ବିପଦରେ କୋଟି କୋଟି Chrome ୟୁଜର, Google ଜାରି କଲା ଚେତାବନୀ, ୟୁଜରମାନେ ତୁରନ୍ତ କରନ୍ତୁ ଏହି କାମ

0

Get real time updates directly on you device, subscribe now.

Google Chrome ବହୁତ୍ ପପୁଲାର ଇଣ୍ଟରନେଟ ବ୍ରାଉଜର ଅଟେ । ଏହାର ସାରା ଦୁନିଆରେ କୋଟି କୋଟି ୟୂଜର୍ସ ଅଛନ୍ତି । ବର୍ତ୍ତମାନ Google Chrome ୟୁଜର ମାନଙ୍କ ପାଇଁ ଚେତାବନୀ ଜାରି କରିଛି । ଗୋଟିଏ ନୂତନ ଅସୁବିଧା Google Chrome ରେ ଦେଖାଯାଇଛି । ଏହି କାରଣରୁ Google Chromeର 320 କୋଟି ୟୁଜର ବିପଦରେ ଅଛନ୍ତି ।

Google Chromeରେ ଗୋଟିଏ ନୂତନ ଜିରୋ- ଡେ ହାଇ ଥ୍ରେଟ ଲେଭଲ୍ ହ୍ୟାକ ମିଳିଛି । ଏହାକୁ ନେଇ ନୂତନ Chrome ବ୍ଲଗ ପୋଷ୍ଟରେ କୁହାଯାଇଛି । ଗୁଗୁଲ ଚେତାବନୀ ଦେଇଛି ଯେ ହ୍ୟାକର୍ସ କ୍ରୋମର ସିକ୍ୟୋରିଟିକୁ ବ୍ରିଚ କରି ୟୂଜର୍ସଙ୍କୁ ଟାରଗେଟ କରିପାରି ଥାଆନ୍ତେ । କିନ୍ତୁ କମ୍ପାନୀ ଏହାର ଫିକ୍ସ ଜାରି କରିଦେଇଛି ।

Chrome ର ସବୁ ମେଜର ପ୍ଲାଟଫର୍ମ ଯେପରି Windows, macOS, Linux ଏବଂ Android ପାଇଁ ଏହି ଅସୁବିଧା ଦେଖିବାକୁ ମିଳିଛି । କ୍ରୋମ ୟୂଜର୍ସଙ୍କ ସେଫ୍ଟି ପାଇଁ ଗୁଗଲ ବର୍ତ୍ତମାନ ଏହି ବିପଦ ବିଷୟରେ ଡିଟେଲରେ ସୂଚନା ଦେଇନାହିଁ । ଏହା ତିନୋଟି ସପ୍ତାହରେ ଦ୍ୱିତୀୟ ଥର ଅଟେ, ଯେତେବେଳେ କ୍ରୋମର କମ୍ପୋନେଣ୍ଟ V8 କୁ ଜିରୋ- ଡେ ହ୍ୟାକ ଦ୍ଵାରା ବ୍ରିଚ କରାଯାଇଛି ।

ଏହି ଅସୁବିଧାକୁ ମୁକାବିଲା କରିବାପାଇଁ Google ନୂତନ Chrome (100.0.4896.127) ଭର୍ସନ ଜାରି କରିଛି । କିନ୍ତୁ ଏହାସହିତ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ ନାହିଁ । ୟୂଜର୍ସ ଅପଡେଟକୁ ମ୍ୟାନୁଆଲି ଚେକ୍ କରିବାପାଇଁ କ୍ରୋମର ଟପ୍ ରାଇଟରେ ଥ୍ରି- ଡଟ ମେନ୍ୟୁ ଉପରେ କ୍ଲିକ କରିପାରିବେ ।

ଏହାପରେ ୟୂଜର୍ସଙ୍କୁ ସେଟିଙ୍ଗକୁ ଯିବାକୁ ପଡିବ । ସେଟିଙ୍ଗକୁ ଯିବାପରେ ଆପଣଙ୍କୁ ହେଲ୍ପ ସେକ୍ସନକୁ ଯିବାକୁ ପଡିବ । ତାପରେ About Google Chrome ଉପରେ ଟ୍ୟାପ କରନ୍ତୁ । ଏତେ ସବୁ କରିବାପରେ ନିଜ ବ୍ରାଉଜରକୁ ରିଷ୍ଟାର୍ଟ କରିଦିଅନ୍ତୁ । ଏ ବର୍ଷ ମାର୍ଚ୍ଚ ମାସରେ Google ମାନିଥିଲା ଯେ କ୍ରୋମ ଏବଂ ଅନ୍ୟ ବ୍ରାଉଜରରେ ହେଉଥିବା ସକ୍ସେସଫୁଲ ଜିରୋ- ଡେ ହ୍ୟାକ ଦ୍ରୁତ ଗତିରେ ବଢୁଛି ।

ଏଥିରେ ୟୂଜର୍ସଙ୍କୁ କୁହାଯାଇଥିଲା ଯେ ଅନଲାଇନ୍ ସେଫ୍ ରହିବାପାଇଁ ସେମାନଙ୍କୁ ପ୍ରୋ ଆକ୍ଟିଭ୍ ରହିବାକୁ ପଡିବ । ଏହାବ୍ୟତୀତ ବ୍ରାଉଜରର ଅପଡେଟକୁ ମଧ୍ୟ ବେଳେବେଳେ ନିଶ୍ଚିତ ଭାବେ ଚେକ୍ କରିବେ ।

Leave A Reply

Your email address will not be published.