୧୩୫୦୦ ଫୁଟ ଉଚ୍ଚତାରୁ ଡେଇଁଲେ ଯୁବତୀ,କିନ୍ତୁ ଖୋଲିଲା ନାହିଁ ପ୍ୟାରାସୁଟ, ଆଉ ତାପରେ ଯାହା ହେଲା ଆପଣ ବିଶ୍ଵାସ କରିପାରିବେ ନାହିଁ…

0

Get real time updates directly on you device, subscribe now.

ଆମେରିକାରେ ଜଣେ ଯୁବତୀଙ୍କ ସହିତ ଯାହା ହୋଇଛି, ତାହା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ଏହି ଯୁବତୀ ସ୍କାଇ ଡ଼ାଇଭିଙ୍ଗ କରିବାକୁ ବହୁତ୍ ଭଲ ପାଆନ୍ତି । ନିଜ ଇଚ୍ଛାକୁ ପୁରା କରିବାପାଇଁ ସେ 13500 ଫୁଟ ଉଚ୍ଚତାରୁ ଡେଇଁଦେଲେ । ତେବେ ଶେଷ ସମୟରେ ପ୍ୟାରାସୁଟ ଧୋକା ଦେଇଦେଲା । ଏହାପରେ ଯାହା ହେଲା ଆପଣ ଜାଣିବାପରେ ମଧ୍ୟ ବିଶ୍ଵାସ କରିପାରିବେ ନାହିଁ ।

ଡେଇଁ ପଡ଼ିଲେ ସିନା କିନ୍ତୁ ପ୍ୟାରାସୁଟ ଖୋଲିବାକୁ ଭୁଲିଗଲେ :-

ଯେଉଁ ଯୁବତୀଙ୍କ ବିଷୟରେ ଆମେ ଆପଣଙ୍କୁ କହୁଛୁ ତାଙ୍କ ନାମ ହେଉଛି ଜର୍ଡନ ହ୍ୟାଟମେକର । ସେ ଆମେରିକାର ବର୍ଜିନୀୟା ସହରରେ ରୁହନ୍ତି । 35 ବର୍ଷୀୟ ଏହି ଯୁବତୀ ସ୍କାଇ ଡ଼ାଇଭିଙ୍ଗକୁ ବହୁତ୍ ଭଲ ପାଆନ୍ତି । ଏହି ଇଚ୍ଛାକୁ ପୁରା କରିବା ପାଇଁ ସେ ଏମିତି କିଛି କଲେ ଯାହା ମଜା ଲାଗିବା ବଦଳରେ ଦଣ୍ଡ ଲାଗିଲା । ତାଙ୍କର ଏହି ଘଟଣା ସାରା ଜୀବନ ମନେରହିବ ।

ଜର୍ଡନ ସ୍କାଇ ଡ଼ାଇଭିଙ୍ଗ ପାଇଁ ପ୍ରଥମେ 13500 ଫୁଟ ଉଚ୍ଚତାକୁ ଗଲେ । ତାଙ୍କ ପାଖରେ ପ୍ୟାରାସୁଟ ଥିଲା, ଯାହା ତାଙ୍କୁ ତଳକୁ ପଡ଼ିବା ସମୟରେ ଖୋଲିବାର ଥିଲା । ଏହି ଭରଷାରେ ସେ ଏତେ ଉଚ୍ଚତାରୁ ଡେଇଁ ପଡ଼ିଲେ । ସେ ଜୋରରେ ତଳକୁ ମଧ୍ୟ ପଡ଼ିବାକୁ ଲାଗିଲେ । କିନ୍ତୁ ସେ ଏହା ମଧ୍ୟରେ ପ୍ୟାରାସୁଟ ଖୋଳିବା ଭୁଲିଗଲେ । ଯେତେବେଳେ ତାଙ୍କର ମନେ ପଡ଼ିଲା ସେତେବେଳେ ସେ ପ୍ୟାରାସୁଟ ଖୋଲିଲେ, କିନ୍ତୁ ତାହା ତାଙ୍କ ଗୋଡ଼ରେ ଅଟକିଗଲା ।

200 କିଲୋମିଟର୍ ବେଗରେ ଖସିଲେ ତଳକୁ :-

ପ୍ୟାରାସୁଟ ତାଙ୍କ ଗୋଡ଼ରେ ଅଟକିବା କାରଣରୁ ତାହା ଖୋଲିଲା ନାହିଁ । ବର୍ତ୍ତମାନ ତାଙ୍କ ଜୀବନ ଅଟକି ଗଲା । ଯୁବତୀ ତଳକୁ ଖସିବାର ବେଗ 200 କିମି ଥିଲା, ଅର୍ଥାତ୍ ଯେକୌଣସି ସମୟରେ ତାଙ୍କ ପର୍ଯ୍ୟନ୍ତ ମୃତ୍ୟୁ ପହଞ୍ଚି ପାରିଥାନ୍ତା । ସେ ବୁଝିପାରୁ ନ ଥିଲେ ଯେ ବର୍ତ୍ତମାନ କଣ କରାଯିବା ଉଚିତ୍ । ଜର୍ଡନ ଜାଣିପାରିଲେ ଯେ ବର୍ତ୍ତମାନ ସେ ଆଉ ବଞ୍ଚିବେ ନାହିଁ ଏବଂ ତାଙ୍କର ମୃତ୍ୟୁ ହୋଇଯିବ ।

ସେ ଶେଷ ସମୟରେ ନିଜ ପ୍ରିୟଜନ ମାନଙ୍କୁ ମନେ ପକାଇବାକୁ ଆରମ୍ଭ କରିଦେଲେ । ଅଟକିଥିବା ପ୍ୟାରାସୁଟକୁ ଖୋଲିବାର ଚେଷ୍ଟା ମଧ୍ୟ ବେକାର ହୋଇଗଲା । ଶେଷରେ ସେ 200 କିମି ବେଗରେ ସିଧା ତଳେ ଆସି ପଡ଼ିଲେ । ଲୋକମାନେ ମଧ୍ୟ ଭାବିଲେ ଯେ ସେ ମରି ସାରିଛନ୍ତି ।

ହୋଇଗଲା ଚମତ୍କାର, ପୁଣିଥରେ କରିବେ ସ୍କାଇ ଡ଼ାଇଭିଙ୍ଗ :-

ଏତେ ବେଗରେ ତଳେ ପଡ଼ିବାରୁ ପ୍ରଥମେ ତ ଲାଗିଲା ସେ ମରି ଯାଇଛନ୍ତି, କିନ୍ତୁ ସେ ଜୀବିତ ଥିଲେ । ଏତେ ଉପରୁ ପଡ଼ିବା ପରେ ମଧ୍ୟ ସେ ବେହୋସ୍ ହୋଇନଥିଲେ । କିନ୍ତୁ ତାଙ୍କର ହାତ ଠାରୁ ନେଇ ଗୋଡର ହାଡ଼ ଗୁଡ଼ିକ ଭାଙ୍ଗି ଯାଇଥିଲା । ଅଣ୍ଟା, ହାତ ଗୋଡ ସବୁକିଛି ହାଡ଼ ଭାଙ୍ଗିଯିବା ପରେ ମଧ୍ୟ ସେ ଜୀବିତ ଥିଲେ ।

ସେ ଯନ୍ତ୍ରଣାରେ ଚିତ୍କାର କରି ସାହାଯ୍ୟ ମାଗିଲେ । ସାହାଯ୍ୟ ମଧ୍ୟ ମିଳିଗଲା ଏବଂ ତାଙ୍କୁ ହସ୍ପିଟାଲ୍ ନିଆଗଲା । ସେଠାରେ ଆଇସିୟୁ ରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା । ତାଙ୍କୁ 25 ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ପଡିଲା । ବର୍ତ୍ତମାନ ସେ ଧିରେ ଧିରେ ଭଲ ହେଉଛନ୍ତି । ସେ କହିଛନ୍ତି ଯେ ସେ ପୁଣିଥରେ ସ୍କାଇ ଡ଼ାଇଭିଙ୍ଗ କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.