ଜିଓର ୩୬୫ ଦିନିଆ ଜବରଦସ୍ତ ପ୍ଳାନ୍ ! ପ୍ରତିଦିନ ଅଢେଇ ଜିବି ଡାଟା ସହିତ Disney+ Hotstar ସମ୍ପୂର୍ଣ ମାଗଣା,ଜାଣନ୍ତୁ ସମସ୍ତ ପ୍ଲାନ ବିଷୟରେ

0

Get real time updates directly on you device, subscribe now.

କିଛି ମାସ ପୂର୍ବରୁ, ଟେଲିକମ୍ କମ୍ପାନୀ ଗୁଡିକ ସେମାନଙ୍କର ଯୋଜନା ଗୁଡିକର ମୂଲ୍ୟରେ ବୃଦ୍ଧି କରିଛନ୍ତି। ଏଭଳି ସ୍ଥିତିରେ ଉପଭୋକ୍ତାମାନେ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉପଭୋକ୍ତାମାନଙ୍କୁ ପ୍ରତ୍ୟେକ ମାସରେ ଅତି କମରେ ୨୫୦ ଟଙ୍କା ଲେଖାଏଁ ରିଚାର୍ଜ କରିବାକୁ ପଡିବ। ଯେଉଁଥିରେ ଏହାର ଲାଭ ମଧ୍ୟ ବହୁତ କମ ଅଟେ। ଭାବନ୍ତୁ ଯଦି ପ୍ରତି ମାସରେ ସମାନ ମୂଲ୍ୟରେ ଏକ ବର୍ଷର ରିଚାର୍ଜ ସହ ଦୈନିକ ୨.୫ ଜିବି ଡାଟା ଏବଂ ଡିଜନି + ହଟଷ୍ଟାରର ଏକ ବର୍ଷର ସବସ୍କ୍ରିପସନ ସହ ମିଳେ? ଆମେ ଯେଉଁ ଯୋଜନା ବିଷୟରେ କହିବାକୁ ଯାଉଛୁ ତାହା ଜିଓ ଦ୍ୱାରା ପ୍ରଦାନ କରାଯାଇଛି ଏବଂ ଏହାର ମାସକୁ ୨୪୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ତେବେ ଆସନ୍ତୁ ଏହି ଯୋଜନା ବିଷୟରେ ଜାଣିବା।

ଜିଓର ୨,୯୯୯ ଟଙ୍କା ଯୋଜନା:-

ଜିଓର ୨,୯୯୯ ଟଙ୍କା ଯୋଜନା। ଏହି ଯୋଜନା ଅନୁସାରେ, ଆପଣ ପ୍ରତ୍ୟେକ ଦିନ ୨.୫ ଜିବି ହାଇ ସ୍ପିଡ ଇଣ୍ଟରନେଟ, ଯେକୌଣସି ନେଟୱାର୍କରେ ଅସୀମିତ ଭଏସ କଲିଂ ଏବଂ ପ୍ରତ୍ୟେକ ଦିନ ୧୦୦ଟି SMS ସୁବିଧା ମିଳୁଛି। OTT ଆକ୍ସେସ୍ ବିଷୟରେ କହିବାକୁ ଗଲେ, ଏହି ଯୋଜନା ସମସ୍ତ ଜିଓ ଆପ୍ସରେ ଡିସ୍ନି + ହଟଷ୍ଟାର୍ ମୋବାଇଲ୍ ସବସ୍କ୍ରିପସନ୍ ସହ ଏକ ବର୍ଷ ପାଇଁ ଆସୁଛି। ଏହି ଯୋଜନାର ବୈଧତା ଆପଣଙ୍କୁ ଗୋଟିଏ ବର୍ଷ ପାଇଁ ମିଳୁଛି।

ପ୍ରତ୍ୟେକ ଦିନର ଖର୍ଚ୍ଚ ମାତ୍ର ୮.୩୩ ଟଙ୍କା:-

ଏହି ଯୋଜନାର ମୂଲ୍ୟ ହେଉଛି ୨,୯୯୯ ଟଙ୍କା। ଯଦି ଆପଣ ପ୍ରତ୍ୟେକ ମାସର ମୂଲ୍ୟ କଥା ପଡେ, ତେବେ ଏହା ପ୍ରାୟ ୨୪୯ ଟଙ୍କା ଲେଖାଏଁ ଅଟେ। ଯଦି ୨୪୯ ଟଙ୍କା ୩୦ ଦିନ ମଧ୍ୟରେ ବିଭକ୍ତ କରାଯାଏ, ତେବେ ଏହି ମୂଲ୍ୟ ୮.୩୩ ଟଙ୍କା ହେବ। ଏହା ସହ ୨.୫ ଜିବି ଡାଟା ଏବଂ ଅସୀମିତ କଲିଂ ଆପଣଙ୍କୁ ପ୍ରତ୍ୟେକ ଦିନ ୮.୩୩ ଟଙ୍କାରେ ଦିଆଯାଉଛି। ତେବେ ଜିଓର ଏହି ବର୍ଷକ ଯୋଜନାକୁ ଚୟନ କରି ଆପଣ ବହୁ ଅର୍ଥ ମଧ୍ୟ ସଞ୍ଚୟ କରିପାରିବେ।

Leave A Reply

Your email address will not be published.