ବ୍ୟାଟ୍ସମ୍ୟାନ ରୁ ସିଙ୍ଗର ହୋଇଗଲେ ବିରାଟ କୋହଲି, ଗୀତ ଶୁଣି ଲୋକେ କହିଲେ ରିଟାୟାରମେଣ୍ଟ ପରେ ପ୍ରଫେସନାଲ ସିଙ୍ଗର ହୁଅନ୍ତୁ ! ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ବିରାଟ କୋହଲିଙ୍କୁ ଦୁନିଆରେ ଜଣାଶୁଣା କ୍ରିକେଟରଙ୍କ ମଧ୍ୟ ଜଣାଯାଇଥାଏ। ସେ ଜଣେ ଧୁରନ୍ଧର ବ୍ୟାଟ୍ସମ୍ୟାନ ଅଟନ୍ତି ଓ ଆଇପିଏଲ 2022 କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି। ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପଟରୁ ଖେଳୁଛନ୍ତି। ସେ ଏଥର ଅଧିନାୟକ ନାହାନ୍ତି। ଆରସିବି ବର୍ତ୍ତମାନ ସୁଦ୍ଧା ଦୁଇଟି ମ୍ୟାଚ ଖେଳି ସାରିଛି। ଏଥିରୁ ଗୋଟିଏ ଜିତି ଥିବାବେଳେ ଗୋଟିଏ ରେ ପରାଜୟ ବରଣ କରିଛି। ଆଜି ଆମେ ଆପଣଙ୍କୁ ବିରାଟ କି ଆଇପିଏଲ ବିଷୟରେ କହୁନାହୁଁ, ଆଜି ଆମେ ବିରାଟ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ।

ବ୍ୟାଟ୍ସମ୍ୟାନ ରୁ ଗାୟକ ହେଲେ ବିରାଟ:-

କ୍ରିକେଟ କୁ ସାଇଡ଼ ରେ ରଖିଲେ ବିରାଟ ବାକି ଜିନିଷକୁ ନେଇ ଫ୍ୟାନ୍ସ ମାନଙ୍କ ଭିତରେ ଫେଭରାଇଟ ଅଟନ୍ତି। ତାଙ୍କର ଲୁକ ଓ ଷ୍ଟାଇଲ ଚର୍ଚ୍ଚାରେ ରହିଥାଏ। ସେହିପରି ତାଙ୍କ ବ୍ୟକ୍ତିତ୍ୱକୁ ନେଇ ମଧ୍ୟ ବହୁତ ଦିବାନୀ ଅଟନ୍ତି। ଏହି କାରଣ ପାଇଁ ସେ ବ୍ରାଣ୍ଡସ ମାନଙ୍କର ମଧ୍ୟ ପ୍ରଥମ ପସନ୍ଦ ଅଟନ୍ତି। କ୍ରିକେଟ ଓ ମଡେଲିଂକୁ ବାଦ ଦେଲେ ବିରାଟ ଜଣେ ଭଲ ଗାୟକ ଅଟନ୍ତି। ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି।

ଆଇପିଏଲ ମଧ୍ୟରେ ବିରାଟଙ୍କ ଏକ ଗୀତ ଭାଇରାଲ ହେବାରେ ଲାଗିଛି। ସେ ଏହି ଭିଡ଼ିଓରେ ‘ଜୋ ବାଦା କିଆ ନିଭାନା ପଡ଼େଗା’ ଗୀତ ବୋଲୁଛନ୍ତି। ଏହି ସମୟରେ ସେ କ୍ରିକେଟ ବୋର୍ଡ଼ର ଅଫିସିଆଲ ବ୍ଲେଜର ମଧ୍ୟ ପିନ୍ଧିଛନ୍ତି। ବିରାଟଙ୍କ ସହିତ ଷ୍ଟେଜ ରେ ଜଣେ ମହିଳା ମଧ୍ୟ ନଜର ଆସୁଛନ୍ତି।

ଫ୍ୟାନ୍ସଙ୍କୁ ପସନ୍ଦ ଆସିଲେ ସିଙ୍ଗର କୋହଲି:-

ବିରାଟ ଗୀତ ବୋଲୁଥିବା ସମୟରେ ବହୁତ କ୍ୟୁଟ ଓ ସାଧାରଣ ଦେଖାଯାଉଛନ୍ତିମ ଆଗରୁ ଫ୍ୟାନ୍ସ ତାଙ୍କୁ ଏମିତି ଗୀତ ବୋଲିବାରେ ଦେଖିନାହାଁନ୍ତି। ଆଶ୍ଚର୍ଯ୍ୟର କଥା ଏହାକି ଯେ, ବିରାଟ ବହୁତ ତାଳ ଓ ସୁର ସହିତ ଗୀତ ବୋଲୁଛନ୍ତି। ଜଣାଇଦେଉଛୁ କି ଏହି ଗୀତ ବହୁତ ପୁରୁଣା କିନ୍ତୁ ଆଇପିଏଲ ସମୟରେ ବହୁତ ଭାଇରାଲ ହେଉଛି।

ବିରାଟ ଙ୍କ ଗୀତ ଗାଉଥିବା ଭିଡ଼ିଓକୁ ଭାରତର ଜଣାଶୁଣା ବିଜନେସମ୍ୟାନ ହର୍ଷ ଗୋୟଙ୍କା ଏହାକୁ ଟ୍ୱିଟରରେ ପୋଷ୍ଟ କରି ଲେଖିଥିଲେ, ‘ ବିରାଟଙ୍କୁ ଗୀତ ଗାଉଥିବାର ଦେଖି ବହୁତ ଭଲ ଲାଗୁଛି’। ଫ୍ୟାନ୍ସ ଏହାକୁ ଦେଖି ପସନ୍ଦ କରୁଛନ୍ତି ଓ ବିରାଟଙ୍କ ଏହି କଳାକୁ ପ୍ରଶଂସା କରୁଛନ୍ତି।

Leave A Reply

Your email address will not be published.