୪୦୦ ଟଙ୍କାରେ ମିଳୁଛି ପୋର୍ଟେବଲ AC, ଗରମରେ ରଖିବ ଥଣ୍ଡା ଥଣ୍ଡା କୁଲ କୁଲ୍, ଲାଇନ୍ ବିଲ ମଧ୍ୟ ଆସିବ ବହୁତ୍ କମ !

0

Get real time updates directly on you device, subscribe now.

ବର୍ତ୍ତମାନ ଗରମ ଲଗାତାର ଭାବେ ବଢ଼ିବାରେ ଲାଗିଛି । ଆଗାମୀ ସମୟରେ ଆହୁରି ଅଧିକ ଗରମ ବଢ଼ିବାକୁ ଯାଉଛି । ଏପରି ପରିସ୍ଥିତିରେ ଲୋକମାନଙ୍କର ଝାଳ ବାହାରି ବାହାରି ଅବସ୍ଥା ଖରାପ ହୋଇଯାଇଛି । ଫ୍ୟାନ ଚଳାଇଲେ ମଧ୍ୟ ସେଥିରୁ ଗରମ ପବନ ବାହାରୁଛି ।ସେହିପରି ସମସ୍ତେ AC କିଣିବା ମଧ୍ୟ ସମ୍ଭବ ନୁହେଁ । କିଣିଲେ ବି ଲାଇନ୍ ବିଲ ଅଧିକ ଆସିଯାଏ । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାର ବହୁତ୍ ଶସ୍ତା ଏବଂ ନୂତନ ସମାଧାନ କହିବାକୁ ଯାଉଛୁ ।

ଗରମରେ ବହୁତ୍ କାମରେ ଆସିବ Mini Portable AC :-

ବାସ୍ତବରେ ଆଜିକାଲି ମାର୍କେଟରେ Mini Portable AC ବହୁତ ପପୁଲାର ଅଟେ । ଆପଣ ଏହାକୁ ଏସିର ଛୋଟ ରୂପ ମଧ୍ୟ କହିପାରିବେ । ଏହା ଦେଖିବାପାଇଁ ହୁଏତ ଛୋଟ ଅଟେ, କିନ୍ତୁ ଆପଣଙ୍କୁ ଥଣ୍ଡା ବହୁତ୍ ଦେଇଥାଏ । ଏହାର ସବୁଠାରୁ ବିଶେଷ କଥା ହେଉଛି ଯେ ଏହାର ମୂଲ୍ୟ ମଧ୍ୟ ବହୁତ୍ କମ ହୋଇଥାଏ । ଜଣେ ମିଡିଲ କ୍ଲାସ ବ୍ୟକ୍ତି ଏହାକୁ ସହଜରେ କିଣିପାରିବେ । କେବଳ ଏତିକି ନୁହେଁ, ଏହାକୁ ଚଳାଇଲେ ଲାଇନ୍ ବିଲ ମଧ୍ୟ ନ ଆସିବା ପରି ହୋଇଥାଏ । ଅର୍ଥାତ୍ ଲାଇନ୍ ବିଲ ପାଇଁ ମଧ୍ୟ ଚିନ୍ତା ରହିବ ନାହିଁ ।

ଏହି ପୋର୍ଟେବଲ ଡିଭାଇସ ସାଇଜରେ ଏତେ ବଡ ହୋଇନଥାଏ, ଏପରି ପରିସ୍ଥିତିରେ ଏହାକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ବହୁତ୍ ସହଜ ଅଟେ । ଏହାକୁ ଆପଣ ନିଜ ଷ୍ଟଡି ଟେବୁଲ୍ ଉପରେ କିମ୍ବା ବେଡ ପାଖରେ ରଖିପାରିବେ । ଯେଉଁ ଲୋକମାନେ ଦିନସାରା ଗୋଟିଏ ସ୍ଥାନରେ ବସି କାମ କରନ୍ତି, ସେମାନଙ୍କ ପାଇଁ ଏହା ବହୁତ୍ ଭଲ ଜିନିଷ ଅଟେ । ସେହିପରି ରୋଷେଇଘରେ କାମ କରୁଥିବା ମହିଳାମାନଙ୍କ ପାଇଁ ମଧ୍ୟ ଏହା ବହୁତ୍ ଭଲ ଜିନିଷ ଅଟେ ।

ମୂଲ୍ୟ ହେଉଛି ଏତିକି :-

ମିନି ପୋର୍ଟେବଲ ଏସୀକୁ ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ ମଧ୍ୟ କିଣିପାରିବେ । ଏହାର ମୂଲ୍ୟ 400 ଟଙ୍କାରୁ ନେଇ 2000 ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଏହା ଅଲଗା ସେପ ଏବଂ ଡିଜାଇନରେ ଆସିଥାଏ । ଏହା ଦେଖିବାପାଇଁ ମଧ୍ୟ ଆକର୍ଷଣୀୟ, ମଡର୍ନ ଏବଂ କୁଲ ଲାଗିଥାଏ । ଏହାକୁ ଚଳାଇବା ପାଇଁ ଡ୍ରାଇ ଆଇସ କିମ୍ବା ଥଣ୍ଡା ପାଣି ବ୍ୟବହାର କରାଯାଇପାରିବ ।

ଏହି ମିନି ପୋର୍ଟେବଲ ଏସି ଆପଣଙ୍କ ପୁରା ରୁମକୁ ବଡ ଏସି ପରି ଥଣ୍ଡା ତ କରିବ ନାହିଁ, କିନ୍ତୁ ଯଦି ଆପଣ ଏହାକୁ ନିଜ ପାଖରେ ରଖିବେ,ତେବେ ଆପଣଙ୍କୁ ନିଶ୍ଚୟ ଥଣ୍ଡା ଲାଗିବ । ଅର୍ଥାତ୍ ଏହା କୌଣସି ଜଣେ ମଣିଷ ପାଇଁ ପୁରା ଫିଟ୍ ଅଟେ ।

Leave A Reply

Your email address will not be published.