୯ ଜଣ ସ୍ତ୍ରୀଙ୍କର ଜଣେ ସ୍ବାମୀ, ସମସ୍ତ ପତ୍ନୀଙ୍କ ପିଲାର ବାପା ହେବାକୁ ଚାହାନ୍ତି ସ୍ୱାମୀ ଆର୍ଥର

0

Get real time updates directly on you device, subscribe now.

ଜଣେ ନୁହଁ କି ଦୁଇ ଜଣ ନୁହଁ ଏକାଥରକେ ୯ ଜଣ ପତ୍ନୀଙ୍କର ଜଣେ ମାତ୍ର ସ୍ବାମୀ। ଆପଣ ଏମିତି ସ୍ବାମୀଙ୍କ ବିଷୟରେ କେବେ ଶୁଣିଛନ୍ତିକି? ବାସ୍ତବରେ ଏହି ଘଟଣାଟି ହେଉଛି ବ୍ରାଜିଲର। ଏହିଠାରେ ଆର୍ଥର ନାମକ ଜଣେ ବ୍ୟକ୍ତି ଅଛନ୍ତି। ତାଙ୍କର ସମୁଦାୟ ୯ ଜଣ ପତ୍ନୀ ଅଛନ୍ତି ଓ ସବୁଠାରୁ ମଜାଦାର କଥା ହେଉଛିକି ସେ ତାଙ୍କର ସମସ୍ତ ପତ୍ନୀଙ୍କର ପିଲାର ବାପା ହେବା ପାଇଁ ଚାହାନ୍ତି। ତାଙ୍କ କହିବା କଥା ଅନୁସାରେ, ଯଦି ସେ ଜଣେ କିମ୍ବା ୨ ଜଣ ପତ୍ନୀଙ୍କର ପିଲାର ବାପା ହେଉଛନ୍ତି ତେବେ ତାଙ୍କର ଅନ୍ୟ ପତ୍ନୀମାନେ ଦୁଃଖ ଅନୁଭବ କରିବେ ଓ ସେ କାହାରିକୁ ମଧ୍ୟ ଦୁଃଖୀ ଦେଖିବାକୁ ଚାହାନ୍ତି ନାହିଁ।

ତେବେ ଏହି ୯ ଜଣଙ୍କୁ ସେ ଥର ଥର କରି ନୁହେଁ ବରଂ ଏକାଥରକେ ବିବାହ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ଗତବର୍ଷ ଏକାଥରରେ ଆର୍ଥର ୯ ଜଣ ମହିଳାଙ୍କୁ ବିବାହ କରିଥିଲେ। ତେବେ ଏହି ବର୍ଷେ ମଧ୍ୟରେ ତାଙ୍କର ଜଣେ ପତ୍ନୀ ତାଙ୍କଠାରୁ ଛାଡ଼ପତ୍ର ଚାହିଁଛନ୍ତି ବୋଲି ଆର୍ଥର ନିଜର ମନ୍ତବ୍ୟରେ କହିଛନ୍ତି।

ଆର୍ଥରଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ଲୁଅନା କଜାକି, ଯଦିଓ ସେ ୯ ଜଣ ପତ୍ନୀଙ୍କୁ ଗୋଟିଏ ଦିନରେ ବିବାହ କରିଛନ୍ତି। ସେ ଗତବର୍ଷ ନଭେମ୍ବର ମାସରେ ଏକ ଚର୍ଚରେ ଏକ‌ାଥରକେ ୯ ଜଣଙ୍କୁ ବିବାହ କରିଥିଲେ। ‌ସେ ଏକ ପତ୍ନୀ ଗ୍ରହଣ ନିୟମର ବିରୋଧୀ। ଆର୍ଥରଙ୍କ ଅଗାଧା ନାମ୍ନୀ ଜଣେ ପତ୍ନୀ ଏହି ବହୁ ବିବାହ ରୀତିରେ ବିରକ୍ତ ହୋଇଯିବା ପରେ ସେ ଆର୍ଥରଙ୍କ ନିକଟରୁ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି ବୋଲି ସୂଚନା ରହିଛି।

Leave A Reply

Your email address will not be published.