10.75 କୋଟିରେ କିଣାଯାଇଥିବା ଏହି ଖେଳାଳିର ଘଟିଆ ପ୍ରଦର୍ଶନ, ସ୍ୱପ୍ନରେ ବି କେହି ଭାବି ପାରିବନାହିଁ

0

Get real time updates directly on you device, subscribe now.

ଆଇପିଏଲ 2022 ରେ 10.75 କୋଟି ଟଙ୍କାରେ କିଣା ଯାଇଥିବା ଜଣେ ଖେଳାଳି ବହୁତ ଘଟିଆ ପ୍ରଦର୍ଶନ କରିଛନ୍ତି ଓ ଯାହାକି ସ୍ୱପ୍ନରେ ବି କଳ୍ପନା କରାଯାଇ ପାରିବନାହିଁ। ମଙ୍ଗଳବାର ଦିନ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲସ ମ୍ୟାଚରେ ହାଇଦ୍ରାବାଦର ଉଇକେଟ କିପର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ ବହୁତ ଖରାପ ପ୍ରଦର୍ଶନ କରିଛନ୍ତି।

10.75 କୋଟିରେ କିଣାଯାଇଥିଲେ:-

ସନରାଇଜର୍ସ ହାଇଦ୍ରାବାଦର ଏହି ବ୍ୟାଟ୍ସମ୍ୟାନ ମଙ୍ଗଳବାର ଦିନର ମ୍ୟାଚରେ ରାଜସ୍ଥାନ ବୋଲର ଟ୍ରେଣ୍ଟ ବୋଲଟଙ୍କ ଏକ ଶାନଦାର ବଲ ରେ ଏଲବିଡ଼ବ୍ଲ୍ୟୁ ଆଉଟ ହୋଇଥିଲେ। ଯାହାଦ୍ୱାରା ତାଙ୍କ ନାମରେ ଏକ ରେକର୍ଡ଼ ମଧ୍ୟ ସୃଷ୍ଟି ହୋଇଛି। ଏହି ରେକର୍ଡ଼ ହେଲା ନିକୋଲାସ ପୂରନ ଆଇପିଏଲ 2020 ରୁ ଆଜି ପର୍ଯ୍ୟନ୍ତ ମୋଟ 6 ଥର ଶୂନ ରନରେ ଆଉଟ ହୋଇଛନ୍ତି ଯାହାକି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ନାମରେ ଏହି ଘଟିଆ ରେକର୍ଡ଼ ନାହିଁ।

କେହି ସ୍ୱପ୍ନରେ ବି ଏହାକୁ କଳ୍ପନା କରିବେନାହିଁ:-

ନିତିଶ ରାଣା ଓ ସୁନୀଲ ନାରିନ ଏହି ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦୁଇଜଣ ଆଇପିଏଲରେ 2020 ରୁ ଏପର୍ଯ୍ୟନ୍ତ 5-5 ଥର ଶୂନରେ ଆଉଟ ହୋଇଛନ୍ତି। ପୂରନଙ୍କୁ ସନରାଇଜର୍ସ ହାଇଦ୍ରାବାଦ 10.75 କୋଟି ଟଙ୍କାରେ କିଣିଥିଲେ। ତାଙ୍କର ବେସ ପ୍ରାଇସ 1.5 କୋଟି ଥିଲା ଓ ଅକ୍ସନରେ ତାଙ୍କୁ କିଣିବାକୁ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡ଼ର୍ସ ଇଛା ପ୍ରକାଶ କରିଥିଲେ। ତାଙ୍କୁ ଅକ୍ସନରେ ଏତେ ଟଙ୍କା ମିଳିବା କାରଣରୁ ସମସ୍ତେ ଚକିତ ଥିଲେ। ଏହାବ୍ୟତୀତ ଆଇପିଏଲରେ 7 ଥର ହାଇଦ୍ରାବାଦକୁ 200 ରୁ ଅଧିକ ରନର ଲକ୍ଷ୍ୟ ମିଳିଛି କିନ୍ତୁ ଦଳ ଏହାକୁ ଟାର୍ଗେଟ କରି ପାରିନାହିଁ। ଗତବର୍ଷ ପୂରନ ପଞ୍ଜାବ ତରଫରୁ 12 ଟି ମୁକାବିଲାରେ 7.72 ଆଭରେଜରେ ମାତ୍ର 85 ରନ କରିଥିଲେ।

ବ୍ୟାଟିଂରେ ଫ୍ଲପ:-

ଆଇପିଏଲ 2020 ରେ ପୂରନ 14ଟି ମ୍ୟାଚରୁ 353 ରନ କରିଥିଲେ ଓ ତାଙ୍କ ବ୍ୟାଟରୁ ଏକ ଅର୍ଧ ଶତକ ମଧ୍ୟ ବାହାରିଥିଲା। ଏହି ମ୍ୟାଚରେ ରାଜସ୍ଥାନ, ହାଇଦ୍ରାବାଦକୁ 61 ରନରେ ହରାଇ ଦେଇଛି। ମ୍ୟାଚରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ 27 ବଲରୁ 55 ରନ କରିଥିଲେ ଓ ଏହି ପାଳିରେ 3ଟି ଚୌକା ଓ 5ଟି ଛକା ମଧ୍ୟ ସାମିଲ ଥିଲା। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଆୱାର୍ଡ଼ ଦିଆଯାଇଥିଲା।

Leave A Reply

Your email address will not be published.