ଟାଟାର ନୂଆ ଆପ୍ଲିକେସନ TATA NEU , ବର୍ତମାନ ଠାରୁ ଡାଉନଲୋଡ କରି ଗୋଟେ ଆପ୍ଲିକେସନରେ ପାଆନ୍ତୁ ଏହି ସବୁ ସୁବିଧା

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଅନେକ ଥର ଫୋନ କମ୍ପାନୀ ଠାରୁ ଆରମ୍ଭ କରି ମୋବାଇଲ ଆପ କମ୍ପାନୀ ଗୁଡ଼ିକ ଭିନ୍ନ ଭିନ୍ନ ପ୍ରକାରର ଆପ୍ଲିକେସନ ବାହାର କରୁଛନ୍ତି। ଏମିତିକି ଫରେନ ଆପ ବ୍ୟାନ ହେବା ପରେ ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ଭାରତୀୟ ଗ୍ରାହକମାନଙ୍କ ପାଇଁ ମୋବାଇଲ ଆପ ତିଆରି କରୁଛନ୍ତି। ଯେମିତି ଟାଟା କମ୍ପାନୀ ମଧ୍ୟ ନିଜର ଆପ TATA NEU ତିଆରି କରିଛି। ତେବେ ଏହି ଆପକୁ ଯଦି ଆପଣ ଚାହିଁବେ ତେବେ ନିଜର ଫୋନରେ ଆପଣ ଡାଉନଲୋଡ କରିପାରିବେ। କାରଣ ଏଥିରେ ଏମିତି କିଛି ଲାଭଦାୟକ ପ୍ରୋଗ୍ରାମ ରହିଛି। ଯାହା ଆପଣଙ୍କର ଲାଇଫଷ୍ଟାଇଲରେ ଅନେକ କାମ ଦେବ।

ଟାଟା ଗ୍ରୁପର ଏହି ଆପକୁ ଭାରତର ପ୍ରଥମ ସୁପର ଆପ ବୋଲି କୁହାଯାଏ। ଟାଟାର ଏହି NEU ଆପ୍ ଆଣ୍ଡ୍ରଏଡ ଓ ଆଇଓଏସ, ଦୁଇଟି ପ୍ଲାଟଫର୍ମକୁ ବର୍ତ୍ତମାନ ପାଇଁ ଲଞ୍ଚ କରାଯାଇଛି। ଏହି ଆପର ସାଇଜ ୧୦୫ MB। ପୂର୍ବରୁ ଏହି ଆପକୁ କେବଳ ଟାଟା ସମୂହ କର୍ମଚାରୀମାନେ ବ୍ୟବହାର କରି ପାରୁଥିଲେ। କିନ୍ତୁ ଚଳିତ ବର୍ଷ ଅର୍ଥାତ ୨୦୨୨ ମହିହା ଅପ୍ରେଲ ୭ ତାରିଖ ପରେ ବର୍ତ୍ତମାନ ଏହି ସୁପର ଆପକୁ ସାଧାରଣ ଲୋକ ମଧ୍ୟ ଆକ୍ସେସ କରିପାରିବେ ବା ବ୍ୟବହାର କରିପାରିବେ।

ଅନଲାଇନ ସପିଙ୍ଗ କରିବା ପାଇଁ ଏଥିରେ ଆପଣଙ୍କୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ। ଏହି ଆପ ସାହାଯ୍ୟରେ ଆପଣ ଅତି ସହଜରେ ଫ୍ଲାଇଟ ଟିକେଟ ଓ ହୋଟେଲ ଟିକେଟକୁ ବୁକିଙ୍ଗ କରିପାରିବେ। ଏହା ସହ ଏହି ଆପ ସାହାଯ୍ୟରେ ଆପଣ ଘରର କୌଣସି ଜିନିଷ ଠାରୁ ଆରମ୍ଭ କରି ମେଡିସିନ ଓ ଇଲେକ୍ଟ୍ରୋନିକ୍ସ ଏବଂ ଡ୍ରେସ ମଧ୍ୟ ଆପଣ କିଣିପାରିବେ।

ଟାଟା NEU ଆପରେ ପ୍ରତ୍ୟେକ ବ୍ରାଣ୍ଡ, ନିଉକଏନ୍ସ ନାମକ ଏକ କମନ୍ ରିୱାର୍ଡ ସହ ଯୋଡି ହୋଇରହିଛି। ଯେଉଁଥିରେ ଆପଣ କଏନ ଇନକମ କରିପାରିବେ। ଏହା ଗୁଗଲ ପେ ଓ ଫୋନ ପେ ପରି ମଧ୍ୟ ଆପଣମାନଙ୍କୁ ସୁଯୋଗ ଦେବ। ଟାଟା ପେ UPI ଟ୍ରାଞ୍ଜାକ୍ସନ କରିବା ପାଇଁ ଏହି ଆପରେ ମନି ଟ୍ରାଞ୍ଜାକ୍ସନ ମଧ୍ୟ କରିପାରିବେ। ଆପଣ IPL ମ୍ୟାଚକୁ ଏଥିରେ ଦେଖିପାରିବେ।

Leave A Reply

Your email address will not be published.