ବହୁତ ଜଲଦି ଲଞ୍ଚ ହେବାକୁ ଯାଉଛି ଇଲେକ୍ଟ୍ରିକ Hero Splendor , ଥରେ ଚାର୍ଜ କଲେ ଯିବ 240 କିଲୋମିଟର !

0

Get real time updates directly on you device, subscribe now.

ସାରା ଦେଶରେ ଇଲେକ୍ଟ୍ରିକ ବାହନର ଡିମାଣ୍ଡକୁ ଦେଖି କେତେକ ଗାଡ଼ି ନିର୍ମାତା କମ୍ପାନୀ ନିଜ ଗାଡ଼ିର ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଏହାମଧ୍ୟରେ Hero ମୋଟୋକର୍ପ ଘୋଷଣା କରିଛି କି, ବହୁତ ଜଲଦି ରାସ୍ତାରେ ଇଲେକ୍ଟ୍ରିକ ଗାଡ଼ି ଦୌଡୁଥିବାର ନଜର ଆସିବ।

ଜଣାଇଦେଉଛୁ କି, ଏହିବର୍ଷ ସାଇବର୍ଗ, ଟର୍କ, କୋମାକି ଓ ଓଭେନ କମ୍ପାନୀ ଗୁଡ଼ିକ ଶାନଦାର ବ୍ୟାଟେରୀ ରେଞ୍ଜ ବାଲା ଇଲେକ୍ଟ୍ରିକ ବାଇକ ଲଞ୍ଚ କରିଛନ୍ତି। ଏମିତିରେ ହିରୋ ମୋଟକାର୍ପ ନିଜର ଇଲେକ୍ଟ୍ରିକ ବାଇକ ଆଣିବାକୁ ଯାଉଛି। କମ୍ପାନୀ କିଛି ସମୟ ପୂର୍ବରୁ ନିଜର ଏକ ଇଲେକ୍ଟ୍ରିକ ବ୍ରାଣ୍ଡ vida ଲଞ୍ଚ କରିଥିଲା ଓ ଆଗାମୀ ଦିନରେ କମ୍ପାନୀ ସ୍ପେଣ୍ଡର ଇଲେକ୍ଟ୍ରିକ ମଧ୍ୟ ଲଞ୍ଚ କରିବାକୁ ଯାଉଛି।

ସବୁଠାରୁ ଅଧିକ ବିକ୍ରି ହେଉଛି ସ୍ପେଣ୍ଡର:-

ଇଲେକ୍ଟ୍ରିକ ବେହିକିଲ ର ଡିମାଣ୍ଡ ବଢ଼ିବାରେ ଲାଗିଥିବାରୁ ଏହି ସମୟରେ ହିରୋ ମଧ୍ୟ ମାର୍କେଟକୁ ନିଜର ବାଇକ ଆଣିବାକୁ ମନସ୍ଥ କରିନେଇଛି। ସ୍ପେଣ୍ଡର ଭାରତୀୟ ବଜାରରେ ସର୍ବାଧିକ ବିକ୍ରି ହେଉଥିବା ବାଇକ ଅଟେ। ଏହାର ମୂଲ୍ୟ ସହିତ ଏହାର ମଇଲେଜକୁ ନେଇ ମଧ୍ୟ ବହୁତ ପସନ୍ଦ କରାଯାଇଥାଏ। ଏହି କାରଣରୁ ଏହାର ବିକ୍ରି ସାରା ଦେଶରେ ସର୍ବାଧିକ ରହିଛି।

କେବେ ଲଞ୍ଚ ହେବ ଇଲେକ୍ଟ୍ରିକ ବାଇକ:-

ସେହିପରି ଇଲେକ୍ଟ୍ରିକ ବାଇକ କଥା କହିବାକୁ ଗଲେ କମ୍ପାନୀ କୌଣସି ପ୍ରକାରର ସୂଚନା ପ୍ରଦାନ କରିନାହିଁ। କେତେକ କମ୍ପାନୀ ଏହି ବାଇକ ପାଇଁ ଇଲେକ୍ଟ୍ରିକ କନ୍ଭର୍ଶନ କିଟ ପେଶ କରୁଛନ୍ତି।

ଯଦି ହିରୋ ମୋଟକାର୍ପ ନିଜର ଏହି ଇଲେକ୍ଟ୍ରିକ ବାଇକ ଲଞ୍ଚ କରୁଛି ତାହେଲେ ଏହା ତାହାର ସବୁଠାରୁ ବଡ଼ ଉପଲବ୍ଧି ହେବ। କାରଣ ଏମିତି କରିବାରେ ଏହା ବାକି ସମସ୍ତ ଇଲେକ୍ଟ୍ରିକ ସ୍କୁଟରକୁ ପଛରେ ପକାଇଦେବ। କିନ୍ତୁ ଏହାର ଲନଚିଂ ବିଷୟରେ କୌଣସି ଠିକଣା ମିଳିନାହିଁ।

ଏହି ବାଇକର ଖାସିୟତ:-

ଅଟୋମେଟିଭ ଡିଜାଇନର ବିନାୟରାଜ ସୋମଶେଖର ହିରୋ ସ୍ପେଣ୍ଡର ଇଲେକ୍ଟ୍ରିକର ଡିଜିଟାଲ ଇମେଜ ଜାରି କରିଛନ୍ତି। ଯଦି ଭବିଷ୍ୟତରେ ହିରୋ ସ୍ପେଣ୍ଡର ଇଲେକ୍ଟ୍ରିକ ବାଇକ ଲଞ୍ଚ ହେଉଛି ତାହେଲେ ଏଥିରେ 2 kwh ଏକ୍ସଟ୍ରା ବ୍ୟାଟେରୀ ମଧ୍ୟ ଦିଆଯାଇପାରେ, ଯାହାକି 240 କିଲୋମିଟରର ରେଞ୍ଜ ପ୍ରଦାନ କରିଥାଏ। ଏହାବ୍ୟତୀତ 120 କିଲୋମିଟର ରେଞ୍ଜ ବାଇକ ମଧ୍ୟ ଆସିପାରେ। ଏହାସହ ଅନ୍ୟ ଫିଚର୍ସ ମଧ୍ୟ ଉପଲବ୍ଧ ହେବ।

ଏହାବ୍ୟତୀତ ୟୁଟିଲିଟି+ ଭ୍ୟାରିଏଣ୍ଟ ର ଡ୍ରାଇଭିଂ ରେଞ୍ଜ ଷ୍ଟାଣ୍ଡର୍ଡ଼ ମଡେଲ ଯେତିକି ରହେ କିନ୍ତୁ ଏଥିରେ ଅତିରିକ୍ତ ଷ୍ଟୋରେଜ ସ୍ପେସ ମିଳିଥାଏ। ସେହିପରି ହିରୋ ସ୍ପେଣ୍ଡର ଇଲେକ୍ଟ୍ରିକ କିଟ ର ବ୍ୟାଟେରୀ ରେଞ୍ଜ 151 କିଲୋମିଟରର ଅଟେ। ଏହାସହ 3 ବର୍ଷର ୱାରେଣ୍ଟି ମଧ୍ୟ ମିଳିଥାଏ।

Leave A Reply

Your email address will not be published.