ମନ୍ଦିରରେ ଦ୍ୱିତୀୟ ବିବାହ କରୁଥିଲା ସ୍ବାମୀ, ମଣ୍ଡପରେ ଚୁପଚାପ୍ ପହଞ୍ଚିଗଲା ପ୍ରଥମ ସ୍ତ୍ରୀ, ଆଉ ତାପରେ ଯାହା ହେଲା…ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଛତିଶଗଡର ଜଣେ ବିବାହିତ ବ୍ୟକ୍ତିଙ୍କ ସହିତ ମଧ୍ୟ ଏମିତି କିଛି ହିଁ ହୋଇଛି । ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବେ ମଧ୍ୟ ଏହି ବ୍ୟକ୍ତି ଦ୍ୱିତୀୟ ସ୍ତ୍ରୀ ଆଣିବାକୁ ପ୍ରସ୍ତୁତ କରୁଥିଲେ । ସେ ଜଣେ ଝିଅକୁ ନିଜ ପ୍ରେମ ଜାଲରେ ମଧ୍ୟ ଫସାଇ ଦେଇଥିଲେ । ସେ ମନ୍ଦିରରେ ସେହି ଯୁବତୀଙ୍କ ସହିତ ବିବାହ କରିବାକୁ ଯାଉଥିଲେ । ତେବେ ଏହାର ଖବର ତାଙ୍କର ପ୍ରଥମ ସ୍ତ୍ରୀକୁ ଜଣାପଡିଗଲା ।

ବିବାହର ଏପରି ମାମଲା ଯାଞ୍ଚଗିର- ଚାମ୍ପା ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ବଲୌଦା ବଜାରରେ ରହୁଥିବା ସୋମ ପ୍ରକାଶ ନାରାୟଣ ଜାୟସବାଲଙ୍କ ବିବାହ ଦାମିନିଙ୍କ ସହିତ ହୋଇଥିଲା । ଦାମିନି ଯାଞ୍ଚଗିରର ବିରା ଜିଲ୍ଲାରେ ରହୁଥିଲେ । ଦୁହିଁଙ୍କ ବିବାହ ମେ 7 ତାରିଖ 2017 ରେ ପୁରା ରୀତିନୀତି ଏବଂ ସମାଜର ସ୍ଵୀକୃତି ସହିତ ହୋଇଥିଲା ।

ଦାମିନି ଅଭିଯୋଗ କରିଛନ୍ତି ଯେ ଶାଶୂଘର ଲୋକେ ତାଙ୍କ ଠାରୁ ବାଇକ୍ ଏବଂ 2 ଲକ୍ଷ ଟଙ୍କା ଯୌତୁକରେ ଦେବାକୁ ଡିମାଣ୍ଡ କରୁଥିଲେ । ଏହାମଧ୍ୟରେ ଦାମିନିଙ୍କ ଆଇଟିଆଇ ପରୀକ୍ଷା ଥିଲା । ଏପରି ପରିସ୍ଥିତିରେ ଜୁଲାଇ 15ତାରିଖ 2017 ମସିହାରେ ତାଙ୍କ ଶ୍ବଶୁର ଦାମିନିଙ୍କୁ ବାପଘରେ ଛାଡି ଆସିଥିଲେ । ଏହାସହିତ ଯୌତୁକ ପାଇଁ ବ୍ୟବସ୍ଥା କରିବାପରେ ଯାଇ ଶାଶୁଘରେ ପାଦ ରଖିବାକୁ କହିଥିଲେ ।

ବର୍ତ୍ତମାନ ବାପଘରେ ରହୁଥିବା ଦାମିନିଙ୍କୁ ନିଜ ସମ୍ପର୍କୀୟଙ୍କ ଠାରୁ ଖବର ମିଳିଲା ଯେ ତାଙ୍କ ସ୍ଵାମୀ ଦ୍ୱିତୀୟ ବିବାହ କରିବାକୁ ଯାଉଛି । ସେ କୌଣସି ବଡ ମଠ ମନ୍ଦିରରେ ଦ୍ୱିତୀୟ ବିବାହ କରିବାର ପ୍ରସ୍ତୁତି କରୁଥିଲା । ବିବାହର କାର୍ଯ୍ୟକ୍ରମ ମଧ୍ୟ ଚୁପଚାପ୍ ଚାଲିଥିଲା, ଯେପରିକି କେହି ଯେପରି ଜାଣିପାରିବେ ନାହିଁ । ଖବର ପାଇବା ମାତ୍ରେ ହିଁ ଦାମିନି ନିଜ ପରିବାର ସହିତ ସିଧା ମନ୍ଦିରରେ ପହଞ୍ଚି ଗଲେ ।

ସେଠାରେ ସେ ଯାହା ଶୁଣିଥିଲେ ତାହା ହିଁ ଦେଖିବାକୁ ପାଇଲେ । ତାଙ୍କ ସ୍ଵାମୀ ଦ୍ୱିତୀୟ ବିବାହ କରୁଥିଲା । ଏହା ଉପରେ ବାପଘର ଲୋକଙ୍କ ସହିତ ମିଶି ଦାମିନି ହଙ୍ଗାମା ସୃଷ୍ଟି କରିଦେଲେ । ହଙ୍ଗାମା ବଢିବାରୁ ପୋଲିସ ମଧ୍ୟ ତୁରନ୍ତ ଆସି ସେଠାରେ ପହଞ୍ଚିଲା । ଏହାପରେ ଉଭୟ ପକ୍ଷକୁ ଥାନାକୁ ଡକାଗଲା । ସେଠାରେ ଦୁଇ ପକ୍ଷ ତରଫରୁ ଅଭିଯୋଗ କରାଗଲା । ପୋଲିସ ବର୍ତ୍ତମାନ ମାମଲାକୁ ଯାଞ୍ଚ୍ କରିବାରେ ଲାଗିପଡ଼ିଛି ।

Leave A Reply

Your email address will not be published.