ଶ୍ରୀଲଙ୍କାରେ ଭୟଙ୍କର ପରିସ୍ଥିତି : ଚାଉଳ କିଲୋକୁ ୫୦୦ ଟଙ୍କା, ଏଲପିଜି ସିଲିଣ୍ଡରର ମୂଲ୍ୟ ୪,୧୧୯ ଟଙ୍କା

0

Get real time updates directly on you device, subscribe now.

ବର୍ତ୍ତମାନ ଶ୍ରୀଲଙ୍କାରେ ଭୟଙ୍କର ସ୍ଥିତି ଉପୁଜିଲାଣି। ଖାଇବାକୁ ଖାଦ୍ୟ ନାହିଁ କି ପିଇବା ପାଇଁ ପାଣି ନାହିଁ। ଚାଉଳ, ଡ‌ାଲିର ଘୋର ସହିତ ସହିତ ଡିଜେଲର ଟାଙ୍କି ବନ୍ଦ ହୋଇସାରିଲାଣି। ବର୍ତ୍ତମାନ ପେଟ୍ରୋଲ ପାଇଁ ଲମ୍ବା ଧାଡ଼ି ଲାଗୁଛି। ରନ୍ଧନ ପାଇଁ ଗ୍ୟାସ ନାହିଁ ଓ କିରୋସିନ ମିଳୁନଥିବା ସମୟରେ ଦିନକୁ ୧୦ ଘଣ୍ଟା ବିଜୁଳି କାଟ ମଧ୍ୟ ହେଉଛି। ଶିଳ୍ପ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଥିବା ସମୟରେ ଲୋକମାନେ ଚାକିରି ହରାଇ ବର୍ତ୍ତମାନ ବେକାର ହୋଇପଡ଼ିଛନ୍ତି। ଏହି କାରଣରୁ ଲୋକ ବର୍ତ୍ତମାନ ଦେଶ ଛାଡ଼ିବା ଆରମ୍ଭ କରିଦେଇଛନ୍ତି।

ପରିସ୍ଥିତି ବର୍ତ୍ତମାନ ଏତେ ଖରାପ ହୋଇଯାଇଛିକି ଚିନିର ମୂଲ୍ୟ ୨୯୦ଟଙ୍କା ଏବଂ ଚାଉଳ କିଲୋ ୫୦୦ଟଙ୍କାକୁ ବୃଦ୍ଧି ହୋଇଯାଇଛି। ସରକାରୀ ତଥ୍ୟ ଅନୁସାରେ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତିର ହାର ୧୭ ପ୍ରତିଶତ ଅତିକ୍ରମ କରିସାରିଛି। ସମଗ୍ର ଦକ୍ଷିଣ ଏସିଆର ଯେକୌଣସି ଦେଶରେ ମୁଦ୍ରାସ୍ଫୀତି ସ୍ତରର ଏହା ସବୁଠାରୁ ଖରାପ ସ୍ତର। ଏହି କାରଣରୁ, ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ସାମ୍ନାରେ ସବୁଠାରୁ ଗୁରୁତର ସଙ୍କଟ ବର୍ତ୍ତମାନ ଦେଖାଦେଇଛି। ବର୍ତ୍ତମାନ ଏହି ଛୋଟ ଦେଶର ଅବସ୍ଥା ଏପରି ହୋଇଛିଯେ ଲୋକମାନଙ୍କୁ ୧ କପ ଚା’ ପାଇଁ ୧୦୦ଟଙ୍କା ଦେବା ପାଇଁ ପଡୁଛି। କେବଳ ଏତିକି ନୁହେଁ, ରୁଟି ଏବଂ କ୍ଷୀର ଭଳି ଜରୁରୀ ଜିନିଷର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଯାଇଛି।

ଖବର ଅନୁସାରେ, ବର୍ତ୍ତମାନ ଶ୍ରୀଲଙ୍କାର ଏକ ପ୍ୟାକେଟ ପାଉରୁଟିର ମୂଲ୍ୟ ୧୫୦ଟଙ୍କାକୁ ବୃଦ୍ଧି ହୋଇଯାଇଛି। ଅମୁଲ କିଲୋକୁ ୧୯୭୫ ଟଙ୍କା ହୋଇଥିବା ସମୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୪,୧୧୯ ଟଙ୍କାରେ ହୋଇଯାଇଛି। ସେହିଭଳି ପେଟ୍ରୋଲ ଲିଟରକୁ ୨୫୪ଟଙ୍କା ଏବଂ ଡିଜେଲର ଲିଟରକୁ ୧୭୬ଟଙ୍କାରେ ବିକ୍ରି ହେଉଅଛି।

କୁହାଯାଉଛିକି, ସରକାରଙ୍କର ଟିକସ କାଟ ନୀତି ପାଇଁ ଶ୍ରୀଲଙ୍କାର ଅର୍ଥନୈତିକ ପରିସ୍ଥିତି ସଙ୍କଟ ଭିତରକୁ ଠେଲି ହୋଇଯାଇଥିଲା। ଏହା ସହିତ କୋଭିଡ ସଂକ୍ରମଣ ଏବଂ ଲକଡାଉନ ପରି ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ବର୍ତ୍ତମାନ ଅର୍ଥନୀତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ରାଜସ୍ବର ମୁଖ୍ୟ ସୂତ୍ର କୁହାଯାଉଥିବା ପର୍ଯ୍ୟଟନ ଶିଳ୍ପଗୁଡ଼ିକ ବର୍ତ୍ତମାନ ଭୁଶୁଡ଼ି ପଡ଼ିଛି। ବିଦେଶୀ ମୁୁଦ୍ରା ଭଣ୍ଡାର ଖାଲି ପଡ଼ିଥିବା କାରଣରୁ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଆମଦାନୀ ଭଲ ଭାବରେ ହୋଇପାରୁ ନାହିଁ। ଅତ୍ୟ‌ାବଶ୍ୟକ ସାମଗ୍ରୀର ବର୍ତ୍ତମାନ ଘୋର ଅଭାବ ଦେଖାଯାଇଛି। ଯାହାବି କିଛି ମିଳୁଛି, ତାହାର ଦାମ ମଧ୍ୟ ଆକାଶଛୁଅ‌ାଁ ହୋଇଯାଇଛି।

Leave A Reply

Your email address will not be published.