ଏହି ମହିଳା ଜଣକ ୩୦୯ ଜଣଙ୍କୁ ଗୁଳି କରିଥିଲେ। ଜାଣନ୍ତୁ କିଏ ଏହି ଲେଡି ?

0

Get real time updates directly on you device, subscribe now.

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଏହି ସମୟରେ ୟୁକ୍ରେନ ଭିତରେ ତବାହୀ ମଚି ଗଲାଣି। ଉଭୟ ଦେଶ ମଧ୍ୟରୁ କେହିବି ହାର ମାନିବାକୁ ନାରାଜ। ଏହି ଯୁଦ୍ଧରେ କେତେକ ମହିଳା ମଧ୍ୟ ସାମିଲ ରହିଛନ୍ତି ଓ ସେମାନଙ୍କୁ ନେଇ ଏବେ ଚର୍ଚ୍ଚା। ଏମିତି ଏକ ମହିଳା ଯିଏକି ଏହି ଯୁଦ୍ଧରେ ଲେଡ଼ି ଡେଥ ନାମରେ ପରିଚିତ ତାଙ୍କର ବହୁତ ଜୋରରେ ଚର୍ଚ୍ଚା ହେବାରେ ଲାଗିଛି।

ଏବେଏବେ ମିଡ଼ିଆ ରିପୋର୍ଟସ କଥା ସାମ୍ନାକୁ ଆସୁଛି କି, ୟୁକ୍ରେନ ସେନା ଜଣେ ରୁଷ ମହିଳା ସୈନ୍ୟଙ୍କୁ ଗିରଫ କରିଛନ୍ତି। ଏହି ମହିଳା ସ୍ନାଇପର ଜଣକ 40 ଜଣଙ୍କ ହତ୍ୟା କରିଛନ୍ତି। ଏହି ମହିଳା ସ୍ନାଇପରଙ୍କ ପରିଚୟ ଇରିନା ଷ୍ଟାରିକଭା ନାମରେ ହୋଇଛି। ତାଙ୍କର ଫୋଟ ମଧ୍ୟ ଜାରି କରାଯାଇଛି କୁହାଯାଉଛି ଇରିନା ରୁଷ ତରଫରୁ ଲଢ଼ୁଥିବା ସର୍ବିଆର ଅଟନ୍ତି।

ୟୁକ୍ରେନ କୁ 2014 ରୁ ତାଙ୍କର ତଲାଶ ଥିଲା :-

ମିଡ଼ିଆ ରିପୋର୍ଟସ ଅନୁଯାୟୀ ଇରିନାଙ୍କୁ 2014 ମସିହାରୁ ୟୁକ୍ରେନ ଖୋଜି ଆସୁଛି କାରଣ ପୂର୍ବୀ ୟୁକ୍ରେନରେ ଇରିନା ଅଲଗାଓବାଦୀଙ୍କ ସହିତ ମିଶି କାମ କରୁଥିଲେ। କିନ୍ତୁ ଆଜି ଆମେ ଯେଉଁ ସ୍ନାଇପର ମହିଳାଙ୍କ ବିଷୟରେ କହିବୁ ତାଙ୍କ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ବର୍ତ୍ତମାନ ସୁଦ୍ଧା ରୁଷ ର ଏହି ମହିଳା ସ୍ନାଇପର ଜଣକ 309 ଲୋକଙ୍କୁ ମୃତ୍ୟୁ ମୁଖକୁ ପଠାଇ ଦେଇଛନ୍ତି। ଏହି ମହିଳା ସ୍ନାଇପରଙ୍କ ନାମ ଲ୍ୟୁଡ଼ମିଲା ପାବଲିଚେଙ୍କ ବୋଲି କୁହାଯାଉଛି। ଯିଏକି ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ ଲଢ଼ିଥିଲେ।

ମିଡ଼ିଆ ରିପୋର୍ଟସ ମୁତାବିକ ଏହି ମହିଳା ସ୍ନାଇପରଙ୍କ ସାମ୍ନାରେ ଯେକେହିବି ଆସୁଥିଲା ସେ ବର୍ତ୍ତି ଯାଇ ପାରୁନଥିଲା। କାରଣ ସେ ଜଣେ ସାର୍ପ ସୁଟର ଥିଲେ। କିଭ ଅଞ୍ଚଳରେ ରହୁଥିବା ଏହି ମହିଳାଙ୍କୁ ଲେଡ଼ି ଡେଥ ନାମରେ ଜଣାଯାଏ।

ଏହି ମହିଳା ଜଣକ ସର୍ବାଧିକ ନାଜି ସମର୍ଥକଙ୍କୁ ମାରିଥିଲେ। ସେ 1942 ରେ ଏକ ଆହତ ଯୋଗୁଁ ସ୍ନାଇପିଂ ଛାଡ଼ି ଦେଇଥିଲେ। ସେ 309 ଜଣଙ୍କୁ ମାରି ଦେଇଥିଲେ ଓ ତାଙ୍କୁ ଆଜି ବି ମନେ ରଖାଯାଇଛି।

ଲ୍ୟୁଡ଼ମିଲାଙ୍କ ପରି ରୁଷ ର ଏଲିଜାବେଟା ମିରନୋଭାଙ୍କ କାହାଣୀ ମଧ୍ୟ କିଛି ଏହିପରି ଅଟେ। ଜର୍ମାନୀ 1941 ମସିହାରେ ଯେତେବେଳେ ରୁଷ ଉପରେ ଆକ୍ରମଣ କରିଥିଲା ସେତେବେଳେ ସେ 34 ଲୋକଙ୍କୁ ମାରିଥିଲେ ଓ ସେତେବେଳେ ସେ 17 ବର୍ଷର ଥିଲେ। ହାଇସ୍କୁଲ ପାଠପଢ଼ା ସାରିବା ପରେ ସେ ରେଡ଼ ଆର୍ମିରେ ଜଏନ ହୋଇଥିଲେ। ରୁଷ ଓ ୟୁକ୍ରେନ ଯୁଦ୍ଧ ସମୟରେ ଏବେ ଏହି ମହିଳା ସ୍ନାଇପରଙ୍କ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.