ଗୁଣି ଗାରେଡ଼ି ହିଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଗାଦି ବଞ୍ଚାଇବ ! ଏମିତି କାମ କରୁଛନ୍ତି ପତ୍ନୀ !

0

Get real time updates directly on you device, subscribe now.

ବର୍ତ୍ତମାନ ପାକିସ୍ତାନରେ ରାଜନୈତିକ ଭୂକମ୍ପ ଦେଖାଦେଇଛି, କାରଣ ଏଥିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚେୟାର ବର୍ତ୍ତମାନ ବିପଦରେ ଅଛି। ପାକିସ୍ତାନର ସଂସଦରେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ଏପ୍ରିଲ ୩ ତାରିଖରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟ ଗ୍ରହଣ ହେବ। ଏଭଳି ସ୍ଥିତିରେ ଇମ୍ରାନଙ୍କର ତୃତୀୟ ପତ୍ନୀ ବୁଶ୍ରା ବିବି ଇମ୍ରାନଙ୍କ ଚେୟାରକୁ ବଞ୍ଚାଇବା ପାଇଁ ଗୁଣି ଗାରେଡିକୁ ବ୍ୟବହାର କରୁଛନ୍ତି। ବୁଶ୍ରାଙ୍କ ବିରୋଧରେ ଅଭିଯୋଗ ରହିଛିକି ସେ ବର୍ତ୍ତମାନ ଜିଅନ୍ତା କୁକୁଡ଼ାକୁ ଜାଳୁଛନ୍ତି।

ବିରୋଧୀଦଳର ନେତା ଶାହବାଜ ସରିଫ ଦାବି କରିଛନ୍ତିକି ବୁଶ୍ରା ବିବି ଗୁଣି ଗାରେଡି ଜାଣିଛନ୍ତି। ସେ ଇମ୍ରାନ ଖାନଙ୍କର ଚେୟାରକୁ ଗୁଣି ଗାରେଡି ଦ୍ୱାରା ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। ଇମ୍ରାନ ଖାନଙ୍କ ଘରେ ଟନ ଟନ ମାଂସ ପୋଡି ଦିଆଯାଉଛି ବୋଲି ଏକ ଅଭିଯୋଗ ହୋଇଛି। ଯେଉଁଥିରେ ଜିଅନ୍ତା କୁକୁଡ଼ାମାନଙ୍କୁ ମଧ୍ୟ ପୋଡ଼ି ଦିଆଯାଉଛି।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବା ପାଇଁ ପାକିସ୍ତାନରେ ବିରୋଧୀ ଦଳ ବର୍ତ୍ତମାନ ଏକଜୁଟ ହୋଇ ସାରିଛନ୍ତି। ଇମ୍ରାନଙ୍କୁ ବାହାର କରିବା ପାଇଁ ଏହି ଗଣିତ ବହୁତ ସରଳ ଅଟେ। ପ୍ରଧାନମନ୍ତ୍ରୀ ଖାନଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ମାନଙ୍କୁ ୧୭୨ ସାଂସଦ ଦରକାର। ଜମ୍ହରି ୱତନ ପାର୍ଟିର ଶାହାଜାଇନ୍ ବଗି ରବିବାର ଦିନ ଶାସକ ଦଳରୁ ବାହାରକୁ ଯିବା ପାଇଁ ନିଷ୍ପତ୍ତି ନେବା ପରେ ସଂସଦର ୩୪୨ ସଦସ୍ୟ ବିଶିଷ୍ଟ ନିମ୍ନ ଗୃହରେ ଶାସକ ଦଳର ଶକ୍ତି ବର୍ତ୍ତମାନ ୧୭୮ ପର୍ଯ୍ୟନ୍ତ ପହଞ୍ଚିଛି। ଏହା ସହ ବିରୋଧୀ ଦଳର ୧୬୩ ଜଣ ସଦସ୍ୟଙ୍କ ସମର୍ଥନ ରହିଛି, ଯାହା ଆବଶ୍ୟକ ସଂଖ୍ୟାଠାରୁ ମାତ୍ର ୯ କମ ଅଟେ।

ସୋମବାର ଦିନ ଶାସକ ଦଳ ପାକିସ୍ତାନ-ତେହେରିକ-ଇ-ଇନସାଫର ସହଯୋଗୀ ବାଲୁଚିସ୍ତାନ ଆୱାମୀ ପାର୍ଟି ପ୍ରଧାନମନ୍ତ୍ରୀଙ୍କର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ବିରୋଧୀ ଦଳରେ ଯୋଗଦେବା ପାଇଁ ଘୋଷଣା କରିଛି। ଖାଲିଦ ମାଗାସୀ, ଇସରାଲ ତାରେନ, ଏହସାନୁଲ୍ଲା ରେକି ଏବଂ ରୁବିନା ଇରଫାନଙ୍କ ସମେତ ପାଞ୍ଚଜଣ ବିପି ସାଂସଦଙ୍କ ମଧ୍ୟରୁ ଚାରିଜଣ ବିରୋଧୀ ଦଳରେ ଯୋଗଦେବା ପାଇଁ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛିକି ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରିବା ପାଇଁ କେବଳ ପାଞ୍ଚଜଣ ସାଂସଦ ପାର୍ଶ୍ୱ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି।

Leave A Reply

Your email address will not be published.