KKR Vs PBKS: ରସେଲଙ୍କ ତୁଫାନରେ ଉଡ଼ିଗଲା ପଞ୍ଜାବ, 6 ଉଇକେଟରେ ମ୍ୟାଚକୁ ଜିତିନେଲା କୋଲକାତା

0

Get real time updates directly on you device, subscribe now.

ବେଙ୍ଗାଲୁରୁ ବିପକ୍ଷରେ ହାରିବାପରେ ପୁଣିଥରେ କେକେଆର ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ପଞ୍ଜାବ ବିପକ୍ଷରେ 6 ଉଇକେଟରେ ବିଜୟ ହାସଲ କରିଥିବା କୋଲକାତା ତରଫରୁ ଆଣ୍ଡ୍ରେ ରସେଲ ଓ ଉମେଶ ଯାଦବ ହିରୋ ସାବ୍ୟସ୍ତ ହୋଇଛନ୍ତି। ଆଣ୍ଡ୍ରେ ରସେଲଙ୍କ ଖରାପ ବୋଲିଂ ଦ୍ୱାରା ଆରସିବି ବିପକ୍ଷରେ କୋଲକାତା ମ୍ୟାଚ ହାରିଥିଲା। ରସେଲ 70 ରନର ପାଳି ଖେଳି ଦଳକୁ ତୃତୀୟ ମ୍ୟାଚରେ ବିଜୟୀ କରାଇଥିଲେ। ସେ 27 ବଲ ରେ ନିଜର ହାଫ ସେଞ୍ଚୁରୀ ପୂରଣ କରିଥିଲେ।

ପଞ୍ଜାବର ଖରାପ ଷ୍ଟାର୍ଟିଂ:-

ପଞ୍ଜାବର ଆରମ୍ଭ ଖରାପ ଥିଲା। ମ୍ୟାଚରେ ଉମେଶ ଯାଦବଙ୍କ ପ୍ରଥମ ଓଭରର ଶେଷ ବଲ ରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ଉଇକେଟ ଯିବାପରେ ଦଳକୁ ପାୱାର ପ୍ଲେ ରେ ଝଟକା ଲାଗିଥିଲା। ପ୍ରଥମ ଉଇକେଟ ପରେ ଭାନୁକା ରାଜପକ୍ଷେ ଓ ଶିଖର ଧାୱନ ମ୍ୟାଚ ଗଡ଼ାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଭାନୁକାଙ୍କ ଆକ୍ରମକତା ତାଙ୍କୁ ମାତ୍ର 9 ଟି ବଲ ହିଁ ଖେଳିବାର ସକ୍ଷମ କରିଥିଲା।

ଭାନୁକା ଦେଖାଇଥିଲେ ତାକତ:-

ଶ୍ରୀଲଙ୍କାର ଏହି ଉଇକେଟ କିପର ବ୍ୟାଟ୍ସମ୍ୟାନ ମାତ୍ର 9ଟି ବଲରୁ 3 ଚୌକା ଓ 3 ଛକା ସହିତ 31 ରନ କରିଥିଲେ ଓ 4 ଓଭରରେ ସେ ମଧ୍ୟ ନିଜର ଉଇକେଟ ହରାଇ ବସିଲେ। ଏହି ଉଇକେଟ ପରେ ପଞ୍ଜାବ ଆଉ ପାର୍ଟନରସିପ ବନାଇ ପାରିନଥିଲା, ଦଳ ଗୋଟିକ ପରେ ଗୋଟିଏ ଉଇକେଟ ହରାଇ ବସିଲେ। କୋଲକାତା ତରଫରୁ ଉମେଶ ଯାଦବ 4 ଓଭର ବୋଲିଂ କରି 1 ଓଭର ମେଡେନ ସହିତ 23 ରନ ଦେଇ 4ଟି ଉଇକେଟ ନେଇଥିଲେ। ପଞ୍ଜାବ ପାଇଁ ଫେରିଥିବା କାଗିସ ରବାଡ଼ା ନିଜ ବ୍ୟାଟରୁ 4 ଚୌକା 1 ଛକା ସହିତ 25 ରନ ବନାଇ ଦଳକୁ ଏକ ସମ୍ମାନଜନକ ସ୍କୋର 137 ରେ ପହଞ୍ଚାଇ ଥିଲେ।

ରବାଡ଼ା ଙ୍କ ଭଲ ପ୍ରାରମ୍ଭ:-

ବ୍ୟାଟିଂରେ କମାଲ କରିବାପରେ ରବାଡ଼ା ବୋଲିଂରେ ମଧ୍ୟ ନିଜ ପ୍ରଥମ ଓଭରରେ ଆଜିଙ୍କ୍ୟ ରାହାଣେଙ୍କୁ ଓଡିଏନ ସ୍ମିଥଙ୍କ ହାତରେ ଆଉଟ କରିଥିଲେ। ଅନ୍ୟ ପଟେ ରାହୁଲ ଚହର ନିଜ ଓଭରରେ ଦୁଇଟି ଉଇକେଟ ନେଇ କେକେଆର କୁ ବ୍ୟାକ ଫୁଟକୁ ଠେଲି ଦେଇଥିଲେ। ରାହୁଲ ନିଜ ଓଭରରେ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର 26 ଓ ନୀତିଶ ରାଣାଙ୍କୁ ଶୂନ୍ୟରେ ଆଉଟ କରିଥିଲେ। ଏସମୟରେ 7 ଓଭର ଖେଳ ସୁଦ୍ଧା ଦଳର ସ୍କୋର 51/4 ରହିଥିଲା।

ରସେଲଙ୍କ ତୁଫାନୀ ବ୍ୟାଟିଂ :-

କୋଲକାତାର 4ଟି ଉଇକେଟ ପଡ଼ିବା ପରେ ମଧ୍ୟ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ତୁଫାନୀ ବ୍ୟାଟିଂ କରିଥିଲେ। ସେ ନିଜ ଦେଶର ଖେଳାଳି ଓଡିଏନ ସ୍ମିଥଙ୍କ ଓଭରରୁ 3 ଛକା ଓ ଗୋଟିଏ ଚୌକା ମାରି ସମ୍ପୂର୍ଣ୍ଣ ମ୍ୟାଚ କୋଲକାତା ଆଡ଼କୁ ମୋଡି ଦେଇଥିଲେ। ଓଡ଼ିନ ଏହି ଓଭରରେ 30 ରନ ବ୍ୟୟ କରିଥିଲେ ଓ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ରସେଲ 31 ବଲରୁ 70 ରନର ନଟ ଆଉଟ ପାଳି ଖେଳିଲେ।

ଆଣ୍ଡ୍ରେ ରସେଲଙ୍କ ପାଳି ଦେଖିବାପରେ କୋଲକାତାର କୋ ଓନର ଶାହରୁଖ ଖାନ ଖୁସି ନଜର ଆସିଲେ ଓ ସେ ମ୍ୟାଚ ଶେଷ ହେବାପରେ ଟ୍ୱିଟ କରି ଆଣ୍ଡ୍ରେ ରସେଲ ଓ ଉମେଶ ଯାଦବଙ୍କୁ ବଧାଇ ଜଣାଇଥିଲେ।

ଆଣ୍ଡ୍ରେ ରସେଲ ଏହି ମ୍ୟାଚରେ ନିଜ ପାଳିରେ 2 ଟି ଚୌକା ଓ 8 ଟି ଛକା ମାରିଥିଲେ। ଦଳକୁ ସେ 2ଟି ଛକା ମାରି ବିଜୟୀ କରାଇଥିଲେ। ସେ ସାମ ବିଲିଙ୍ଗସଙ୍କ ସହିତ 90 ରନର ପାର୍ଟନରସିପ କରିଥିଲେ

କୋଲକାତା ନିଜର ଆଗାମୀ ମ୍ୟାଚ ଏପ୍ରିଲ 6 ତାରିଖରେ ମୁମ୍ବାଇ ବିପକ୍ଷରେ ପୁନେ ଠାରେ ଖେଳିବ ଓ ପଞ୍ଜାବ ନିଜର ଆଗାମୀ ମ୍ୟାଚ ରବିବାର ଦିନ ଚେନ୍ନାଇ ବିପକ୍ଷରେ ମୁମ୍ବାଇରେ ଖେଳିବ।

Leave A Reply

Your email address will not be published.