୁଦ୍ଧା ଏପରି ଘଟଣା ଆପଣ ଶୁଣିନଥିବେ, କିନ୍ତୁ ଆନ୍ଧ୍ରପ୍ରଦେଶରେ ଏପରି ଘଟଣା ଘଟିଛି । ଯେଉଁଠାରେ ଜଣେ କନ୍ୟା ସବୁକିଛି ସ୍ଥିର ହେବାପରେ ନିଜର ହେବାକୁ ଯାଉଥିବା ସ୍ବାମୀଙ୍କୁ ସରପ୍ରାଇଜ ଦେବାପାଇଁ ଡକାଇଲା ଏବଂ ତାର ବେକ କାଟିଦେଲା । ବେକରୁ ରକ୍ତ ବାହାରୁଥିବା ଦେଖି ସେହି ଝିଅ ଯୁବକଙ୍କୁ ସେହି ଅବସ୍ଥାରେ ଛାଡି ଚାଲିଗଲା ।

ଯୁବକଙ୍କୁ ମନ୍ଦିର ଥିବା ପାହାଡ ଉପରକୁ ଡକାଇଲା :-

ଯୁବକଙ୍କ ନାମ ରାମୁ ନାୟଡୁ, ଯିଏକି ସିଏସଆଇଆରରେ ସାଇଣ୍ଟୀଷ୍ଟ ଅଟନ୍ତି । ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ବିଶାଖାପତନମର ଚୋଡାବରମ୍ ପୋଲିସ ଷ୍ଟେସନର ଏହି ଘଟଣା ଅଟେ । ପୋଲିସ ଅନୁଯାୟୀ, ରାମୁ ନାୟଡୁଙ୍କର ପୁଷ୍ପା ନାମକ ଜଣେ ଯୁବତୀଙ୍କ ସହିତ ଆସନ୍ତା ମାସରେ ବିବାହ ହେବାର ଥିଲା । ପୁଷ୍ପାକୁ ଏହି ବିବାହ ପସନ୍ଦ ନଥିଲା । ସେ ରାମୁଙ୍କୁ ମନ୍ଦିର ପାଖରେ ଥିବା ଗୋଟିଏ ପାହାଡ଼ ଉପରକୁ ଡକାଇଲା । ଯେତେବେଳେ ଯୁବକ କାହିଁକି ବୋଲି ପଚାରିଲେ, ସେତେବେଳେ ସେ କହିଲା ଯେ ସରପ୍ରାଇଜ ଅଛି ।

ପୋଲିସ ଅନୁଯାୟୀ 22 ବର୍ଷୀୟ ପୁଷ୍ପା ସ୍କୁଲ ଡ୍ରପଆଉଟ ଅଟନ୍ତି । ସେ ଏହି ଘଟଣା ପୂର୍ବରୁ ତିନୋଟି ଛୁରୀ ମଧ୍ୟ କିଣିଥିଲେ । ଯେତେବେଳେ ଯୁବକ ମନ୍ଦିର ପାଖରେ ଥିବା ପାହାଡ଼ ଉପରକୁ ଆସିଲେ, ସେତେବେଳେ କିଛି ସମୟ ପାଇଁ କଥା ହେବାପରେ ତାଙ୍କ ବେକରେ ଛୁରୀ ଚଳାଇଦେଲା । ଯୁବକ ଗୁରୁତର ଭାବେ ଆହତ ହୋଇଗଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଯୁବତୀ ନିଜ ବାପାଙ୍କୁ ବିବାହ ନ କରିବାକୁ କହିଥିଲେ :-

ପୋଲିସ କହିଛି ଯେ ଯୁବତୀଙ୍କ କୌଣସି ଅପରାଧିକ ବ୍ୟାକଗ୍ରାଉଣ୍ଡ ନାହିଁ, କିନ୍ତୁ ସେ ସେହି ଯୁବକଙ୍କ ସହିତ ବିବାହ କରିବାକୁ ଚାହୁଁନଥିଲେ । ଯୁବତୀ ନିଜ ବାପାଙ୍କ ଠାରେ ଏହି ବିବାହକୁ ବିରୋଧ ମଧ୍ୟ କରିଥିଲେ, କିନ୍ତୁ ବାପା ତାଙ୍କ କଥା ମାନି ନଥିଲେ । ତେଣୁ ଶେଷରେ ସେ ଭୟଙ୍କର ଖେଳ ଖେଳିଲେ । ତାପରେ ସେ ଯୁବକଙ୍କୁ ଡକାଇଲେ ଏବଂ ତାଙ୍କ ବେକକୁ ଛୁରୀ ଦ୍ଵାରା କାଟି ଦେଲେ । ବର୍ତ୍ତମାନ ପୋଲିସ ଘଟଣାର ଯାଞ୍ଚ କରୁଛି ।

Leave A Reply

Your email address will not be published.