ଦିନକୁ ଗୋଟିଏ ଦୁଇଟିରୁ ଅଧିକ କଦଳୀ ଖାଆନ୍ତୁ ନାହିଁ, ନଚେତ ଦେଖାଦେବ ଏହି ସବୁ ସମସ୍ୟା

0

Get real time updates directly on you device, subscribe now.

କଦଳୀ ଏପରି ଏକ ଫଳ ଅଟେ, ଯାହାକୁ ଖାଇବାରେ ସ୍ୱାଦିଷ୍ଟ ହେବା ସହିତ ପାଟିକୁ ମଧ୍ୟ ମିଠା ଲାଗିଥାଏ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଏଁ ଏହାକୁ ପସନ୍ଦ କରନ୍ତି। ଆଉ ସବୁଠାରୁ ଖାସ କଥା ହେଉଛିକି ଖୁବ ସମୟରେ ଏହି ଫଳଟି ସହଜରେ ମିଳିଯାଏ। ଏମିତିରେ ପ୍ରତ୍ୟେକ ଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତିକି, ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ସାଇଡ ଇଫେକ୍ଟ ହୋଇପାରେ। ସେଥିପାଇଁ ଆପଣଙ୍କୁ କଦଳୀ ଖାଇବା ପାଇଁ ଏକ ପ୍ରକାରର ସମୟ ସ୍ଥିର କରିବା ପାଇଁ ପଡିବ। ଆପଣ ଗୋଟିଏ ଦିନରେ ଅତି ବେଶୀରେ ଗୋଟିଏ ରୁ ଦୁଇଟି କଦଳୀ ଖାଇପାରିବେ, ଏଥିରେ କୌଣସି ଅସୁବିଧା ହେବ ନାହିଁ। ଯଦି ଆପଣ ବହୁତ ବ୍ୟାୟାମ କରନ୍ତି, ତେବେ ଆପଣ ଦିନକୁ ୩-୪ ଟି କଦଳୀ ଖାଇପାରିବେ। କିନ୍ତୁ ଏହାଠାରୁ ଅଧିକ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ତେବେ ଆସନ୍ତୁ ଅଧିକ କଦଳୀ ଖାଇବାର କ’ଣ ସବୁ ଅସୁବିଧା ରହିଛି ଜାଣିବା।

ଅଧିକ କଦଳୀ ଖାଇବା ଦ୍ୱାରା ଆପଣଙ୍କ ର ମୋଟାପଣ ବୃଦ୍ଧି ହୋଇପାରେ। କଦଳୀରେ ଅଧିକ ମାତ୍ରାରେ ଫାଇବର ଏବଂ ନେଚୁରାଲ ସୁଗାର ଭରପୁର ପରିମାଣରେ ଥାଏ। ଯଦି ଆପଣ ଏହାକୁ କ୍ଷୀର ସହ ଖାଆନ୍ତି, ତେବେ ଆପଣଙ୍କର ଓଜନ ମଧ୍ୟ ଅଧିକ ବଢ଼ିଯାଏ।

ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଏବଂ ଗ୍ୟାସ ସମସ୍ୟା ମଧ୍ୟ ହୋଇପାରେ। କଦଳୀରେ ଅଧିକ ଷ୍ଟାର୍ଚ ଥାଏ, ତେଣୁ ଏହାକୁ ହଜମ କରିବା ପାଇଁ ସମୟ ଲାଗେ। ଯେଉଁଥିପାଇଁ ପେଟରେ ଯନ୍ତ୍ରଣା ହେବାର ଅଭିଯୋଗ ମଧ୍ୟ ଆସିଥାଏ। ଅନେକ ଲୋକ ଏହି କାରଣରୁ ବାନ୍ତି ମଧ୍ୟ କରିଥାନ୍ତି।

ପାଚିଲା କଦଳୀ ଖାଇବା ଦ୍ୱାରା ପେଟ ସଫା ହୋଇଯାଏ। କିନ୍ତୁ କଦଳୀ ଯଦି ଟିକେ କଞ୍ଚା ରୁହେ, ତେବେ ଏହା କୋଷ୍ଠକାଠିନ୍ୟର କାରଣ ମଧ୍ୟ ହୋଇପାରେ। କଦଳୀ ଖାଇବା ଦ୍ୱାରା ଝାଡ଼ା ଟାଇଟ୍ ହୋଇଯାଏ। ତେଣୁ କଞ୍ଚା କଦଳୀକୁ ଖାଆନ୍ତୁ ନାହିଁ ଏବଂ ପାଚିଲା କଦଳୀକୁ ଏକ ଲିମିଟ ମଧ୍ୟରେ ଆପଣ ଖାଆନ୍ତୁ।

ଯେଉଁମାନଙ୍କର ଡାଇବେଟିସ୍ ରହିଛି, ସେମାନଙ୍କ ପାଇଁ କଦଳୀ ଖାଇବା ଅତ୍ୟନ୍ତ କ୍ଷତିକାରକ ହୋଇପାରେ। କଦଳୀରେ ନେଚୁରାଲ ସୁଗାର ଅଛି, ଯେଉଁଥିରେ ସୁଗାର ଲେବଲ ବଢ଼ିପାରେ। ଏଥିପାଇଁ ଅଧିକ ସୁଗାର ଥିବା ଲୋକମାନଙ୍କୁ କଦଳୀ କମ ଖାଇବା ଉଚିତ।

ଯଦି ଆପଣ ବହୁ ପରିମାଣରେ କଦଳୀ ଖାଉଛନ୍ତି, ତେବେ ଦାନ୍ତ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି। କଦଳୀରେ ଆମିନୋ ଏସିଡ ଟାଇରୋସିନ ଥାଏ, ଯାହା ଶରୀରରେ ଟାଇରାମିନରେ ପରିଣତ ହୁଏ। ଏହା ଏକ ମାଇଗ୍ରେନକୁ ଟ୍ରିଗର କରିପାରେ। ଆଜ୍ମା ରୋଗୀମାନେ ମଧ୍ୟ ସ୍ୱଳ୍ପ ପରିମାଣରେ କଦଳୀ ଖାଇବା ଉଚିତ। ଅନେକ ଲୋକମାନଙ୍କୁ କଦଳୀ ଖାଇବାରୁ ଫୁଲିବା ଏବଂ ଅନ୍ୟାନ୍ୟ ଆଲର୍ଜି ମଧ୍ୟ ହୋଇପାରେ।

Leave A Reply

Your email address will not be published.