ପରୀକ୍ଷାରେ ଗଛର ବିପରୀତ ଶବ୍ଦ କଣ ଆସିଛି ?

0

Get real time updates directly on you device, subscribe now.

ଗଛର ବିପରୀତ ଶବ୍ଦ କଣ ଅଟେ? ଏମିତି ଏକ ପ୍ରଶ୍ନ ଶୁଣି ନିଶ୍ଚିତ ଆପଣଙ୍କ ଅକଲ ଗୁଡ଼ୁମ ହୋଇପାରେ। କିନ୍ତୁ ସ୍କୁଲ ପିଲାଙ୍କୁ ଏଭଳି ଏକ ଜଟିଳ ପ୍ରଶ୍ନକୁ ସାମ୍ନା କରିବା ପାଇଁ ପଡ଼ିଛି। କଥାଟି ଏକଦମ ସତ ଅଟେ। ଅତି ଅଦ୍ଭୁତ ଏବଂ ଉଦ୍ଭଟ ଲାଗୁଥିବା ଏହି ପ୍ରଶ୍ନ ଉତ୍ତରପ୍ରଦେଶର ପିଲାମାନଙ୍କ ପରୀକ୍ଷାରେ ପଡ଼ିଛି। ପିଲାଙ୍କର ବାର୍ଷିକ ପରୀକ୍ଷାରେ ଏହି ପ୍ରଶ୍ନକୁ ନେଇ ସବୁଆଡେ ଚର୍ଚ୍ଚା।

ପ୍ରୟାଗରାଜରେ ଏକ ପଞ୍ଚମ ଶ୍ରେଣୀ ବାର୍ଷକ ପରୀକ୍ଷାରେ ଗଛର ହିନ୍ଦୀ ଶବ୍ଦ ‘ପେଡ’ର ବିପରୀତ ଶବ୍ଦ ଲେଖିବାକୁ ପ୍ରଶ୍ନ ଆସିଛି। ସେହିପରି ଭାଦୋହି ଜିଲ୍ଲାର ସପ୍ତମ ଶ୍ରେଣୀ ପାଇଁ ‘୬୦’ଟି ବିପରୀତ ଶବ୍ଦ ଲେଖିବା ପାଇଁ କୁହାଯାଛି। ଛୋଟ ପିଲାମାନଙ୍କ ପାଇଁ ପରୀକ୍ଷାରେ ଏମିତି ଅଦ୍ଭୁତ ପ୍ରଶ୍ନ ପତ୍ରକୁ ନେଇ ବର୍ତ୍ତମାନ ବିବାଦ ଉଠିଛି। ଶିକ୍ଷା ବିଭାଗର ମନମୁଖୀ ଏବଂ ଖାମଖିଆଲିକୁ ନେଇ ଅଭିଭାବକ ଏବଂ ବିରୋଧୀ ବର୍ତ୍ତମାନ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ ପ୍ରାଥମିକ ପିଲାମାନଙ୍କ ପାଇଁ ପରୀକ୍ଷାରେ ଏମିତି ଅନେକ ତ୍ରୁଟି ବର୍ତ୍ତମାନ ସାମ୍ନାକୁ ଆସିଛି।

ସବୁଆଡ଼ୁ ସମାଲୋଚନାର ଶିକାର ହେବା ପରେ ଏହି ପ୍ରସଙ୍ଗରେ ସଫେଇ ଦେଇଛନ୍ତି ଉତ୍ତରପ୍ରଦେଶ ଗଣଶିକ୍ଷା ନିର୍ଦ୍ଦେଶକ ଅନାମିକା ସିଂହ। ସେ କହିଛନ୍ତିଯେ, କୋଭିଡ ଏବଂ ନିର୍ବାଚନ ସତ୍ତ୍ୱେ ୨ ବର୍ଷ ପରେ ଆମେ ବିଦ୍ୟାଳୟରେ ବାର୍ଷିକ ପରୀକ୍ଷା ପରିଚାଳନା କରିପାରିଛୁ। ତେବେ ବର୍ତ୍ତମାନ ପ୍ରଶ୍ନପତ୍ରରେ ବିଭ୍ରାଟକୁ ନେଇ ମୁଁ ୟୁପିବିଇସିକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି। ଉତ୍ତରପ୍ରଦେଶରେ ୧.୩ ଲକ୍ଷ ସରକାରୀ ପ୍ରାଇମେରୀ ସ୍କୁଲରେ ବର୍ତ୍ତମାନ ପର୍ଯ୍ୟନ୍ତ ୧.୬ କୋଟି ପିଲା ଅଧ୍ୟୟନ କରୁଛନ୍ତି। ତେବେ ଏହାଏକ ମୁଦ୍ରଣଜନିତ ତ୍ରୁଟି ବୋଲି ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଛି।

Leave A Reply

Your email address will not be published.