ସଚିନ ତେନ୍ଦୁଲକରଙ୍କ ପାଦ ଛୁଇଁଲେ ଜଣ୍ଟି ରୋଡ୍ସ; ଯେତେ ମନା କଲେ ମଧ୍ୟ ମାନିଲେ ନାହି… ଭାରତ ପ୍ରତି ଏତେ ଭଲ ପାଇବା କାହିଁକି..ଦେଖନ୍ତୁ ଭିଡ଼ିଓ
ପଞ୍ଜାବ କିଙ୍ଗ୍ସ ଦଳର ଫିଲ୍ଡିଂ କୋଚ୍ ଜଣ୍ଟି ରୋଡ୍ସ ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର ତଥା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କର ପାଦକୁ ଛୁଇଁଛନ୍ତି। ଏପ୍ରିଲ ୧୩ ତାରିଖରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ପରେ ଏହି ଦୃଶ୍ୟ ଦେଖିବା ପାଇଁ ମିଳିଥିଲା।
ମ୍ୟାଚ୍ ପରେ ଦୁଇ ଦଳର ଖେଳାଳି ଏବଂ ସହଯୋଗୀ ଷ୍ଟାଫ୍ ପରସ୍ପର ସହିତ ହାତ ମିଳାଇବା ପାଇଁ ପଡ଼ିଆକୁ ଆସିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଦଳର ସ୍କ୍ଵାଡ୍ ସହ ସଚିନ ତେନ୍ଦୁଲକର ମଧ୍ୟ ଥିଲେ। ସେ ପଞ୍ଜାବ କିଙ୍ଗ୍ସ ସ୍କ୍ଵାଡ୍ର ପ୍ରତ୍ୟେକ ସଦସ୍ୟଙ୍କ ସହ ହାତ ମିଳାଉଥିଲେ। ଏହାରି ଭିତରେ ଜଣ୍ଟି ରୋଡ୍ସ ଯେତେବେଳେ ତାଙ୍କ ସାମ୍ନାକୁ ଆସିଥିଲେ, ସେତେବେଳେ ନିଜ ହାତ ତାଙ୍କ ଆଡ଼କୁ ବଢ଼ାଇଥିଲେ। କିନ୍ତୁ ଏହା ପୂର୍ବରୁ ଜଣ୍ଟି ରୋଡ୍ସ ତଳକୁ ନଇଁ ସଚିନଙ୍କର ପାଦ ଛୁଇଁ ଥିଲେ। ସଚିନ ତାଙ୍କୁ ମନା କରିଥିଲେ ମଧ୍ୟ ସେ ମାନିନଥିଲେ। ଏପରି କି, ସଚିନ ପଛକୁ ମଧ୍ୟ ହଟି ଯାଇଥିଲେ, ତଥାପି ରୋଡ୍ସ ତାଙ୍କର ପାଦ ଛୁଇଁଥିଲେ ଏବଂ ନିଜ ହାତକୁ ନେଇ ଛାତିରେ ଲଗାଇଥିଲେ।
i missed this last night why is he like this
pic.twitter.com/AnlnoyZgOp
— m. (@idyyllliic) April 14, 2022
ଜଣ୍ଟି ରୋଡ୍ସ, ସଚିନ ତେନ୍ଦୁଲକରଙ୍କ ପାଦ ଛୁଇଁବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଏହା ପୂର୍ବରୁ ମଧ୍ୟ ପୂର୍ବ ଅଲରାଉଣ୍ଡର ଯୁବରାଜ ସିଂ ଅନେକ ସୁଯୋଗରେ ଏମିତି କରିଛନ୍ତି। ଖାସ୍ କଥା ହେଉଛିକି, ଜଣ୍ଟି ରୋଡ୍ସ ବୟସରେ ସଚିନ ତେନ୍ଦୁଲକରଙ୍କଠାରୁ ବଡ଼। ଜଣ୍ଟି ୫୨ ବର୍ଷର ଥିବା ସମୟରେ ସଚିନ ୪୮ ବର୍ଷର। ଜଣ୍ଟିଙ୍କର ଭାରତ ପ୍ରତି ଗଭୀର ଭଲ ପାଇବା ରହିଛି। ସେ ଆମ ଦେଶର ନାମ ଅନୁସାରେ ନିଜ ଝିଅର ନାମ ‘ଇଣ୍ଡିଆ’ ରଖିଛନ୍ତି।
ଜଣ୍ଟି ୧୯୯୪ ଏପ୍ରିଲ ୧୬ ତାରିଖରେ କେଟ୍ ମାକାର୍ଟିଙ୍କୁ ବିବାହ କରିଥିଲେ। ଯଦିଓ କିଛି ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ। ସେମାନଙ୍କର ଦୁଇ ସନ୍ତାନ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। କେଟ୍ଙ୍କଠାରୁ ଅଲଗା ହେବା ପରେ ଜଣ୍ଟି ୨୦୧୪ ମସିହାରେ ମେଲାନୀ ଓ୍ଵଲ୍ଫଙ୍କୁ ବିବାହ କରିଥିଲେ। ମେଲାନୀ ୨୦୧୫ମସିହାରେ ମୁମ୍ବାଇରେ ଏକ କନ୍ୟାକୁ ଜନ୍ମ ଦେଇଥିଲେ। ସେତେବେଳେ ଦମ୍ପତି ତା’ର ନାମ ଇଣ୍ଡିଆ ଜିନ୍ ରୋଡ୍ସ ରଖିଥିଲେ। ଜଣ୍ଟି କହିଥିଲେକି, ଭାରତର ସମୃଦ୍ଧ ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଦେଖି ଝିଅର ନାମ ଇଣ୍ଡିଆ ରଖିବା ପାଇଁ ତାଙ୍କୁ ପ୍ରେରଣା ମିଳିଛି। ଜଣ୍ଟି ରୋଡ୍ସ ପ୍ରାୟତଃ ଭାରତ ଯାତ୍ରା କରି ଥାନ୍ତି। ତାଙ୍କୁ ଆଧ୍ୟାତ୍ମିକ ସ୍ଥଳ ବୁଲିବା ପାଇଁ ବହୁତ ପସନ୍ଦ କରନ୍ତି।