ଗୁଗଲ ମ୍ୟାପରେ ଦେଖାଗଲା ଏହି ଅଦ୍ଭୁତ ଦୃଶ୍ୟ, ରାସ୍ତାରେ ଚାଲୁଛି ହାତ-ଗୋଡ଼-ମୁଣ୍ଡ ନଥିବା ଭୁତ

0

Get real time updates directly on you device, subscribe now.

ଆଜିକାଲି ଭୁତ ପ୍ରେତ କାହାଣୀରେ ନୁହେଁ ବରଂ ଡିଜିଟାଲ ଓ ଭରଚୁଆଲ ଦୁନିଆରେ ମଧ୍ୟ ଦେଖାଯାଉଛନ୍ତି। ନ୍ୟୁୟର୍କ ଭଳି ସିଟିରେ ଏମିତି ଏକ ଫୋଟୋ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ନିଜ ଗୁଗଲ ମ୍ୟାପ୍ସ ଜରିଆରେ ହାତ, ଗୋଡ଼ ଓ ମୁଣ୍ଡ ନଥିବା ଭୁତ ଦେଖା ଦେଇଛି ଓ ସେ ଏହି ଫୋଟକୁ ସୋସିଆଲ ମିଡ଼ିଆରେ ଶେୟର କରିଛନ୍ତି।

ଆଜିକାଲି ଲୋକଙ୍କୁ ଗୁଗଲ ମ୍ୟାପ୍ସ ସର୍ଭିସରେ ଗୋଟିକ ପରେ ଗୋଟିଏ ଅଜବ ନଜାରା ଦେଖିବାକୁ ମିଳୁଛି। ଏବେଏବେ ଜଣେ ବ୍ୟକ୍ତି ଗୁଗଲ ମ୍ୟାପ୍ସର କିଛି ଫୋଟୋ ରେଡିଟ ପ୍ଲାଟଫର୍ମରୁ ନେଇଥିଲେ। ଯେଉଁଥିରେ ଏକ ଡ୍ରେସ ଚାଲୁଥିବାର ନଜର ଆସୁଛି। ଏହି ଫୋଟରେ ନାତ କୌଣସି ହାତ, ଗୋଡ଼, ମୁଣ୍ଡ ଦେଖାଯାଉଥିଲା କେବଳ ଏକ ଡ୍ରେସ ଗତି କରୁଥିବାର ନଜର ଆସିଥିଲା।

କେମିତି ଏହା ହୋଇଥିଲା ?:-

ଏହି ସୁଟ ରାସ୍ତାରେ ବୁଲି ଆସୁଛି ତ ରାସ୍ତା କଡ଼ରେ ଆରାମ କରୁଛି। କିଛି ସ୍ଥାନରେ ଏହା ନାଚୁଛି ଓ ଖେଳକୁଦ ମଧ୍ୟ କରୁଛି। ଏହାପରେ ଏହି ସୁଟ ଟି ଗାୟବ ହେବାକୁ ଲାଗିଲା ଓ ଏହା ସ୍ଥାନରେ ଏକ ସି ଗୁଲ ନଜର ଆସିଲା। ଯେତେବେଳେ ଏହାକୁ ଜୁମ କରି ଦେଖାଗଲା ସେତେବେଳେ ଏହା ପିକ୍ସଲେଟ ହୋଇଗଲା। ହୁଏତ ଏହା ପ୍ରାଇଭେସି କାରଣରୁ ହୋଇଥାଇ ପାରେ। ରେଡିଟ ୟୁଜର୍ସ ଏହାର ବହୁତ ସାରା ଫୋଟ ପକାଇଛନ୍ତି ଓ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି। କିଛି ଲୋକ ଏହାକୁ ହୋଲୋମ୍ୟାନ କୋଭିଡ଼ ଏଡିଶନ କହୁଥିବା ବେଳେ କିଛି ଲୋକ ଏହି ଜିନିଷଟି କଣ ଥିଲା ବୋଲି ଆଶ୍ଚର୍ଯ୍ୟ ଥିଲେ।

Leave A Reply

Your email address will not be published.