ଗୁଗଲରେ କେବେ ସର୍ଚ୍ଚ କରନ୍ତୁ ନାହିଁ ଏହି ୧୦ଟି ଜିନିଷ,ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଏକାଉଣ୍ଟ୍ !

0

Get real time updates directly on you device, subscribe now.

ଗୁଗୁଲ ଗୋଟିଏ ସର୍ଚ୍ଚ ଇଞ୍ଜିନ ଭାବେ ପରିଚିତ|ଏଥିରେ ଆମେ କିଛି ବି ସର୍ଚ୍ଚ କରିଥାଉ କାରଣ ଏଥିରେ ଆମର ଛୋଟ ବଡ ପ୍ରଶ୍ନର ଉତ୍ତର ରହିଛି|ଆଜି ମୁଁ ଆପଣଙ୍କୁ ୧୦ ଏଭଳି ଜିନିଷ ସମ୍ପର୍କରେ କହିବାକୁ ଯାଉଛି ଯାହାକୁ ଆପଣ ଗୁଗଲରେ କେଵେ ସର୍ଚ୍ଚ କରିବା କଥା ନୁହେଁ|ଯଦି ଏପରି କରନ୍ତି ତେଵେ ବଡ ସମସ୍ୟା ହୋଇପାରେ|

ଆପଣଙ୍କୁ ଆମେ ଉପଦେଶ ଦେଉଛୁ ଯେ ଯେପର୍ଯ୍ୟନ୍ତ ଆପଣଙ୍କୁ ବ୍ୟାଙ୍କର ଅଧିକାରିକ ୱେବସାଇଟ ବା ଅଧିକାରୀକ ୟୁଆର୍ଏଲ ଜଣାନାହିଁ ତେଵେ ବ୍ୟାଙ୍କକୁ ଗୁଗଲରେ ସିଧା ସର୍ଚ୍ଚ କରନ୍ତୁ ନାହିଁ|ଏହା ଏଥିପାଇଁ କୁହାଯାଏ କାରଣ ଏଥିରେ ଫିସିଙ୍ଗ ସମ୍ଭାବନା ଅଧିକ ବଢିଯାଏ ଯେଉଁଥିରେ ଆପଣ ନିଜ ବ୍ୟାଙ୍କର ଲଗ୍ ଇନ ଆଇଡି ଓ ପାସୱର୍ଡ କୈାଣସି ୱେବସାଇଟରେ ଦେଇ ପାରନ୍ତି ଯାହା ବ୍ୟାଙ୍କ ୱେବସାଇଟ ଭଳି ଲାଗେ କିନ୍ତୁ ପ୍ରକୃତରେ ନୁହେଁ|ଏଭଳି ଭାବେ ଆପଣ ସହଜରେ ପିସିଙ୍ଗର ଶିକାର ହେବା ସହ ଏକାଉଣ୍ଟରୁ ଟଙ୍କା ହରାଇ ପାରନ୍ତି|

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କଷ୍ଟମର କେୟାର ନମ୍ବର ସର୍ଚ୍ଚ ଗୁଗଲରେ ମିଳୁଥିବା ଏକ ସାଧାରଣ ସ୍କାମ ଅଟେ|ଫେକ ୱେବସାଇଟରେ ଫର୍ଜି ବ୍ୟବସାୟ ଲିଷ୍ଟିଙ୍ଗ ଓ କଷ୍ଟମର କେୟାର ନମ୍ବର ପୋଷ୍ଟ କରାଯାଏ ଫଳରେ ଲୋକଙ୍କୁ ଠକାଯାଇ ପାରିବ|ଆପଣ ଅଧିକାରିକ ୱେବସାଇଟରେ ଚେକ କରନ୍ତୁ ବା ଅଫଲାଇନ ଷ୍ଟୋରରେ ସନ୍ଧାନ କରନ୍ତୁ|

ଆପଣଙ୍କୁ ବୋଧହୁଏ ଜଣାଥିବ ଥାର୍ଡ ପାର୍ଟି ଆପ ଆପଣଙ୍କ ସ୍ମାର୍ଟଫୋନ ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଡିଭାଇସ ପାଇଁ ଖତରନାକ ସାବ୍ୟସ୍ତ ହୋଇଥାଏ|ଫଳରେ ଏଥିରୁ ଦୁରେଇ ରୁହନ୍ତୁ|

ଯଦି ଆପଣଙ୍କୁ ଆପଣଙ୍କର ଦେହ ଖରାପ ଲାଗୁଛି ତେଵେ ଗୁଗଲ ସର୍ଚ୍ଚ କରିବା ପୂର୍ବରୁ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ|ଏଥିରେ ଗୁଗଲ ସର୍ଚ୍ଚ ଉପରେ ଭରସା କରିବା କଥା ନୁହେଁ|ଗୁଗଲର ଉତ୍ତର ଓ ଏହା ଫଳରେ ବ୍ୟବହୃତ ଔଷଧ ଖତରନାକ ହୋଇପାରେ|

ପର୍ସନାଲ ଫାଇନାନ୍ସ ପାଇଁ ଅଲଗା ସ୍ପେସିଆଲିଷ୍ଟ ମହଜ୍ଜୁଦ ଅଟନ୍ତି ,ଗୁଗଲ ପରିବର୍ତ୍ତେ ତାଙ୍କ ସାହାଯ୍ୟ ନେଵା ଆବଶ୍ୟକ|କୈାଣସି ଇନଭେଷ୍ଟମେଣ୍ଟ ପ୍ଲାନ୍ ଅଛି ଯାହା ସମସ୍ତଙ୍କୁ ଧନୀ କରିଦେବ|ଗୁଗଲରେ ଏହାର ଉତ୍ତର ଅଧିକାଂଶ ସ୍କାମ ରହିଛି|

ଆପଣଙ୍କୁ କହିରଖେ ମୁନିସିପାଲିଟି ଟ୍ୟାକ୍ସ ଓ ସରକାରୀ ହସ୍ପିଟାଲ ଭଳି ୱେବସାଇଟ ସ୍କାମରଙ୍କ ଟାର୍ଗେଟରେ ଥାଏ|ଏହା ଜାଣିବା କଷ୍ଟକର କେଉଁଟି ରିଅଲ ଓ କେଉଁଟା ଫେକ? ତେଣୁ ବିଶେଷ ୱେବସାଇଟରେ ଯାଇ ଚେକ କରନ୍ତୁ|

ସୋସିଆଲ ମିଡ଼ିଆ ଏକାଉଣ୍ଟରେ ଯଦି ଵିନା ଆପରେ ଲଗ ଇନ କରିବାକୁ ଚାହୁଁଛନ୍ତି ଗୁଗଲରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସର୍ଚ୍ଚ କରିବା ପରିବର୍ତ୍ତେ ସିଧାସଳଖ ପ୍ଲାଟଫର୍ମ ୟୁଆର୍ଏଲ ସର୍ଚ୍ଚ କରନ୍ତୁ|

ଦେଶରେ ବହୁ ଇ କମର୍ସ ନକଲି ୱେବସାଇଟ ଵନାଯାଇଛି ଯେଉଁଥିରେ ଆପଣ ଏହା ଅସଲି ବା ନକଲି ଜାଣି ପାରିବେ ନାହିଁ|ତେଣୁ ପ୍ଲାଟଫର୍ମ ୟୁଆର୍ଏଲ ସର୍ଚ୍ଚ କରନ୍ତୁ|

ଆଜିକାଲି ଏଭଳି ସ୍କାମ ଆସୁଛି ଯେଉଁଥିରେ ହ୍ୟାକର ଫ୍ରି ଆଣ୍ଟିଭାଇରସ ଓ ସଫ୍ଟଓୟାର ବାହାନାରେ ଲୋକଙ୍କ ଡାଟା ଓ ଟଙ୍କା ଚୋରି କରୁଛନ୍ତି|ଫଳରେ ଏଥିରୁ ବଞ୍ଚିତ ରୁହନ୍ତୁ|

ଯଦି ଆପଣଙ୍କୁ ଅନଲାଇନରେ ସଂପି ପାଇଁ ଫ୍ରି କୁପନ କୋଡ ମିଳିଛି ତେଵେ ଠିକ ଅଟେ|କିନ୍ତୁ ଗୁଗଲରେ ଏହାକୁ ଚେକ କରନ୍ତୁ ନାହିଁ ନଚେତ ଆପଣ ନକଲି ୱେବସାଇଟରେ ଯାଇ ଆପଣଙ୍କ ବ୍ୟାଙ୍କିଙ୍ଗ ଡିଟେଲ୍ ଚୋରି ହୋଇପାରେ|

Leave A Reply

Your email address will not be published.