ହାଜତ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ସ୍ୱାମୀ କାହାର ? ସକାଳେ ଜଣେ କହୁଛି ମୋର, ସଞ୍ଜବେଳେ ଆଉ ଜଣେ କହୁଛି ମୋର

0

Get real time updates directly on you device, subscribe now.

ବର୍ତ୍ତମାନ ହାଜତ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ବର୍ତ୍ତମାନ ଆଉ ଜଣେ ମହିଳା ଶବ ବ୍ୟବଚ୍ଛେଦ ଗୃହରେ ପହଞ୍ଚିଥିଲେ ଓ ପ୍ରଦୀପ ସାହୁ ମୋର ସ୍ଵାମୀ ବୋଲି ଦାବି କରିଛନ୍ତି। ଅନ୍ୟପଟେ ପୂର୍ବରୁ ନିଜକୁ ମୃତକଙ୍କର ସ୍ତ୍ରୀ କହୁଥିଲେ। କମିଶନରେଟ ପୋଲିସ କାହାରିକୁ ଶବ ହସ୍ତାନ୍ତର ନ କରି ନିଜ ତରଫରୁ ସତ୍ୟନଗର ମଶାଣିରେ ଉକ୍ତ ଶବକୁ ଦାହ କରିଛି।

ବଡଗଡ ଥାନା ହାଜତରେ ମୃତ୍ୟୁ ବରଣ କରିଥିବା ଏହି ବ୍ୟକ୍ତି ଜଣକ ପ୍ରକୃତରେ କିଏ? ସେ ପ୍ରଦୀପ ସାହୁ ନା ଦେବେନ୍ଦ୍ର ଚୌଧୁରୀ। ଆଜି ଦିନସାରା ଏହି ବିଷୟରେ ଚର୍ଚ୍ଚା ଲାଗି ରହିଥିଲା। ପ୍ରଥମେ ଜଣେ ମହିଳା ମୃତକ ଜଣକ ଦେବେନ୍ଦ୍ର ବୋଲି ଦାବି କରିଆସୁଥିଲେ। ଅପରାହ୍ନରେ ଆଉ ଜଣେ ମହିଳା ଶବ ବ୍ୟବଚ୍ଛେଦ ଗୃହରେ ପହଞ୍ଚିଥିଲେ ଓ ନିଜକୁ ମୃତକଙ୍କ ସ୍ତ୍ରୀ କହିବା ସହ ସେ ପ୍ରଦୀପ ସାହୁ ବୋଲି ଦାବି କରିଥିଲ। ଉଭୟ ମହିଳାଙ୍କ ମଧ୍ୟରେ ବଚସା ହେବାର ଦେଖି ପୋଲିସ କାହାରିକୁ ଶବକୁ ହସ୍ତାନ୍ତର ନ କରି ନିଜ ତରଫରୁ ସତ୍ୟ ନଗର ମଶାଣିରେ ଦାହ କରିଥିଲା।

ବଡଗଡ ଥାନା ପୋଲିସର କହିବା କଥା ପ୍ରଦୀପ ଜଣେ ପେଶାଦାର ଅପରାଧୀ ଅଟନ୍ତି। ପୂର୍ବରୁ ତା ନାଁରେ ଅନେକ ଅଭିଯୋଗ ମଧ୍ୟ ରହିଛି। ରବିବାର ରାତିରେ ପୋଲିସ ତାକୁ ରାସ୍ତାରୁ ଉଠାଇ ଆଣିଥିଲା। ହେଲେ କିଛି ସମୟ ପରେ ପ୍ରଦୀପଙ୍କ ଶରୀର ଅସୁସ୍ଥ ହେବା କାରଣରୁ ତାକୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ। ବଡଗଡ ଥାନାରେ ସବୁ ସ୍ଥାନରେ ସିସିଟିଭି ଲାଗିଛି। ତେଣୁ ଯଦି ପ୍ରଦୀପ କ୍ଷେତ୍ରରେ କୌଣସି ପ୍ରକାର ଥାର୍ଡ ଡିଗ୍ରୀ ଅପ୍ଲାଇ କରାଯାଇଥାଏ ତେବେ ତାହା ନିଶ୍ଚିତ ସିସିଟିଭି ସ୍ପଷ୍ଟ କରିବ।

Leave A Reply

Your email address will not be published.