ଏହି କିଛିଦିନ ଭିତରେ କୃଷକଙ୍କ ଖାତାକୁ ଆସିବ ଦୁଇ ହଜାର ଟଙ୍କା ! କଣ ପତି ପତ୍ନୀ ଦୁଇଜଣଙ୍କ ଖାତାକୁ ଆସିବ ଟଙ୍କା ?

0

Get real time updates directly on you device, subscribe now.

ସାରା ଦେଶର ମୋଟ କୋଟିଏ କୃଷକ ପିଏମ କିଷାନ ନିଧି ସମ୍ମାନର ରାଶିକୁ ଚାତକ ପରି ଚାହିଁ ରହିଛନ୍ତି। ପିଏମ କିଷାନ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ବର୍ଷ କୃଷକଙ୍କ ଖାତାକୁ ଛଅ ହଜାର ଟଙ୍କା ବାର୍ଷିକ ଦିଆଯାଇଥାଏ। ପ୍ରତ୍ୟକ ଚାରିମାସରେ ଦୁଇ-ଦୁଇ ହଜାର ଟଙ୍କାର ଏହି କିସ୍ତି ସେମାନଙ୍କ ଖାତାକୁ ଆସିଥାଏ

ଏବେ ଏହି ଯୋଜନାର ଆଗାମୀ କିସ୍ତି ଅର୍ଥାତ 11 ତମ କିସ୍ତି ଏହି ମାସର କୌଣସି ତାରିଖରେ ମଧ୍ୟ ଆସିଯିବ। ପିଏମ କିଷାନ ଯୋଜନାରେ ବହୁତ ଜଲଦି ଦୁଇ ହଜାର ଟଙ୍କା ଟ୍ରାନ୍ସଫର କରିବାକୁ ଯାଉଛନ୍ତି। ଏହି ଯୋଜନାର ଦଶମ କିସ୍ତି ଜାନୁଆରୀ ମାସରେ ଜାନୁଆରୀ 2022 ରେ ମିଳିଥିଲା।

କେନ୍ଦ୍ର ସରକାରଙ୍କ ଏହି ଯୋଜନା ପାଇଁ କେତେକ ପ୍ରକାରର ନିୟମ ମଧ୍ୟ ବନାଯାଇଛି। ଲୋକମାନେ ପ୍ରାୟତଃ ଏହା ଜାଣିବାକୁ ଚାହୁଁଛନ୍ତି କି, କଣ ପିଏମ କିଷାନ ଯୋଜନାରେ ପତି ପତ୍ନୀ ଦୁହେଁ ଏକାସହିତ ବାର୍ଷିକ 6 ହଜାର ଟଙ୍କା ଲେଖାଏଁ ସରକାରଙ୍କ ତରଫରୁ ପାଇପାରିବେ କି! ସୂଚନା ଅନୁସାରେ ପରିବାରର କେବଳ ଜଣେ ମାତ୍ର ସଦସ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ। ପତି- ପତ୍ନୀ ଉଭୟ ଏହାର ଫାଇଦା ଉଠାଇ ପାରିବେନାହିଁ।

ଯୋଜନାକୁ ନେଇ ଟ୍ୱିଟ କରିଛନ୍ତି ମୋଦି:-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ଯୋଜନାକୁ ନେଇ ଏବେଏବେ ଟ୍ୱିଟ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ଆମ କୃଷକ ଭାଇ ଭଉଣୀ ମାନଙ୍କ ପାଇଁ ଦେଶ ଗର୍ବ କରୁଛି। କୃଷକ ଭାଇ ମାନେ ଯେତେ ସଶକ୍ତ ହେବେ ନୂଆ ଭାରତ ସେତେ ସମୃଦ୍ଧ ହେବ। ଜଣାଇଦେଉଛୁ ପିଏମ କିଷାନ ନିଧି ଦେଶର ପ୍ରାୟ କୋଟି କୋଟି କୃଷକ ମାନେ ଲାଭ ଉଠାଉଛନ୍ତି। ସୂଚନା ମୁତାବିକ, 11.3 କୋଟି କୃଷକଙ୍କ ଖାତାକୁ 1.82 ଲକ୍ଷ କୋଟି ଟଙ୍କା ସିଧା ପହଞ୍ଚିଛି। ମହାମାରୀ ସମୟରେ 1.30 ଲକ୍ଷ କୋଟି ଟଙ୍କା ପଠାଯାଇଛି।

Leave A Reply

Your email address will not be published.