ଆପଣଙ୍କର ରାସନ କାର୍ଡ ଏଣିକି ସାରା ଦେଶରେ ଚାଲିବ, ଆପଣ ଯେକୌଣସି ସ୍ଥାନରୁ ରାସନ ନେଇପାରିବେ ! ଜାଣନ୍ତୁ ସମ୍ପୂର୍ଣ ସୂଚନା !

0

Get real time updates directly on you device, subscribe now.

କେନ୍ଦ୍ର ସରକାର ୱାନ୍ ନେସନ ୱାନ୍ ରାସନ କାର୍ଡର ଯୋଜନାକୁ ଆରମ୍ଭ କରିଛନ୍ତି। ଏହି ଯୋଜନା ସେହି ଲୋକମାନଙ୍କୁ ସାହାଯ୍ୟ କରିବ ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ନୂଆ ସ୍ଥାନକୁ ନିଜର ଜୀବିକା ପାଇଁ ସ୍ଥାନାନ୍ତରିତ ହୋଇଥାନ୍ତି। ଏହି ପଦକ୍ଷେପ ରାଜ୍ୟର ରାସନ ସେବାକୁ ଅଧିକ ମାତ୍ରାରେ ସୁଗମ କରିଥାଏ ଓ ରାସନ କାର୍ଡ ଧାରକମାନଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଏକକ ରାସନ କାର୍ଡ ବ୍ୟବହାର କରିବାରେ ସାହାଯ୍ୟ କରେ। ଏହି ସେବା ପାଇଁ ଅଫିସିଆଲ୍ ଆପ୍ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି। ରାସନ କାର୍ଡଧାରୀ ମାନେ PDS ଅର୍ଥାତ Public Distribution System ମାଧ୍ୟମରେ ଖାଦ୍ୟ ଶସ୍ୟ ଓ ଖାଦ୍ୟ ସାମଗ୍ରୀ ପାଇଥାନ୍ତି। କିନ୍ତୁ ଯେତେବେଳେ ଜଣେ ରାସନ କାର୍ଡଧାରୀ ଅନେକ ରାଜ୍ୟକୁ ଭ୍ରମଣ କରନ୍ତି, ସେତେବେଳେ ତାଙ୍କୁ PDS ସୁବିଧା ପାଇବା ପାଇଁ ଅନେକ ସମସ୍ୟାର ସାମ୍ନା ହେବାକୁ ପଡ଼େ। ବର୍ତ୍ତମାନ ‘ମେରା ରାସନ’ ଆପ ମାଧ୍ୟମରେ ଏହି ସମସ୍ୟାର ସମାଧାନହୋଇଯିବ। ଯାହା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ସାରା ଦେଶରେ ରାସନ କାର୍ଡର ସେବା ମିଳିବ।

ରାସନ କାର୍ଡକୁ ଡାଉନଲୋଡ ଓ ବ୍ୟବହାର କରିବା ପାଇଁ ଏହି ଟିପ୍ସକୁ ଅନୁସରଣ କରନ୍ତୁ:-

୧। ପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋରକୁ ଯାଆନ୍ତୁ।

୨। ସର୍ଚ୍ଚ ବଟନ୍ ଉପରେ କ୍ଲିକ୍ କରନ୍ତୁ ଓ ମେରା ରାସନ ଆପ୍ ଟାଇପ୍ କରନ୍ତୁ।

୩। କେନ୍ଦ୍ରୀୟ APDS ଦଳ ଦ୍ୱାରା ଅପଲୋଡ ହୋଇଥିବା ଇନଷ୍ଟାଲ ବଟନ ଉପରେ ଟ୍ୟାପ କରନ୍ତୁ।

୪। ବର୍ତ୍ତମାନ ଆପଣ ଆପକୁ ଖୋଲନ୍ତୁ ଓ ଏଠାରେ ଆପଣଙ୍କୁ କୁହାଯିବଯେ ଏହି ଆପ କିପରି କାମ କରେ ।

ମେରା ରାସନ ଆପର ବୈଶିଷ୍ଟ୍ୟଗୁଡିକ:-

ପଞ୍ଜୀକରଣ:-

ୟୁଜର୍ସ ସବମିଟ ବଟନ ଉପରେ କ୍ଲିକ୍ କରି ନିଜର ରାସନ କାର୍ଡ ନମ୍ବରକୁ ପ୍ରଦାନ କରି ପଞ୍ଜିକରଣ କରିପାରିବେ।

ଯୋଗ୍ୟତା:-

ନିଜର ଯୋଗ୍ୟତା ଜାଣିବା ପାଇଁ ଏଥରେ ଦୁଇଟି ବିକଳ୍ପ ଦିଆଯାଇଛି। ରାସନ କାର୍ଡ ନମ୍ବର କିମ୍ବା ଆଧାର ନମ୍ବର ବିକଳ୍ପ ଭାବରେ ଆପଣ ଚୟନ କରନ୍ତୁ।

ନିକଟତମ ରାସନ ଦୋକାନଗୁଡିକ:-

ଉପଭୋକ୍ତାମାନେ ଫୋନରେ ସେମାନଙ୍କର ଲୋକେଶନ ଇନେବଲ କରି ନିଜ ନିକଟସ୍ଥ ରାସନ ଦୋକାନ ବିଷୟରେ ଜାଣିପାରିବେ।

ONORC:-

ୟୁଜର୍ସ ୱନ୍ ନେସନ୍ ୱନ୍ ରାସନ କାର୍ଡ ସେବା ଥିବା ରାଜ୍ୟଗୁଡ଼ିକୁ ମଧ୍ୟ ଆପଣ ଏଥିରେ ଯାଞ୍ଚ କରିପାରିବେ।

ମୋର କାରବାର:-

ହିତାଧିକାରୀମାନେ ମଧ୍ୟ ରାସନ କାର୍ଡର ନମ୍ବର ପ୍ରବେଶ କରି କାରବାର ବିବରଣୀ ପାଇପାରିବେ।

ଯୋଗ୍ୟତା ମାନଦଣ୍ଡ:-

ଆଧାର ନମ୍ବର କିମ୍ବା ରେସନ କାର୍ଡ ନମ୍ବରକୁ ବ୍ୟବହାର କରି କାର୍ଡଧାରୀମାନଙ୍କର ଯୋଗ୍ୟତାକୁ ମଧ୍ୟ ଯାଞ୍ଚ କରାଯାଇପାରିବ।

ପରାମର୍ଶ ଓ ମତାମତ: ହିତାଧିକାରୀମାନେ ମୋବାଇଲ୍ ନମ୍ବର ଓ କାର୍ଡ ନମ୍ବର ସେୟାର କରି ପ୍ରଦାନ କରାଯାଇଥିବା ସେବା ଉପରେ ରେଟ୍ ଓ ମତାମତ ଦେଇପାରିବେ ।

ଲଗଇନ:-

ଲଗଇନ ସାମ୍ପ୍ରତିକ ସ୍ଥିତିର କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥାଏ। ଏଥିରେ ଆପଣଙ୍କୁ ୟୁଜରନେମ ଓ ପାସୱାର୍ଡ ଦେବାକୁ ପଡିଥାଏ।

FPS ଫିଡବ୍ୟାକ:-

ଫେୟାର ପ୍ରାଇସ୍ ଭାବରେ ଜଣାଶୁଣା ଲାଇସେନ୍ସପ୍ରାପ୍ତ ଦୋକାନକୁ ଏହି ଆପରେ FPS ଫିଡବ୍ୟାକ୍ ମାଧ୍ୟମରେ କମେଣ୍ଟ ସହ ମତାମତ ପ୍ରଦାନ କରିପାରିବେ ।

ଉପଭୋକ୍ତାମାନେ ଏଥିରେ ସମସ୍ତ ପ୍ରକାର ସୁବିଧା ପାଇପାରିବେ। ସେମାନେ ସେମାନଙ୍କର ସାମ୍ପ୍ରତିକ କାରବାର ଓ ଅଧିକାରର ବିବରଣୀକୁ ଯାଞ୍ଚ କରିପାରିବେ। ଏହି ଆପରେ କେବଳ ଇଂରାଜୀ ଏବଂ ହିନ୍ଦୀ ଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ଆହୁରି ୧୦ଟି ଭାଷାକୁ ଯୋଡ଼ି ଦିଆଯାଇଛି।

Leave A Reply

Your email address will not be published.