ଆଉ ଏକ ଇଲେକ୍ଟିକ୍ ସ୍କୁଟିରେ ନିଆଁ ଲାଗିଲା, ଆପଣଙ୍କ ପାଖରେ ଯଦି ଏହି ସ୍କୁଟି ଅଛି ତେବେ ସାବଧାନ ହୋଇଯାନ୍ତୁ

0

Get real time updates directly on you device, subscribe now.

ଇଲେକ୍ଟ୍ରିକ ୨ ଚିକଆ ଯାନରେ ନିଆଁ ଲାଗିବା ଘଟଣା ଥମିବାର ନାଁ ନେଉନାହିଁ। ମହାରାଷ୍ଟ୍ରର ପୁଣେ ଓ ତାମିଲନାଡୁର ଭେଲ୍ଲୋର ପରେ ବର୍ତ୍ତମାନ ଏହି ନୂଆ ଘଟଣା ତାମିଲନାଡୁର ମାନ୍ନାପରାଇରୁ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ସିଙ୍ଗାପୁରରେ ଇଲେକ୍ଟିକାଲ ଭାବରେ କାମ କରୁଥିବା ମୁରଗେସନ ଗତ କିଛିଦିନ ତଳେ ଛୁଟିଦିନ କାଟିବା ପାଇଁ ନିଜ ଘରକୁ ଆସିଥିଲେ। ସେ ଗତ ୫ ମାସ ପୂର୍ବରୁ ଏକ ଇଲେକ୍ଟ୍ରିକ୍ ସ୍କୁଟିku କିଣିଥିଲେ।

କୁହାଯାଉଛିକି, ଏହି ଇଲେକ୍ଟ୍ରିକ୍ ସ୍କୁଟି ଓକେିନାୱା କମ୍ପାନୀର ଥିଲା। ସିଙ୍ଗାପୁରରୁ ଆସିବା ପୂର୍ବରୁ ସେ ନିଜର ଇଲେକ୍ଟ୍ରିକ୍ ସ୍କୁଟି ମାର୍ଚ୍ଚ ୨୭ ତାରିଖରେ ଜଣେ ବନ୍ଧୁ ବାଲୁଙ୍କ ଦୋକାନ ବାହାରେ ପାର୍କିଂ କରିଥିଲେ। ପରଦିନ ଯେତେବେଳେ ତାଙ୍କର ବନ୍ଧୁ ବାଲୁ ନିଜର ଦୋକାନ ଖୋଲିଲେ, ସେତେବେଳେ ଇଲେକ୍ଟ୍ରିକ ସ୍କୁଟିରୁ ଧୂଆଁ ବାହାରୁଥିବାର ଦେଖିଥିଲେ। ଏହା ପରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଯାଇଥିଲା। ଆଖପାଖରେ ପାଣି ନଥିବା କାରଣରୁ ପଡୋଶୀମାନଙ୍କ ସାହାଯ୍ୟରେ ପାଣି ଓ ମିନରାଲ ୱାଟର ଢ଼ାଳି ନିଆଁକୁ ଆୟତ୍ତରେ କରାଯାଇଥିଲା।

ଏହାପୂର୍ବରୁ ଶନିବାର ଦିନ ମହାରାଷ୍ଟ୍ରର ପୁଣେର ଧନୋରୀ ଅଞ୍ଚଳର ଏକ ଓଲା ସ୍କୁଟରରେ ହଠାତ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ଇଲେକ୍ଟ୍ରିକ ସ୍କୁଟର ରାସ୍ତାରେ ଜଳିବା ଆରମ୍ଭ କରିଥିଲା ଏବଂ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହୋଇଥିଲା। ତେବେ ଏହି ଘଟଣାରେ କେହି ଆହତ କିମ୍ବା କାହାରି ମୃତ୍ୟୁ ହୋଇନାହିଁ।

Leave A Reply

Your email address will not be published.