ଏହି ଯନ୍ତ୍ର ସାହାଯ୍ୟରେ ଏବେ କେବଳ ୩ ମିନିଟ ମଧ୍ୟରେ ଶ୍ୱାସ ଜରିଆରେ ହେବ କରୋନା ଟେଷ୍ଟ,ଜାଣନ୍ତୁ କେମିତି କଣ ଏହି ମେସିନରେ ସବୁ ହେଉଛି !

0

Get real time updates directly on you device, subscribe now.

InspectIR COVID-19 Breathalyzer: ଆମେରିକାର ଖାଦ୍ୟ ଓ ଔଷଧୀ ପ୍ରଶାସନ ଏକ ଏଭଳି ଯନ୍ତ୍ରକୁ ଇମରଜନ୍ସି ଅନୁମତି ଦେଇଛନ୍ତି ଯେ ଯାହାକୁ ଶ୍ୱାସ ଜରିଆରେ କୋଭିଡ -୧୯ର ସୂଚନା ମିଳି ପାରିବ|ଏହି ଯନ୍ତ୍ର କୁ ହସ୍ପିଟାଲ ଓ କୋଭିଡ କେନ୍ଦ୍ରରେ କରାଯିବ|ଏହି ଯନ୍ତ୍ର ଜରିଆରେ କିଛି ମିନିଟ ମଧ୍ୟରେ କରୋନା ଭାଇରସର ଯାଞ୍ଚ କରାଯାଇ ପାରିବ|

ସୂଚନା ଅନୁସାରେ ଏହି ଯନ୍ତ୍ରର ନାମ ଇନ୍ସପେକ୍ଟ ଆଇଆର କୋଭିଡ-୧୯ ବ୍ରିଥ ଲାଇଜର ଅଟେ|ଏହାର ବ୍ୟବହାର ହସ୍ପିଟାଲ, କ୍ଲିନିକ୍ ଓ କୋଭିଡ ଯାଞ୍ଚ କେନ୍ଦ୍ରରେ କରାଯିବ|ଏଥିରେ ଯାଞ୍ଚ ରିପୋର୍ଟ ୩ ମିନିଟ ମଧ୍ୟରେ ଆସିଥାଏ|ଏହାର ଦେଖାଶୁଣା ଜଣେ ଲାଇସେନ୍ସ ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ତଦାରଖରେ କରାଯିବ|

ଏଫଡିଏର “ସେଣ୍ଟର ଫର ଡିଭାଇସ ଏଣ୍ଡ ରେଡିଓଲୋଜିକାଲ ହେଲ୍ଥ”ର ନିର୍ଦେଶକ ଡାକ୍ତର ଜେଫ ସୁରେନ ଏହାକୁ କୋଭିଡ-୧୯ ପାଇଁ ତୁରନ୍ତ ପରିକ୍ଷଣ ର ଏକ ନୂତନ ଉଦାହରଣ କହିଛନ୍ତି|ସେ କହିଛନ୍ତି ଏହା ଫଳରେ କରୋନା ଭାଇରସ ଟେଷ୍ଟିଙ୍ଗରେ ଫଳପ୍ରଦ ମିଳି ପାରିବ|
କୋଭିଡ -୧୯ ମାମଲାରେ ଏହା ଏକ ଵଡ ସଫଳତା ସୃଷ୍ଟି କରିବ|

ଏଫଡିଏ ଗୁରୁବାର ଦିନ କହିଛନ୍ତି ଯେ ଯନ୍ତ୍ର କରୋନା ଭାଇରସରେ ସଂକ୍ରମିତ ନମୁନାକୁ ଚିହ୍ନି ୯୧.୨% ଓ ନକରାତ୍ମକ ନମୁନାକୁ ଚିହ୍ନି ୯୯.୩% ସଠିକ ପରିଣାମ ଦେଇଥାଏ|ଏଜେନ୍ସି କହିଛନ୍ତି ଏଥିରେ ଦୈନିକ ୧୬୦ ସାମ୍ପଲର ଯାଞ୍ଚ କରାଯାଇ ପାରିବ|ଏଥିରେ ବୃଦ୍ଧି ସମ୍ଭାବନା ରହିଛି ଯାହା ଫଳରେ ମାସିକ ୬୪୦୦୦ ସାମ୍ପଲ ଯାଞ୍ଚ ସମ୍ଭବ ହୋଇ ପାରିବ|

Leave A Reply

Your email address will not be published.