ବଲିଉଡରୁ ଆସିଲା ଦୁଃଖଦ ଖବର,ଏହି ପ୍ରସିଦ୍ଧ ଅଭିନେତାଙ୍କର ହେଲା ମୃତ୍ୟୁ, ଦୁଇମାସ ପୁର୍ବରୁ ହୋଇଥିଲା ପୁଅର ମୃତ୍ୟୁ |

0

Get real time updates directly on you device, subscribe now.

ଆଜି ସକାଳୁ ସକାଳୁ ଫିଲ୍ମ ଜଗତରୁ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ବଲିଉଡ୍ ଅଭିନେତାଙ୍କ ମୃତ୍ୟୁ ହୋଇଯାଇଛି । ଅନେକ ଫିଲ୍ମରେ ଚମତ୍କାର କରିଥିବା ଆକ୍ଟରଙ୍କ ମୃତ୍ୟୁ କାରଣରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବଲିଉଡ଼ରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଲୋକଙ୍କର ଲମ୍ବା ଧାଡ଼ି ଲମ୍ବିଛି ।

ଯେଉଁ ପ୍ରସିଦ୍ଧ ଅଭିନେତାଙ୍କ ମୃତ୍ୟୁ ହେଇଛି, ତାଙ୍କ ନାଁ ହେଉଛି ଶିବ କୁମାର ସୁବ୍ରମଣ୍ୟମ । ତାଙ୍କର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ବିଷୟରେ ସକାଳେ ହିଁ ଜଣାପଡ଼ିଲା । ଅଭିନେତାଙ୍କ 16 ବର୍ଷୀୟ ପୁଅର ଦୁଇ ମାସ ପୂର୍ବରୁ ହିଁ ମୃତ୍ୟୁ ହୋଇଥିଲା । ଯାହା ପରଠାରୁ ସେ ବହୁତ ଚିନ୍ତାରେ ରହୁଥିଲେ । ତାଙ୍କ ମୃତ୍ୟୁ କାରଣରୁ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ମୃତ୍ୟୁର କାରଣ ଜଣାପଡ଼ିନାହିଁ :-

ବଲିଉଡରେ ନୂତନ ସପ୍ତାହର ଆରମ୍ଭ ହିଁ ଖରାପ ହୋଇଗଲା । ବଡ ଅଭିନେତା ଶିବ କୁମାର ଆମ ଭିତରେ ରହିଲେ ନାହିଁ । ସେ ବିଳମ୍ବିତ ରାତିରେ ଶେଷ ବିଶ୍ୱାସ ତ୍ୟାଗ କଲେ । ତେବେ ତାଙ୍କ ମୃତ୍ୟୁର କାରଣ କଣ୍ ରହିଛି, ଏହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିଲା ନାହିଁ । ବାସ ସେ ନିଜ ପୁଅର ମୃତ୍ୟୁ ପରେ ଚିନ୍ତାରେ ଏବଂ ବିଚଳିତ ଥିବାର ଜଣାପଡୁଥିଲେ । ମୁମ୍ବାଇରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

ଏହି ସୂଚନା ଫିଲ୍ମ ପ୍ରଡ୍ୟୁସର ହଂସଲ ମେହେଟା ଦେଇଛନ୍ତି । ସେ କହିଛନ୍ତି ଯେ ଶିବଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ ହିଁ ହେବ । ଏପ୍ରିଲ 11 ତାରିଖ ସକାଳେ 11 ଟା ସମୟରେ ମୋକ୍ଷାଧାମ ହିନ୍ଦୁ ସ୍ମଶାନଭୂମିରେ ତାଙ୍କୁ ଶେଷ ବିଦାୟ ଦିଆଯିବ । ତାଙ୍କ ମୃତ୍ୟୁ ଖବର ଶୁଣି ବଲିଉଡରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । କିନ୍ତୁ କେହି ବି ତାଙ୍କର ମୃତ୍ୟୁର କାରଣ ଜାଣିପାରିଲେ ନାହିଁ ।

‘ ଟୁ ଷ୍ଟେଟସ’ ରେ ସ୍ମୃତିପୂର୍ଣ୍ଣ ଭୂମିକାରେ କରିଥିଲେ ଅଭିନୟ :-

ଶିବ କେବଳ ଅଭିନେତା ନଥିଲେ ବରଂ ସେ ଜଣେ ଲେଖକ ମଧ୍ୟ ଥିଲେ । ନିଜର ଚମତ୍କାର ଅଭିନୟ ସେ ବହୁତ୍ ଫିଲ୍ମରେ ଦେଖାଇଛନ୍ତି । ସେ ସେ ଷ୍ଟେଟସ ମୂଭିରେ ମଧ୍ୟ ଦେଖାଯାଇଥିଲେ । ସେହିପରି ଗତ ବର୍ଷ ସେ ସାନ୍ୟା ମଲ୍ହୋତ୍ରାଙ୍କ ସହିତ ମିନାକ୍ଷୀ ସୁନ୍ଦରେସ୍ୱର୍ ଫିଲ୍ମରେ ମଧ୍ୟ ଦେଖାଯାଇଥିଲେ । ସେ ପରିନ୍ଦା ଫିଲ୍ମରେ ସ୍କ୍ରିନ୍ ରାଇଟିଙ୍ଗ ପାଇଁ ଫିଲ୍ମ ଫେୟର ପୁରସ୍କାର ଜିତିଥିଲେ । ଶିବ ତିନ ପତ୍ନୀ, ହିଚକି, ପ୍ରହାର ଭଳି ଅନେକ ଫିଲ୍ମରେ କାମ କରିଥିଲେ ।

Leave A Reply

Your email address will not be published.