କଲେଜ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନଟି ଟଚ୍‌

0

Get real time updates directly on you device, subscribe now.

ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ନଟି ଟଚ କରୁଥିଲେ। ଆଜି ଏପରି ଏକ ଅଭି-ଯୋଗ ଯାଜପୁର ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟରୁ ଆସିଛି। ଏହାକୁ ନେଇ ଆଜି କଲେଜ କ୍ୟାମ୍ପସ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ଅଧ୍ୟାପକଙ୍କ ବି-ରୋ-ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲା। ପୋ-ଲି-ସ ବୁଝାସୁଝା କରିବା ପରେ ବର୍ତ୍ତମାନ ପରିବେଶ ଶାନ୍ତ ପଡ଼ିଛି।

ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯା-ତନା ଦେଇଥିଲେ। ଏଥିସହିତ ବିଭିନ୍ନ ସମୟରେ ଅଶା-ଳୀନ ବ୍ୟବହାର କରିବା ସହିତ ପାଖକୁ ଡାକି ଅ-ଶ୍ଲୀ-ଳ ସ୍ପର୍ଶ ମଧ୍ୟ କରୁଥିଲେ ବୋଲି ଛାତ୍ରୀ ଜଣକ ଅଭି-ଯୋଗ କରିଛନ୍ତି। ଲୋକ ଲଜ୍ୟା ଭୟରେ ଛାତ୍ରୀ ଜଣକ କାହାରିକୁ କିଛି ମଧ୍ୟ କହିପାରୁନଥିଲେ।

ତେବେ ନିର୍ଯା-ତନାରେ ଅସହ୍ୟ ହେବାରୁ ଆଜି ଛାତ୍ରୀ ଜଣକ ନିଜର ମୁହଁ ଖୋଲିଥିଲେ। ଏ ସମ୍ପର୍କରେ ସେ ତାଙ୍କର ସାଙ୍ଗମାନଙ୍କୁ କହିଥିଲେ। ଏହା ପରେ ସବୁ ପିଲା ସମ୍ପୃକ୍ତ ଅଧ୍ୟାପକଙ୍କ ବି-ରୋ-ଧରେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଯାଇ ଅଭିଯୋଗ କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ପୋ-ଲି-ସ କଲେଜ କ୍ୟାମ୍ପସରେ ପହଞ୍ଚିଥିଲା। ପୋଲିସ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲା। ଏହା ପରେ ଉତ୍ତେଜନା ପରିବେଶ ମଧ୍ୟ ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ କୋର କମିଟି ଜରିଆରେ ଏହାର ତ-ଦ-ନ୍ତ କରାଯିବ ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି। ସେପଟେ ଅଧ୍ୟାପକ ଜଣକ ଏପରି ଅଭି-ଯୋଗକୁ ଅସ୍ୱୀ-କାର କରିଛନ୍ତି।ଛାତ୍ରଛାତ୍ରୀମାନେ ତାଙ୍କ ଉପରେ ରାଗ ରଖି ଏପରି କରୁଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.